କରୋନାଭୂତାଣୁ

ଉଇକିପିଡ଼ିଆ ରୁ
Jump to navigation Jump to search

colspan=2 style="text-align: center; background-color: transparent; text-align:center; border: 1px solid red;" | କରୋନାଭୂତାଣୁ
Coronaviruses 004 lores.jpg
କରୋନାଭାଇରସ୍ ଭାଇରନ୍ସର ଇଲେକ୍ଟ୍ରନ୍ ମାଇକ୍ରୋଗ୍ରାଫ୍
colspan=2 style="min-width:15em; text-align: center; background-color: transparent; text-align:center; border: 1px solid red;" | ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
colspan=2 style="text-align: center; background-color: transparent; text-align:center; border: 1px solid red;" | Genera[୧]
colspan=2 style="text-align: center; background-color: transparent; text-align:center; border: 1px solid red;" | Synonyms[୨][୩]
  • Coronavirinae (କରୋନାଭିରିନା)

କରୋନାଭୂତାଣୁ (ଇଂରାଜୀ ଭାଷା: Coronaviruses) ପକ୍ଷୀ ଓ ସ୍ତନ୍ୟପାୟୀ ଜୀବଙ୍କ ଦେହରେ ରୋଗ କରାଉଥିବା ଏକ ପ୍ରକାର ଭୂତାଣୁ ଦଳ ଯଥା: ଗାଈ ଓ ଘୁଷୁରୀଙ୍କୁ ହେଉଥିବା ତରଳ ଝାଡ଼ା ଓ କୁକୁଡ଼ାଙ୍କର ଉର୍ଦ୍ଧ୍ୱ ଶ୍ୱାସକ୍ରିୟା ରୋଗ । ମାନବ ଦେହରେ ଏହି ଭୂତାଣୁ ପ୍ରାୟତଃ ସାମାନ୍ୟ ଧରଣର ଶ୍ୱାସକ୍ରିୟା ସଂକ୍ରମଣ (respiratory infection) କରାଏ କିନ୍ତୁ ତାହା କ୍ୱଚିତ ଘାତକ ସିଦ୍ଧ ହୋଇଥାଏ । ଗଳା, ନାକ ଓ ସାଇନସରେ ଏହି ସଂକ୍ରମଣ ହୁଏ । ଏହି ଭୂତାଣୁର ଚିକିତ୍ସା ବା ପ୍ରତିଷେଧକ ନିମନ୍ତେ କୌଣସି ଟୀକା ପ୍ରସ୍ତୁତ ହୋଇନାହିଁ ।

ଏହି ଭୂତାଣୁ କରୋନାଭିରିଡି (Coronaviridae) ପରିବାର, ଅର୍ଥୋକରୋନାଭିରିନି (Orthocoronavirinae) ଉପପରିବାର ଓ ନିଡୋଭିରେଲ (Nidovirales) ଅର୍ଡ଼ରର ଭୂତାଣୁ ଅଟେ । [୪][୫] ଏହା ଏକ ପ୍ରକାର ଆବୃତ ଭୁତାଣୁ (enveloped virus) ଯେଉଁଥିରେ ପଜିଟିଭ ସେନ୍ସ ସିଙ୍ଗଲ-ସ୍ଟ୍ରାଣ୍ଡେଡ ଆରଏନଏ ଜେନୋମ (positive-sense single-stranded RNA genome) ଓ ହେଲିକାଲ ସିମେଟ୍ରି ଥିବ ନ୍ୟୁକ୍ଲିଓକାପସିଡ (RNA genome and with a nucleocapsid) ଥାଏ । କରୋନା ଭୂତାଣୁର ଆକାର ଆରଏନଏ ନିମନ୍ତେ ସର୍ବାଧିକ - ୨୬ରୁ ୩୨ କିଲୋବେସ (kilobases) ।

କରୋନାଭୂତାଣୁ[ସମ୍ପାଦନା]

ବୟସ୍କ ଓ ପିଲାଙ୍କ ମଧ୍ୟରେ ସମସ୍ତ ସର୍ଦ୍ଦି ରୋଗ ମଧ୍ୟରୁ କରୋନାଭୂତାଣୁର ଏକ ଉଲ୍ଲେଖନୀୟ ଅଂଶ ଥାଏ । ସାଧାରଣତଃ ଶୀତ ଋତୁରେ ଏହି ରୋଗ ଯୋଗୁ ଜ୍ୱର ହୁଏ ଓ ଗଳାର ଆଡେନଏଡ (adenoid) ଫୁଲିଯାଏ ।[୬] କରୋନାଭୂତାଣୁ‌ ଯୋଗୁ ପ୍ରତ୍ୟକ୍ଷ ନିମୋନିଆ ବା ଜୀବାଣୁଜନିତ ପରୋକ୍ଷ ନିମୋନିଆ (bacterial pneumonia) ହୋଇପାରେ; ସେହିଭଳି ଏହା ଯୋଗୁ ପ୍ରତ୍ୟକ୍ଷ ଶ୍ୱାସନଳୀ ପ୍ରଦାହ ବା ଜୀବାଣୁ ଯୋଗୁ ପରୋକ୍ଷ ଶ୍ୱାସନଳୀ ପ୍ରଦାହ ହୋଇପାରେ ।[୭] ସନ ୨୦୦୩ରେ ମାନବ କରୋନାଭୂତାଣୁ‌ ଆବିଷ୍କୃତ ହୋଇଥିଲା । ଏସଏଆରଏସ (SARS-CoV) କରୋନାଭୂତାଣୁ‌ ଯୋଗୁ ତୀବ୍ର ଶ୍ୱାସକ୍ରିୟା ସିଣ୍ଡ୍ରୋମ ବା ସିଭିଅର ଆକ୍ୟୁଟ ରେସପିରେଟରି ସିଣ୍ଡ୍ରୋମ (severe acute respiratory syndrome (SARS)) ହୁଏ ଯେଉଁଥିରେ ଏକ ସ୍ୱତନ୍ତ୍ର ନିଦାନ ଯୋଗୁ ଉଭୟ ଉର୍ଦ୍ଧ୍ୱ ଓ ନିମ୍ନ ଶ୍ୱାସକ୍ରିୟା ସଂକ୍ରମଣ (upperlower respiratory tract infection) ହୋଇପାରେ ।[୭]

ବିଭିନ୍ନ ସ୍ଟ୍ରେନର କରୋନାଭୂତାଣୁ‌ ଥାଏ:

  1. ମାନବ କରୋନାଭୂତାଣୁ‌ ୨୨୯ ଇ (Human coronavirus 229E (HCoV-229E))
  2. ମାନବ କରୋନାଭୂତାଣୁ‌ ଓସି୪୩ (Human coronavirus OC43 (HCoV-OC43))
  3. ସାର୍ସ କରୋନାଭୂତାଣୁ‌ (SARS-CoV)
  4. ମାନବ କରୋନାଭୂତାଣୁ‌ ଏନଏଲ୬୩ (Human coronavirus NL63 (HCoV-NL63, New Haven coronavirus))
  5. ମାନବ କରୋନାଭୂତାଣୁ‌ ଏଚକେୟୁ୧ (Human coronavirus HKU1)
  6. ମଧ୍ୟପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ (Middle East respiratory syndrome coronavirus (MERS-CoV), ଆଗରୁ ନଭେଲ କରୋନାଭାଇରସ ୨୦୧୨ HCoV-EMC ବୋଲି ଜଣା ।)
  7. ନୂତନ କରୋନାଭୂତାଣୁ‌ (Novel coronavirus), [୮] ଅନ୍ୟ ନାମ: ଉହାନ ନିମୋନିଆ ବା ଉହାନ କରୋନାଭୂତାଣୁ‌ [୯] ('Novel' ବା ନୂତନ ଏକ ପ୍ଲେସ‌ହୋଲ୍ଡର ନାମ ଯାହା ନୂଆ ନାମ ଅଟେ । ) [୮]

ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ[ସମ୍ପାଦନା]

ସେପ୍ଟେମ୍ବର ୨୦୧୨ରେ ଏକ ନୂଆ କରୋନାଭୂତାଣୁ ଚିହ୍ନଟ ହୋଇଥିଲା ଯାହାକୁ ପ୍ରଥମେ ନଭେଲ କରୋନାଭୂତାଣୁ ୨୦୧୨ କୁହାଯାଉଥିଲା ଓ ଅଧୁନା ଏହାକୁ ମଧ୍ୟ ପ୍ରାଚ୍ୟ ରେସପିରେଟରି ସିଣ୍ଡ୍ରୋମ ଭୂତାଣୁ (MERS-CoV) କୁହାଯାଉଛି । [୧୦][୧୧] ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ ଏକ ଜାଗତିକ ଆଲର୍ଟ ଜାରି କରିଥିଲେ । [୧୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଅନୁସାରେ ଏହି ଭୂତାଣୁ ମଣିଷଠାରୁ ମଣିଷ ପାଖକୁ ସ‌ହଜରେ ସଞ୍ଚାରିତ ହୋଇପାରେ ନାହିଁ । [୧୩] କିନ୍ତୁ ମଇ ୧୨/୦୫/୨୦୧୩ରେ ଫ୍ରେଞ୍ଚ ମିନିଷ୍ଟ୍ରି ଅଫ ସୋସିଆଲ ଆଫେୟାର ଆଣ୍ଡ ହେଲ୍‌ଥ ନିଶ୍ଚିତ କରିଥିଲା ଯେ ଏହା ମାନବରୁ ମାନବ ସଞ୍ଚାରଣ ହେଉଛି । [୧୪] ଟ୍ୟୁନିସିଆରେ ମଧ୍ୟ ଏହିଭଳି ସଞ୍ଚାରଣ ଦେଖିବାକୁ ମିଳିଛି । କିନ୍ତ ଏସବୁ ସତ୍ୱେ ଏହା ସ‌ହଜରେ ମାନବ-ମାନବ ସଞ୍ଚାରିତ ହୋଇପାରେ ନାହିଁ ।[୧୫] ୩୦/୧୦/୨୦୧୩ ସୁଦ୍ଧା ସାଉଦି ଆରବରେ ୧୨୪ ରୋଗୀଙ୍କ ମଧ୍ୟରୁ ୫୨ ଜଣଙ୍କର ମୃତ୍ୟୁ ହୋଇଥିଲା । [୧୬]

ଆଧାର[ସମ୍ପାଦନା]

  1. "Virus Taxonomy: 2018b Release" (html). International Committee on Taxonomy of Viruses (ICTV) (in ଇଂରାଜୀ). March 2019. Archived from the original on 4 March 2018. Retrieved 24 January 2020.
  2. "2017.012-015S" (xlsx). International Committee on Taxonomy of Viruses (ICTV) (in ଇଂରାଜୀ). October 2018. Archived from the original on 14 May 2019. Retrieved 24 January 2020.
  3. "ICTV Taxonomy history: Orthocoronavirinae". International Committee on Taxonomy of Viruses (ICTV) (in ଇଂରାଜୀ). Retrieved 24 January 2020.
  4. de Groot RJ, Baker SC, Baric R, Enjuanes L, Gorbalenya AE, Holmes KV, Perlman S, Poon L, Rottier PJ, Talbot PJ, Woo PC, Ziebuhr J (2011). "Family Coronaviridae". In AMQ King, E Lefkowitz, MJ Adams, EB Carstens (eds.). Ninth Report of the International Committee on Taxonomy of Viruses. Elsevier, Oxford. pp. 806–828. ISBN 978-0-12-384684-6.
  5. International Committee on Taxonomy of Viruses (24 August 2010). "ICTV Master Species List 2009 – v10" (xls).
  6. Liu P, Shi L, Zhang W, He J, Liu C, Zhao C, Kong SK, Loo JF, Gu D, Hu L (November 2017). "Prevalence and genetic diversity analysis of human coronaviruses among cross-border children". Virology Journal (in ଇଂରାଜୀ). 14 (1): 230. doi:10.1186/s12985-017-0896-0. PMC 5700739. PMID 29166910.
  7. ୭.୦ ୭.୧ Forgie S, Marrie TJ (February 2009). "Healthcare-associated atypical pneumonia". Seminars in Respiratory and Critical Care Medicine. 30 (1): 67–85. doi:10.1055/s-0028-1119811. PMID 19199189.
  8. ୮.୦ ୮.୧ "Novel Coronavirus 2019, Wuhan, China | CDC". www.cdc.gov. 23 January 2020. Archived from the original on 20 January 2020. Retrieved 23 January 2020.
  9. "Pneumonia of unknown cause – China". World Health Organization. 5 January 2020. Archived from the original on 7 January 2020. Retrieved 23 January 2020.
  10. Doucleef M (26 September 2012). "Scientists Go Deep On Genes Of SARS-Like Virus". Associated Press. Archived from the original on 27 September 2012. Retrieved 27 September 2012.
  11. Falco M (24 September 2012). "New SARS-like virus poses medical mystery". CNN Health. Archived from the original on 1 November 2013. Retrieved 16 March 2013.
  12. "New SARS-like virus found in Middle East". Al-Jazeera. 24 September 2012. Archived from the original on 9 March 2013. Retrieved 16 March 2013.
  13. Kelland K (28 September 2012). "New virus not spreading easily between people: WHO". Reuters. Archived from the original on 24 November 2012. Retrieved 16 March 2013.
  14. Nouveau coronavirus – Point de situation : Un nouveau cas d’infection confirmé Archived 8 June 2013 at the Wayback Machine. (Novel coronavirus – Status report: A new case of confirmed infection) 12 May 2013, social-sante.gouv.fr
  15. CDC (2 August 2019). "MERS Transmission". Centers for Disease Control and Prevention. Archived from the original on 7 December 2019. Retrieved 10 December 2019.
  16. "Novel coronavirus infection – update". World Health Association. 22 May 2013. Archived from the original on 7 June 2013. Retrieved 23 May 2013.