ସମୀର କୁମାର ରାଉତରାୟ
ଦେଖଣା
(Samir Kumar Routrayରୁ ଲେଉଟି ଆସିଛି)
ସମୀର କୁମାର ରାଉତରାୟ | |
---|---|
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୫ | |
ପୂର୍ବ ଅଧିକାରୀ | ତ୍ରିଲୋଚନ ମାନସିଂହ ହରିଚନ୍ଦନ |
ପର ଅଧିକାରୀ | ଲଳିତ ମୋହନ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ବଡ଼ମ୍ବା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୬ ଜାନୁଆରୀ ୧୯୪୮ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | କଂଗ୍ରେସ (ଇ) |
ବାପା/ବୋଉ | ବସନ୍ତ କୁମାର ରାଉତରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସମୀର କୁମାର ରାଉତରାୟ (ଜନ୍ମ: ୨୬ ଜାନୁଆରୀ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସମୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସମୀର କୁମାର ରାଉତରାୟ ୧୯୪୮ ମସିହାର ଜାନୁଆରୀ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବସନ୍ତ କୁମାର ରାଉତରାୟ ।[୧] ସମୀରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସମୀର କୁମାର ରାଉତରାୟ ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Samir Kumar Routray". odishaassembly.nic.in. Odisha Assembly. Retrieved 10 March 2020.