ଶଙ୍କର୍ଷଣ ନାଏକ
ଶଙ୍କର୍ଷଣ ନାଏକ | |
---|---|
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୧୧ ଜାନୁଆରୀ ୨୦୦୫ | |
ପୂର୍ବ ଅଧିକାରୀ | ହରିହର ପଟେଲ |
ପର ଅଧିକାରୀ | କିଶୋର ଚନ୍ଦ୍ର ପଟେଲ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ଅପ୍ରେଲ ୧୯୫୭ |
ମୃତ୍ୟୁ | ୧୧ ଜାନୁଆରୀ ୨୦୦୫ | (ବୟସ ୪୭)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ସୁଷମା ପଟେଲ |
ବାପା/ବୋଉ | ରଘୁନାଥ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଶଙ୍କର୍ଷଣ ନାଏକ (୪ ଅପ୍ରେଲ ୧୯୫୭ - ୧୧ ଜାନୁଆରୀ ୨୦୦୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୨୦୦୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଶଙ୍କର୍ଷଣ ନାଏକ ୧୯୫୭ ମସିହାର ଅପ୍ରେଲ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରଘୁନାଥ ନାଏକ ଓ ପତ୍ନୀଙ୍କ ନାମ ସୁଷମା ପଟେଲ, ଯିଏକି ଜଣେ ରାଜନୀତିଜ୍ଞା ଭାବରେ କାର୍ଯ୍ୟ କରୁଛନ୍ତି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଶଙ୍କର୍ଷଣ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୨୦୦୪ ମସିହାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଶଙ୍କର୍ଷଣ ନାଏକ ୨୦୦୫ ମସିହାର ଜାନୁଆରୀ ୧୧ ତାରିଖରେ ୪୭ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Shankarsan Naik". odishaassembly.nic.in. Odisha Assembly. Retrieved 3 July 2021.