ସଂଘମିତ୍ରା ମହାନ୍ତି

ଉଇକିପିଡ଼ିଆ ରୁ
(Sanghamitra Mohanty ରୁ ଲେଉଟି ଆସିଛି)
Jump to navigation Jump to search
ସଂଘମିତ୍ରା ମହାନ୍ତି
ଭୁବନେଶ୍ୱରର ଏକ ସଭାରେ ପ୍ରେଜେଣ୍ଟେସନ ଦେଉଥିବା ସଂଘମିତ୍ରା ମହାନ୍ତି ।
ଭୁବନେଶ୍ୱରର ଏକ ସଭାରେ ପ୍ରେଜେଣ୍ଟେସନ ଦେଉଥିବା ସଂଘମିତ୍ରା ମହାନ୍ତି ।
ଜାତୀୟତାଭାରତୀୟ
ଜୀବିକାଅଧ୍ୟାପକ

ସଂଘମିତ୍ରା ମହାନ୍ତି ଜଣେ ଅଧ୍ୟାପିକା ଓ ବିଶ୍ୱବିଦ୍ୟାଳୟ କୁଳପତି । ପଦାର୍ଥ ବିଜ୍ଞାନରେ ଏମ୍ ଏସ୍ ସି ଏବଂ ପି ଏଚ ଡି ଯୋଗ୍ୟତା ହାସଲ କଲାପରେ, ସେ ଉତ୍କଳ ବିଶ୍ୱବିଦ୍ୟାଳୟର[୧] କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟାପିକା, ପ୍ରଧ୍ୟାପିକା ଏବଂ ପ୍ରାଚାର୍ଯ୍ୟା ଭାବେ ୧୯୮୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ସେ Artificial Intelligence, Speech Processing, Image Processing, Natural Language Processing, Fractal Geometry, Weather Prediction ଏବଂ High Enegry Physicsରେ ଗବେଷଣା କରିଛନ୍ତି । ଡ. ମହାନ୍ତି, ଭାରତୀୟ ଭାଷା ବିଜ୍ଞାନରେ ଗବେଷଣା କରି ୧୩ଟି ବୌଦ୍ଧିକ ସତ୍ୱାଧୀକାର ଲାଭ କରିଛନ୍ତି । [୨]ତାଙ୍କର ୧୬୭ଟିରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି । [୩]ପ୍ରାଚାର୍ଯ୍ୟା ମହାନ୍ତିଙ୍କ ତତ୍ୱାବଧାନରେ ୭୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏମ୍ ଇ, ଏମ୍ ଟେକ୍ ଏବଂ ପି ଏଚ୍ ଡି ପାଠ୍ୟକ୍ରମ ଶେଷ କରିଛନ୍ତି । ଦେଶ ଓ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ସେ ଶିକ୍ଷା ଓ ଗବେଷଣା ସମ୍ବଦ୍ଧୀୟ କାର୍ଯ୍ୟରେ ନିମନ୍ତ୍ରଣ କ୍ରମେ ଯୋଗଦେଇଛନ୍ତି । ସେ ଯାନ୍ତ୍ରିକ ଓ କାରିଗରୀରେ ତାଙ୍କର ଗବେଷଣା ଓ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୨ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଉମେନ୍ ଇଞ୍ଜିନିୟରିଂ ସୋସାଇଟି, ଇଉନାଇଟେଡ କିଙ୍ଗଡମର ଫେଲୋ (FWES) ଅଟନ୍ତି । ପ୍ରାଚାର୍ଯ୍ୟା ମହାନ୍ତି ୨୦୧୧ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ୨୦୧୬ ଜାନୁଆରୀ ଠାରୁ ସେ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ହୋଇଅଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧୯୫୩ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶାର କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ।

ଆଧାର[ସମ୍ପାଦନା]