ସମୀର ଦେ
Appearance
(Samir Deyରୁ ଲେଉଟି ଆସିଛି)
ସମୀର ଦେ | |
---|---|
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୪ | |
ପୂର୍ବ ଅଧିକାରୀ | ସୟଦ ମୁସ୍ତାଫିଜ ଅହମଦ |
ପର ଅଧିକାରୀ | ଦେବାଶିଷ ସାମନ୍ତରାୟ |
ନିର୍ବାଚନ ମଣ୍ଡଳୀ | କଟକ ସିଟି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଜାନୁଆରୀ ୧୯୫୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଦୀପିକା ଦତ୍ତ ରାୟ |
ବାପା/ବୋଉ | ଅତୁଲ ପ୍ରସାଦ ଦେ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସମୀର ଦେ (ଜନ୍ମ: ୧୦ ଜାନୁଆରୀ ୧୯୫୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସମୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସମୀର ଦେ ୧୯୫୭ ମସିହାର ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ ।[୧] ସମୀରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସମୀର ଦେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Samir Dey". odishaassembly.nic.in. Odisha Assembly. Retrieved 17 March 2020.