ଶାମଲଦାସ ଗାନ୍ଧୀ
ଶ୍ୟାମଳଦାସ ଗାନ୍ଧୀ | |
---|---|
ଫାଇଲ:SamaldasGandhiImage.jpg | |
ଜନ୍ମ | Did not recognize date. Try slightly modifying the date in the first parameter. ପୋରବନ୍ଦର ରାଜ୍ୟ |
ମୃତ୍ୟୁ | ୧୯୫୩ ବମ୍ବେ ରାଜ୍ୟ |
ବୈବାହିକ-ସାଥୀ | ବିଜୟ ବେହେନ |
ସନ୍ତାନ | ପୁଷ୍ପା, କିଶୋର, ମଞ୍ଜରୀ, ହେମନ୍ତ |
ପିତାମାତା |
|
ଶ୍ୟାମଳଦାସ ଗାନ୍ଧୀ (୧୮୯୭-୧୯୫୩) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ, ଯିଏକି ଅରଜୀ ହୁକୁମତ ବା ଜୁନାଗଡ଼ ରାଜ୍ୟର ପୁରୁଧା ଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଶ୍ୟାମଳ ଦାସ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା ମହାତ୍ମା ଗାନ୍ଧୀଙ୍କ ବଡ଼ ଭାଇ ଲକ୍ଷ୍ମୀଦାସ/କାଳିଦାସ କରମଚାନ୍ଦ ଗାନ୍ଧୀଙ୍କ ପୁଅ ଥିଲେ । ସେ ତାଙ୍କ ଦାଦ ମୋହନଦାସଙ୍କ ବଡ଼ ଅନୁଗାମୀ ଥିଲେ ।
ପ୍ରଥମେ ସେ ଜନ୍ମଭୂମି ନାମକ ଏକ ଗୁଜରାଟୀ ଖବର କାଗଜରେ କାମ କରୁଥିଲେ, ଯାହାକି ସନ୍ଧ୍ୟା ସମୟରେ ପ୍ରକାଶ ପାଉଥିଲା । ମାତ୍ର ପରେ କିଛି ମତପାର୍ଥକ୍ୟ ହେବାରୁସ ଏ ତାଙ୍କର ନିଜର ଖବର କାଗଜ ଛାପିବା ଆରମ୍ଭ କରିଥିଲେ, ଯାହକି ଥିଲା "ବନ୍ଦେ ମାତରମ୍" ।[୧]
ଜୁନାଗଡ଼କୁ ଭାରତରେ ମିଶେଇବା
[ସମ୍ପାଦନା]୧୯୪୭ ମସିହାରେ ଯେତେବେଳେ ଜୁନାଗଡ଼ର ନବାବ ତାଙ୍କ ରାଜ୍ୟକୁ ପାକିସ୍ତାନରେ ମିଶେଇବାକୁ ଚାହିଁଲେ, ସେତେବେଳେ ଶ୍ୟାମଳଦାସ ଭାରତରେ ମିଶିବା ପାଇଁ ଜୁନାଗଡ଼ର ଜନତାଙ୍କଦ୍ୱାରା ଗଠକ କରାଯାଇଥିବା ସଂଘର ନେତୃତ୍ୱ ନେଇଥିଲେ ଏବଂ ଭାରତରେ ମିଶିବା ପାଇଁ ଜନମତ ଏକାଠି କରିଥିଲେ ।
ଯେତେବେଳେ ଭାରତୀୟ ସୈନ୍ୟ ଜୁନାଗଡ଼ର ମଙ୍ଗ୍ରୋଲ୍ ଏବଂ ମାନବଦାର ଭଳି ସ୍ଥାନରେ ପ୍ରବେଶ କଲେ, ସେତେବେଳେ ନବାବଙ୍କ ଦେୱାନ ସାର୍ ଶାଃ ନବାବ ଭୁଟ୍ଟୋଙ୍କ ଆମନ୍ତ୍ରଣ କ୍ରମେ ଶ୍ୟାମଳଦାସଙ୍କ ଉପସ୍ଥିତିରେ ଜୁନାଗଡ଼ ଭାରତରେ ମିଶିଥିଲା ।
ସ୍ମୃତି
[ସମ୍ପାଦନା]ଆଜି ଜୁନାଗଡ଼ ଏବଂ ଗୁଜରାଟ ରାଜ୍ୟର ଜଣେ ବୀର ତଥା ଦେଶପ୍ରେମୀ ଭାବରେ ଶ୍ୟାମଳଦାସ ଗାନ୍ଧୀଙ୍କୁ ସମସ୍ତ ମନେ ରଖିଛ୍ନତି । ତାଙ୍କ ନାମରେ ଅନେକ ବିଦ୍ୟାଳୟ, ସର୍ବସାଧାରଣ ଭିତ୍ତିଭୂମି ଏବଂ ଡାକ୍ତରଖାନା ନିର୍ମାଣ କରାଯାଇଛି ।
ମୁମ୍ବାଇର ସ୍ମାରକୀ ପ୍ରିନ୍ସେସ୍ ଷ୍ଟ୍ରିଟ୍କୁ ଶ୍ୟାମଳଦାସ ଗାନ୍ଧୀ ମାର୍ଗ ନାମରେ ନାମିକ କରାଯାଇଛି ।[୨]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]
- ↑ Kr̥ṣṇamūrti, Nāḍiga (1966). Indian journalism: origin, growth and development of Indian journalism from Asoka to Nehru (in ଇଂରାଜୀ). University of Mysore.
- ↑ "Junagadh town hall dedicated to Shamaldas Gandhi". Indian Express. 11 November 2009. Retrieved 15 September 2012.