ସଙ୍ଗୀତା ଦାଶ

ଉଇକିପିଡ଼ିଆ‌ରୁ
(Sangeeta Dashରୁ ଲେଉଟି ଆସିଛି)
ସଙ୍ଗୀତା ଦାଶ
ସଙ୍ଗୀତା, ରାଷ୍ଟ୍ରପତିଙ୍କଠାରୁ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଗ୍ରହଣ କରୁଥିବା ସମୟରେ
Born (1966-04-24) ୨୪ ଅପ୍ରେଲ ୧୯୬୬ (ବୟସ ୫୭)
Nationalityଭାରତୀୟ
Occupationନୃତ୍ୟାଙ୍ଗନା ଓ ଅଭିନେତ୍ରୀ
Awardsଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାହାରୀ ସମ୍ମାନ

ସଙ୍ଗୀତା ଦାଶ, ( ଜନ୍ମ :୨୪ ଅପ୍ରେଲ ୧୯୬୬ ) ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଅଭିନେତ୍ରୀ ଅଟନ୍ତି ।[୧][୨] ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ ମାହାରୀ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଆଦି ସମ୍ମାନ ଲାଭ କରିଛନ୍ତି । ସେ ଡୋରା, ବାଜେ ବଇଁଶୀ ନାଚେ ଘୁଙ୍ଗୁର ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ଦୂରଦର୍ଶନର ଜଣେ ଏ-ଗ୍ରେଡ଼ କଳାକାର ଅଟନ୍ତି । ପଣ୍ଡିଚେରୀଠାରେ ସେ ଓଡ଼ିଶୀ ନୃତ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।[୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ପିଲାଦିନେ, ସଙ୍ଗୀତା ଓ ତାଙ୍କ ଦୁଇ ଭଉଣୀଙ୍କୁ ଗୀତ ଓ ନାଚ ଶିଖାଇବା ପାଇଁ ଜଣେ ଗୁରୁ ତାଙ୍କ ଘରକୁ ଆସୁଥିଲେ । ସଙ୍ଗୀତାଙ୍କର ଗୀତ ପ୍ରତି ବେଶି ଆଗ୍ରହ ଥିଲା । କିନ୍ତୁ କ୍ରମେ ସେ ନାଚ ପ୍ରତି ବେଶି ଆକର୍ଷିତ ହୋଇଥିଲେ ।[୪] ୭ ବର୍ଷ ବୟସରୁ, ଗୁରୁ ଦୁର୍ଗା ଚରଣ ରଣବୀରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଯୋଗଦେଇଥିଲେ ଓ ଗୁରୁ ଦେବ ପ୍ରସାଦ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ । ସେ ଗୁରୁ ଦେବ ପ୍ରସାଦଙ୍କ ନୃତ୍ୟ ଶୈଳୀକୁ ଆଗକୁ ନେବାକୁ ଚେଷ୍ଟା କରିଛନ୍ତି ।[୫] ସେ ଗୁରୁ ଚିତ୍ତରଞ୍ଜନ ପାଣିଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିଖିଛନ୍ତି । ଦର୍ଶନରେ ସେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଛନ୍ତି ।

ନର୍ତ୍ତକୀ ଜୀବନ[ସମ୍ପାଦନା]

ସଙ୍ଗୀତା, ଗୁରୁ ଦେବ ପ୍ରସାଦଙ୍କ ଶୈଳୀ ଅନୁସରଣ କରି ନିଜ ନୃତ୍ୟ ପରିବେଷଣ କରନ୍ତି । ଦେବ ପ୍ରସାଦଙ୍କ ସହିତ ସେ ଅନେକ ସ୍ଥାନରେ ନୃତ୍ୟ କର୍ମଶାଳାରେ ଯୋଗ ଦେଇଥିଲେ ଓ ଦେବ ପ୍ରସାଦଙ୍କ ମୃତ୍ୟୁ ପରେ ଏହି ଶୈଳୀର ବ୍ୟାପକ ପ୍ରସାର ଦିଗରେ ସେ ନିଜେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୬] ସେ ଆମେରିକା, ଜର୍ମାନୀ, ବାହାରିନ, ସିଙ୍ଗାପୁର, ଫ୍ରାନ୍ସ, ଇଟାଲି, ବେଲଜିୟମ, ନେପାଳ, ବଙ୍ଗଳାଦେଶ, ଚିନ, ଉତ୍ତର କୋରିଆ ଓ ୱେଷ୍ଟ ଇଣ୍ଡିଜ ଆଦି ଦେଶରେ ବିଭିନ୍ନ ନୃତ୍ୟ କର୍ମଶାଳାରେ ଓଡ଼ିଶୀ ନୃତ୍ୟ ପରିବେଷଣ ଓ ଶିକ୍ଷାଦାନ କରିଛନ୍ତି । କୋଣାର୍କ ନୃତ୍ୟ ଉତ୍ସବ, ଖଜୁରାହୋ ନୃତ୍ୟ ଉତ୍ସବ, ଥିରୁଅନନ୍ତପୁରମର ସୂର୍ଯ୍ୟ ଉତ୍ସବ, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀରେ ନୃତ୍ୟ ପ୍ରତିଭା ଓ ନୃତ୍ୟ ସଙ୍ଗମ ଆଦି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି ।

ଅଭିନେତ୍ରୀ ଜୀବନ[ସମ୍ପାଦନା]

୧୯୮୪ ମସିହାର ଚଳଚ୍ଚିତ୍ର ଡୋରାରୁ ସଙ୍ଗୀତାଙ୍କର ଅଭିନୟ ଜୀବନ ଆରମ୍ଭ ହୋଇଥିଲା । ନୃତ୍ୟକୁ ଅଧିକ ସମୟ ଦେବାପାଇଁ ସେ ଅଭିନୟଠାରୁ କ୍ରମଶଃ ଦୁରେଇ ଯାଇଥିଲେ । ସେ ଅଭିନୟ କରିଥିବା ଚଳଚ୍ଚିତ୍ର ଗୁଡ଼ିକ :

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ମାହାରୀ ସମ୍ମାନ - ୧୯୮୯ ( ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ ତରଫରୁ )
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୧୩
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୧୯୮୯
  • ଶୃଙ୍ଗାରମଣି ସମ୍ମାନ - ( କଲ-କେ-କଳାକାର, ମୁମ୍ବାଇ ତରଫରୁ )
  • ଶ୍ରେଷ୍ଠ ସହ-ଅଭିନେତ୍ରୀ - ( ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ସିନେ କ୍ରିକିଟ ପୁରସ୍କାର ପାପପୁଣ୍ୟ ଚଳଚ୍ଚିତ୍ର ପାଇଁ)[୭]
  • ସଂସ୍କୃତ ସମ୍ମାନ - ୧୯୯୮ ( ସଂସ୍କୃତି ପ୍ରତିଷ୍ଠାନ, ଦିଲ୍ଲୀ )[୮]

ଆଧାର[ସମ୍ପାଦନା]

  1. India Today International. Living Media International Limited. 2002.
  2. "9th Odissi dance festival pays tribute to gurus". www.newindianexpress.com. The New Indian Express. Archived from the original on 26 February 2021. Retrieved 26 February 2021. {{cite web}}: |archive-date= / |archive-url= timestamp mismatch; 14 ଅଗଷ୍ଟ 2018 suggested (help)
  3. "About me". www.my-odissi.com. Kamala Klebanova. Archived from the original on 26 February 2021. Retrieved 26 February 2021.
  4. "Interview with odissi exponent Sangeeta Dash". www.thehindu.com. The Hindu. Archived from the original on 26 February 2021. Retrieved 26 February 2021.
  5. "'I Was a Reluctant Dance Student When I Started'". www.newindianexpress.com. The New Indian Express. Archived from the original on 26 February 2021. Retrieved 26 February 2021.
  6. Sunil Kothari (1990). Odissi, Indian Classical Dance Art. Marg Publications. ISBN 978-81-85026-13-8.
  7. "Sangeeta Dash". www.sangeetnatak.gov.in. ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 25 February 2021. Retrieved 25 February 2021. {{cite web}}: |archive-date= / |archive-url= timestamp mismatch; 13 ଅଗଷ୍ଟ 2020 suggested (help)
  8. "PROFILE OF PARTICIPANTS IN JNMDA FESTIVAL". www.e-pao.net/. www.e-pao.net. Archived from the original on 25 February 2021. Retrieved 25 February 2021.

ବାହାର ଆଧାର[ସମ୍ପାଦନା]