Jump to content

ସମୀର ଦେ

ଉଇକିପିଡ଼ିଆ‌ରୁ
ସମୀର ଦେ
ବିଧାୟକ: ୧୧ଶ, ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୪
ପୂର୍ବ ଅଧିକାରୀସୟଦ ମୁସ୍ତାଫିଜ ଅହମଦ
ପର ଅଧିକାରୀଦେବାଶିଷ ସାମନ୍ତରାୟ
ନିର୍ବାଚନ ମଣ୍ଡଳୀକଟକ ସିଟି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1957-01-10)୧୦ ଜାନୁଆରୀ ୧୯୫୭
ମୃତ୍ୟୁ୧୮ ନଭେମ୍ବର ୨୦୨୪(2024-11-18) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଦୀପିକା ଦତ୍ତ ରାୟ
ବାପା/ବୋଉଅତୁଲ ପ୍ରସାଦ ଦେ (ବାପା)
ବୃତ୍ତିରାଜନୀତିଜ୍ଞ

ସମୀର ଦେ (୧୦ ଜାନୁଆରୀ ୧୯୫୭ - ୧୮ ନଭେମ୍ବର ୨୦୨୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କଟକ ସିଟି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସମୀର ଦେ ୧୯୫୭ ମସିହାର ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ ।[] ସମୀରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସମୀର ଦେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଥିଲେ । ସେ ଓଡ଼ିଶା ବିଧାନ ସଭାକୁ ତିନିଥର ନିର୍ବାଚିତ ହୋଇଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ସମୀରଙ୍କର ୨୦୨୪ ମସିହା ନଭେମ୍ବର ମାସ ୧୮ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଥିଲା ।[]

  1. ୧.୦ ୧.୧ ୧.୨ ୧.୩ "Shri Samir Dey". odishaassembly.nic.in. Odisha Assembly. Retrieved 17 March 2020.
  2. "ଆରପାରିରେ ସମୀର ଦେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସମ୍ପନ୍ନ ହେବ ଶେଷକୃତ୍ୟ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 November 2024. Retrieved 18 November 2024.