ସଂଘମିତ୍ରା ମହାନ୍ତି

ଉଇକିପିଡ଼ିଆ‌ରୁ
ସଂଘମିତ୍ରା ମହାନ୍ତି
ଭୁବନେଶ୍ୱରର ଏକ ସଭାରେ ପ୍ରେଜେଣ୍ଟେସନ ଦେଉଥିବା ସଂଘମିତ୍ରା ମହାନ୍ତି ।
ଭୁବନେଶ୍ୱରର ଏକ ସଭାରେ ପ୍ରେଜେଣ୍ଟେସନ ଦେଉଥିବା ସଂଘମିତ୍ରା ମହାନ୍ତି ।
Born(1953-04-01)ଅପ୍ରେଲ ୧, ୧୯୫୩
Died୧ ଜୁଲାଇ ୨୦୨୧(2021-07-01) (ବୟସ ୬୮)
କେୟାର ହସ୍ପିଟାଲ , ଭୁବନେଶ୍ୱର
Nationalityଭାରତୀୟ
Occupationଅଧ୍ୟାପକ

ସଂଘମିତ୍ରା ମହାନ୍ତି (୧ ଅପ୍ରେଲ ୧୯୫୩ – ୨ ଜୁଲାଇ ୨୦୨୧[୧]) ଜଣେ କମ୍ପ୍ୟୁଟର ବିଜ୍ଞାନ ଅଧ୍ୟାପିକା ଓ ବିଶ୍ୱବିଦ୍ୟାଳୟ କୁଳପତି ଥିଲେ । ପଦାର୍ଥ ବିଜ୍ଞାନରେ ଏମ୍ ଏସ୍ ସି ଏବଂ ପି ଏଚ ଡି ଯୋଗ୍ୟତା ହାସଲ କଲାପରେ, ସେ ଉତ୍କଳ ବିଶ୍ୱବିଦ୍ୟାଳୟର[୨] କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ଅଧ୍ୟାପିକା, ପ୍ରଧ୍ୟାପିକା ଏବଂ ପ୍ରାଚାର୍ଯ୍ୟା ଭାବେ ୧୯୮୬ରୁ ୨୦୧୧ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, Speech Processing, Image Processing, ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ, Fractal Geometry, Weather Prediction ଏବଂ High Energy Physicsରେ ଗବେଷଣା କରିଛନ୍ତି । ସେ ଭାରତୀୟ ଭାଷା ବିଜ୍ଞାନରେ ଗବେଷଣା କରି ୧୩ଟି ପେଟେଣ୍ଟ ଲାଭ କରିଛନ୍ତି । [୩]ତାଙ୍କର ୧୩୨ଟିରୁ ଅଧିକ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶିତ ହୋଇଛି ।[୪] ତାଙ୍କ ତତ୍ତ୍ୱାବଧାନରେ ୭୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏମ୍ ଇ, ଏମ୍ ଟେକ୍ ଏବଂ ପି ଏଚ୍ ଡି ପାଠ୍ୟକ୍ରମ ଶେଷ କରିଛନ୍ତି । ଦେଶ ଓ ବିଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କୁ ସେ ଶିକ୍ଷା ଓ ଗବେଷଣା ସମ୍ବଦ୍ଧୀୟ କାର୍ଯ୍ୟରେ ନିମନ୍ତ୍ରଣ କ୍ରମେ ଯୋଗଦେଇଛନ୍ତି । ସେ ଯାନ୍ତ୍ରିକ ଓ କାରିଗରୀରେ ତାଙ୍କର ଗବେଷଣା ଓ ଅବଦାନ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ, ଓଡ଼ିଶା ସରକାରଙ୍କଦ୍ୱାରା ୨୦୧୨ ମସିହା ପାଇଁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ସେ ଉଇମେନ୍ ଇଞ୍ଜିନିୟରିଂ ସୋସାଇଟି, ଇଉନାଇଟେଡ କିଙ୍ଗଡମର ଫେଲୋ (FWES) ଥିଲେ । ପ୍ରାଚାର୍ଯ୍ୟା ମହାନ୍ତି ୨୦୧୧ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ ସମ୍ପାଦନା କରିଛନ୍ତି । ୨୦୧୬ ଜାନୁଆରୀଠାରୁ ସେ ଓଡ଼ିଶା ବିଜ୍ଞାନ ଏକାଡେମୀର ସଭାପତି ହୋଇଅଛନ୍ତି ।

୨୦୨୧ ମସିହାରେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ଦେହାନ୍ତ ହୋଇଥିଲା ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସେ ୧୯୫୩ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶାର କଟକ ସହରରେ ଜନ୍ମ ଗ୍ରହଣ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ପରଲୋକ". ସମ୍ବାଦ. 1 July 2021. Retrieved 2 July 2021.
  2. "ଆର୍କାଇଭ୍ କପି". Archived from the original on 2017-04-19. Retrieved 2017-04-18. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2017-04-18. Retrieved 2017-04-18. {{cite web}}: Cite has empty unknown parameter: |1= (help)
  4. "VCs ready with plans - Sanghamitra Mohanty & Kumarbar Das talk about their new role". The Telegraph. Retrieved 2 July 2021.
  5. "ପ୍ରଫେସର ସଂଘମିତ୍ରା ମହାନ୍ତିଙ୍କ ପରଲୋକ". ଧରିତ୍ରୀ. ୨ ଜୁଲାଇ ୨୦୨୧. p. ୭. Retrieved 2 July 2021. {{cite web}}: Check date values in: |date= (help)