ଶାନ୍ତନୁ କୁମାର ଦାସ

ଉଇକିପିଡ଼ିଆ‌ରୁ
(Santanu Kumar Dasରୁ ଲେଉଟି ଆସିଛି)
ଶାନ୍ତନୁ କୁମାର ଦାସ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ନିର୍ବାଚନ ମଣ୍ଡଳୀବିଞ୍ଝାରପୁର
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୨୦୭୧
ନିର୍ବାଚନ ମଣ୍ଡଳୀପୂର୍ବ ଯାଜପୁର
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୨୦୬୧
ନିର୍ବାଚନ ମଣ୍ଡଳୀଯାଜପୁର
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ)
କାର୍ଯ୍ୟକାଳ
୧୯୪୬ – ୧୯୫୨
ନିର୍ବାଚନ ମଣ୍ଡଳୀଯାଜପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-09-01)ସେପ୍ଟେମ୍ବର ୧, ୧୯୧୭
ମୃତ୍ୟୁ୩ ଅକ୍ଟୋବର ୧୯୯୩(1993-10-03) (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ପାର୍ଟି, ଜନ କଂଗ୍ରେସ
ଜୀବନ ସାଥୀକଲ୍ୟାଣୀ ଦାସ
ବାପା/ବୋଉନିଧି ଦାସ (ବାପା)
ବୃତ୍ତିରାଜନୀତିଜ୍ଞ

ଶାନ୍ତନୁ କୁମାର ଦାସ (୧ ସେପ୍ଟେମ୍ବର ୧୯୧୭ - ୩ ଅକ୍ଟୋବର ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଶାନ୍ତନୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୬୬ ମସିହାରେ ପରାଧୀନ ଭାରତର ୨ୟ ଓଡ଼ିଶା ବିଧାନ ସଭାକୁ ସେ ପୂର୍ବ ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁରରୁ ଯଥାକ୍ରମେ ୧ମ, ୨ୟ ଓଡ଼ିଶା ବିଧାନ ସଭା, ୩ୟ ଓଡ଼ିଶା ବିଧାନ ସଭା, ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଶାନ୍ତନୁ କୁମାର ଦାସ ୧୯୧୭ ମସିହାର ସେପ୍ଟେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନିଧି ଦାସ ଏବଂ ପତ୍ନୀଙ୍କ ନାମ କଲ୍ୟାଣୀ ଦାସ ।[୧] ଶାନ୍ତନୁଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଶାନ୍ତନୁ କୁମାର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୪୬ ୧୯୫୨ ସଭ୍ୟ, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା ପୂର୍ବ ଯାଜପୁର କଂଗ୍ରେସ
୧୯୫୨ ୧୯୫୭ ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୫୭ ୧୯୬୧ ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା ଯାଜପୁର ଭାରତୀୟ ଜାତୀୟ କଂଗ୍ରେସ
୧୯୬୧ ୧୯୬୭ ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା ଯାଜପୁର (ପୂର୍ବ) ଭାରତୀୟ ଜାତୀୟ କଂଗ୍ରେସ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଯାଜପୁର (ପୂର୍ବ) ଜନ କଂଗ୍ରେସ
୧୯୭୧ ୧୯୭୩ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା ବିଞ୍ଝାରପୁର ଜନତା ପାର୍ଟି

ମୃତ୍ୟୁ[ସମ୍ପାଦନା]

ଶାନନ୍ତୁ କୁମାର ଦାସ ୧୯୯୩ ମସିହାର ଅକ୍ଟୋବର ୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Santanu Kumar Das". odishaassembly.nic.in. Odisha Assembly. Retrieved 22 November 2019.