ଶଙ୍କର୍ଷଣ ନାଏକ

ଉଇକିପିଡ଼ିଆ‌ରୁ
(Shankarsan Naikରୁ ଲେଉଟି ଆସିଛି)
ଶଙ୍କର୍ଷଣ ନାଏକ
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୧୧ ଜାନୁଆରୀ ୨୦୦୫
ପୂର୍ବ ଅଧିକାରୀହରିହର ପଟେଲ
ପର ଅଧିକାରୀକିଶୋର ଚନ୍ଦ୍ର ପଟେଲ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ(1957-04-04)୪ ଅପ୍ରେଲ ୧୯୫୭
ମୃତ୍ୟୁ୧୧ ଜାନୁଆରୀ ୨୦୦୫(2005-01-11) (ବୟସ ୪୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀସୁଷମା ପଟେଲ
ବାପା/ବୋଉରଘୁନାଥ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଶଙ୍କର୍ଷଣ ନାଏକ (୪ ଅପ୍ରେଲ ୧୯୫୭ - ୧୧ ଜାନୁଆରୀ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶଙ୍କର୍ଷଣ ନାଏକ ୧୯୫୭ ମସିହାର ଅପ୍ରେଲ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ନାଏକ ଓ ପତ୍ନୀଙ୍କ ନାମ ସୁଷମା ପଟେଲ, ଯିଏକି ଜଣେ ରାଜନୀତିଜ୍ଞା ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶଙ୍କର୍ଷଣ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୨୦୦୪ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଶଙ୍କର୍ଷଣ ନାଏକ ୨୦୦୫ ମସିହାର ଜାନୁଆରୀ ୧୧ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Shankarsan Naik". odishaassembly.nic.in. Odisha Assembly. Retrieved 3 July 2021.