ଶବରପଲ୍ଲୀ

ଉଇକିପିଡ଼ିଆ ରୁ
Jump to navigation Jump to search

ପୂରାଣ ଅନୁସାରେ ପ୍ରାକୃତିକ ବଣଜଙ୍ଗଲ ଘେରା ଏକ ସ୍ଥାନରେ ଶବରରାଜ ବିଶ୍ୱାବସୁ ରହୁଥିଲେ । ଯିଏକି ଜରାଶବରଙ୍କ ବଂଶଧର ଭାବେ ଲୋକ‌କଥା ରହିଅଛି । ସେଠାରେ ସେ ଗୁପ୍ତ ଭାବରେ ନୀଳମାଧବଙ୍କୁ ପୂଜା କରୁଥିଲେ ।[୧] ସେହି ସ୍ଥାନର ନାମ ଥିଲା ଶବରପଲ୍ଲୀ । ଏହା ଶବରରାଜାଙ୍କର ଅଞ୍ଚଳ, ସେଥିପାଇଁ ତାକୁ ଶବରପଲ୍ଲୀ ନାମରେ ନାମିତ କରାଯାଇଛି । ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିର୍ଦେଶରେ ବିଦ୍ୟାପତି ପୁରୁଷୋତ୍ତମ କ୍ଷେତ୍ରରେ ପ‌ହଞ୍ଚିବା ପରେ ପ୍ରଥମେ ଖବର ନେଇ ଶବରପଲ୍ଲୀରେ ପ‌ହଞ୍ଚିଥିଲେ । ସେଠାରେ ସେ ନୀଳମାଧବଙ୍କ ସୂଚନା ପାଇ ବିଦ୍ୟାପତି ଫେରିଯାଇଥିଲେ । ବିଭିନ୍ନ ସଂସ୍କୃତ ଓ ଓଡ଼ିଆ ପୁସ୍ତକରେ ଲିପିବଦ୍ଧ ହୋଇଥିବା ଏହି ଐତିହ୍ୟକୁ ବନଯାଗ ଲୀଳାର ଦାରୁ ଅନ୍ୱେଷଣ ବିଧିରେ ବଞ୍ଚାଇ ରଖାଯାଇଛି । ସେଥିପାଇଁ ବଣଜଙ୍ଗଲ ଘେରା କାକଟପୁରର ଦେଉଳିମଠ ପରିସରରେ ପ୍ରାଚୀ ନ‌ଦୀର ଧାରାରେ ପ୍ରଚୀନ କାଳର ଏକ ଶବରପଲ୍ଲୀ କଳ୍ପନା କରାଯାଏ ।[୨]

ଶବରପଲ୍ଲୀରେ ସମ୍ପାଦିତ କାର୍ଯ୍ୟମାନ[ସମ୍ପାଦନା]

ନବକଳେବର ସମୟରେ ଦାରୁ ଅନ୍ୱେଷଣରେ ଯାଇଥିବା ସେବାୟତମାନେ ଏକ ଅସ୍ଥାୟୀ ଗୃହ ନିର୍ମାଣ କରି ରହିଥାନ୍ତି । ଜଗନ୍ନାଥ ସଂସ୍କୃତିରେ ସେହି ଅସ୍ଥାୟୀ ଗୃହକୁ ଶବରପଲ୍ଲୀ କୁହାଯାଏ ।[୩] ଶବରପଲ୍ଲୀରେ ନିରାଡ଼ମ୍ବର ଜୀବନଯାପନ ସ‌ହିତ ଭକ୍ତିରେ ସମର୍ପଣ ହୋଇ ଦଇତାପତିମାନେ ନିରାକାର ବ୍ରହ୍ମଙ୍କ ପାଇଁ ନୂତନ ଦାରୁ ପ୍ରପ୍ତି ନିମନ୍ତେ ମୌନବ୍ରତ ଧାରଣ କରଥାନ୍ତି । ଏବେ ମଧ୍ୟ ଏହି ପ୍ରଥା ପ୍ରଚଳିତ ରହିଛି । ଶବରପଲ୍ଲୀରେ ପ‌ହ‌ଞ୍ଚିବା ପରେ ଦଇତାପତିମାନେ ସାଧାରଣ ଜୀବନ ଯାପନ କରିବା ସ‌ହିତ ମୌନ ବ୍ରତ ଧାରଣ କରିଥାନ୍ତି ।[୪] ଅଧିକାଂଶ ସମୟ ମୌନହୋଇ ମହାପ୍ରଭୁଙ୍କୁ ଧ୍ୟାନ କରିଥାନ୍ତି । ଶବରପଲ୍ଲୀରେ ଦଇତାମାନେ କଠୋର ବ୍ରତ ପାଳନ କରଥାନ୍ତି । ଏହି ବଣଜଙ୍ଗଲ ଘେରା ପଲ୍ଲୀରେ ଅଚାର୍ଯ୍ୟମାନଙ୍କଦ୍ୱାରା ଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଦେଉଳକରଣଙ୍କଦ୍ୱାରା ଚିଟାଉ ଲେଖାଯାଇଥାଏ ।

ଆଧାର[ସମ୍ପାଦନା]

  1. "Nilamadhaba Temple". ଓଡ଼ିଶା ପର୍ଯ୍ୟଟନ. Retrieved 20 July 2016.
  2. Mohapatra, Dr. Hemanta (July 2015). "Navakalebar : Ritual and History" (PDF). Odisha Review: 28. Retrieved 20 July 2016.
  3. "The Journey Starts- Nabakalebara-4". Speeking Tree. Retrieved 20 July 2016.
  4. NANDA, KAHNU (23 April 2015). "Servitors at Jhankada for rituals to shift Balabhadra Daru". The Pioneer. Retrieved 20 July 2016.