Jump to content

ଶବରପଲ୍ଲୀ

ଉଇକିପିଡ଼ିଆ‌ରୁ
(Sabarapalliରୁ ଲେଉଟି ଆସିଛି)

ପୂରାଣ ଅନୁସାରେ ପ୍ରାକୃତିକ ବଣଜଙ୍ଗଲ ଘେରା ଏକ ସ୍ଥାନରେ ଶବରରାଜ ବିଶ୍ୱାବସୁ ରହୁଥିଲେ । ଯିଏକି ଜରାଶବରଙ୍କ ବଂଶଧର ଭାବେ ଲୋକ‌କଥା ରହିଛି । ସେଠାରେ ସେ ଗୁପ୍ତ ଭାବରେ ନୀଳମାଧବଙ୍କୁ ପୂଜା କରୁଥିଲେ ।[] ସେହି ସ୍ଥାନର ନାମ ଥିଲା ଶବରପଲ୍ଲୀ । ଏହା ଶବରରାଜାଙ୍କର ଅଞ୍ଚଳ, ସେଥିପାଇଁ ତାକୁ ଶବରପଲ୍ଲୀ ନାମରେ ନାମିତ କରାଯାଇଛି । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦ୍ଦେଶରେ ବିଦ୍ୟାପତି ପୁରୁଷୋତ୍ତମ କ୍ଷେତ୍ରରେ ପ‌ହଞ୍ଚିବା ପରେ ପ୍ରଥମେ ଖବର ନେଇ ଶବରପଲ୍ଲୀରେ ପ‌ହଞ୍ଚିଥିଲେ । ସେଠାରେ ସେ ନୀଳମାଧବଙ୍କ ସୂଚନା ପାଇ ବିଦ୍ୟାପତି ଫେରିଯାଇଥିଲେ । ବିଭିନ୍ନ ସଂସ୍କୃତ ଓ ଓଡ଼ିଆ ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏହି ଐତିହ୍ୟକୁ ବନଯାଗ ଲୀଳାର ଦାରୁ ଅନ୍ୱେଷଣ ବିଧିରେ ବଞ୍ଚାଇ ରଖାଯାଇଛି । ସେଥିପାଇଁ ବଣଜଙ୍ଗଲ ଘେରା କାକଟପୁରର ଦେଉଳିମଠ ପରିସରରେ ପ୍ରାଚୀ ନ‌ଦୀର ଧାରାରେ ପ୍ରଚୀନ କାଳର ଏକ ଶବରପଲ୍ଲୀ କଳ୍ପନା କରାଯାଏ ।[]

ଶବରପଲ୍ଲୀରେ ସମ୍ପାଦିତ କାର୍ଯ୍ୟମାନ

[ସମ୍ପାଦନା]

ନବକଳେବର ସମୟରେ ଦାରୁ ଅନ୍ୱେଷଣରେ ଯାଇଥିବା ସେବାୟତମାନେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରି ରହିଥାନ୍ତି । ଜଗନ୍ନାଥ ସଂସ୍କୃତିରେ ସେହି ଅସ୍ଥାୟୀ ଗୃହକୁ ଶବରପଲ୍ଲୀ କୁହାଯାଏ ।[] ଶବରପଲ୍ଲୀରେ ନିରାଡ଼ମ୍ବର ଜୀବନଯାପନ ସ‌ହିତ ଭକ୍ତିରେ ସମର୍ପଣ ହୋଇ ଦଇତାପତିମାନେ ନିରାକାର ବ୍ରହ୍ମଙ୍କ ପାଇଁ ନୂତନ ଦାରୁ ପ୍ରପ୍ତି ନିମନ୍ତେ ମୌନବ୍ରତ ଧାରଣ କରଥାନ୍ତି । ଏବେ ମଧ୍ୟ ଏହି ପ୍ରଥା ପ୍ରଚଳିତ ରହିଛି । ଶବରପଲ୍ଲୀରେ ପ‌ହ‌ଞ୍ଚିବା ପରେ ଦଇତାପତିମାନେ ସାଧାରଣ ଜୀବନ ଯାପନ କରିବା ସ‌ହିତ ମୌନ ବ୍ରତ ଧାରଣ କରିଥାନ୍ତି ।[] ଅଧିକାଂଶ ସମୟ ମୌନହୋଇ ମହାପ୍ରଭୁଙ୍କୁ ଧ୍ୟାନ କରିଥାନ୍ତି । ଶବରପଲ୍ଲୀରେ ଦଇତାମାନେ କଠୋର ବ୍ରତ ପାଳନ କରଥାନ୍ତି । ଏହି ବଣଜଙ୍ଗଲ ଘେରା ପଲ୍ଲୀରେ ଅଚାର୍ଯ୍ୟମାନଙ୍କଦ୍ୱାରା ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଦେଉଳକରଣଙ୍କଦ୍ୱାରା ଚିଟାଉ ଲେଖାଯାଇଥାଏ ।

  1. "Nilamadhaba Temple". ଓଡ଼ିଶା ପର୍ଯ୍ୟଟନ. Archived from the original on 3 April 2015. Retrieved 20 July 2016.
  2. Mohapatra, Dr. Hemanta (July 2015). "Navakalebar : Ritual and History" (PDF). Odisha Review: 28. Retrieved 20 July 2016.
  3. "The Journey Starts- Nabakalebara-4". Speeking Tree. Retrieved 20 July 2016.
  4. NANDA, KAHNU (23 April 2015). "Servitors at Jhankada for rituals to shift Balabhadra Daru". The Pioneer. Archived from the original on 20 October 2020. Retrieved 20 July 2016.