ରୁକ୍ମଣୀ
ରୁକ୍ମଣୀ ବିଦର୍ଭରାଜ ଭୀଷ୍ମକଙ୍କର ଦୁହିତା ଥିଲେ [୧]ଶ୍ରୀକୃଷ୍ଣଙ୍କ ରୁପଗୁଣର ବର୍ଣ୍ଣନା ଶୁଣି ରୁକ୍ମଣୀ ତାଙ୍କୁ ନ ଦେଖି ମଧ୍ୟ ତାଙ୍କ ପ୍ରତି ଆକୃଷ୍ଟା ହେଲେ ଏବଂ ମନେ ମନେ ତାହାଙ୍କୁହି ପତିରୂପେ ବରଣ କଲେ ରୁକ୍ମଣୀଙ୍କ ପିତା ଓ ରୁକ୍ମୀ ପ୍ରଭୃତି ରୁକ୍ମଣୀଙ୍କ ପଞ୍ଚଭ୍ରାତା କୃଷ୍ଣଙ୍କ ଶତୃ ଜରାସନ୍ଧର ଅଧୀନ ରାଜା ଥିବାରୁ ସେମାନେ ଶ୍ରୀକୃଷ୍ଣଦ୍ୱେଷୀ ଥିଲେ ଜରାସନ୍ଧଙ୍କ ଅନୁରୋଧରେ ସେମାନେ ଚେଦିରାଜ ଦମ ଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସଙ୍ଗେ ରୁକ୍ମଣୀଙ୍କ ବିବାଦ ସମ୍ବନ୍ଧ ସ୍ଥିର କଲେ ରୁକ୍ମଣୀ ଏହା ଜାଣି ପାରି ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ନିକଟକୁ ରୋପନରେ ଦୂତ ପ୍ରେରଣ କଲେ ବିବାହଦିବସର ୟଥାକାଳରେ ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବା ପାଇଁ ବିଦର୍ଭ ନଗରରେ ବରବେଶରେ ଉପସ୍ଥିତ ହେଲେ କିନ୍ତୁ ଶ୍ରୀକୃଷ୍ଣ ବଳରାମଙ୍କ ସହିତ ବିଦର୍ଭରେ ଉପସ୍ଥିତ ହୋଇ ରୁକ୍ମଣୀଙ୍କୁ ବଳପୂର୍ବକ ହରଣ କଲେ ଓ ଶିଶୁପାଳ ଲଜ୍ଜିତ ହୋଇ ପ୍ରତ୍ୟାବର୍ତ୍ତନ କଲେ । ବିଦର୍ଭରେ ବିବାହ ଉପଲକ୍ଷରେ ସମାଗତ ଜରାସନ୍ଧ ଆଦି ରାଜଗଣ ଶ୍ରୀକୃଷ୍ଣଙ୍କୁ ବାଧା ପ୍ରଦାନ କରିବାକୁ ଚେଷ୍ଟା କଲେ କିନ୍ତୁ ଶ୍ରୀକୃଷ୍ଣ ଓ ବଳରାମ ସମସ୍ତଙ୍କୁ ପରାସ୍ତ କରି ରୁକ୍ମଣୀଙ୍କୁ ଘେନି ଦ୍ୱାରକାରେ ପହଞ୍ଚିଲେ ଓ ରୁକ୍ମଣୀଙ୍କ ସଙ୍ଗେ ସେଠାରେ ଶ୍ରୀକୃଷ୍ଣଙ୍କର ବିବାହ ସମ୍ପାଦିତ ହେଲା । ରୁକ୍ମଣୀ ମହାଲକ୍ଷ୍ମୀଙ୍କ ଅଂଶ ଗ୍ରହଣ କରି ପୃଥୀବୀରେ ଜନ୍ମ ଲଭିଥିବାର ପ୍ରସିଦ୍ଧି ଅଛି ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମଣୀଙ୍କ ଗର୍ଭରୁ ପ୍ରଦ୍ୟୁମ୍ନ (କାମଦେବଙ୍କ ପର ଜନ୍ମରେ ଘୃତରୂପ) ଆଦି ଦଶବଂଶ ଓ ଚାରୁମତୀନାମ୍ନୀ କନ୍ୟା ଜନ୍ମଗ୍ରହଣ କରିଥିଲେ ୟଦୁବଂଶ ନାଶ ପରେ ଶ୍ରୀକୃଷ୍ଣ ମାନବ ଲୀଳା ସମ୍ବରଣ କରିବାରୁ ଅର୍ଜୁନ, ଯଦୁବଂଶୀୟା ରାଜମହିଳାମାନଙ୍କ ସହିତ ରୁକ୍ମଣୀଙ୍କୁ ଇନ୍ଦ୍ରପ୍ରସ୍ଥକୁ ନେଇ ଗଲେ; କିନ୍ତୁ ରୁକ୍ମିଣୀ ପତିବିବାହ ସହି ନ ପାରି ପ୍ରଦୀପ୍ତ ହୁତାଶନରେ ଝାସ ଦେଇ ଜୀବନ ବିସର୍ଜ୍ଜନ କଲେ ।
ଆଧାର
[ସମ୍ପାଦନା]- ↑ ପ୍ରହରାଜ, ଗୋପାଳ ଚନ୍ଦ୍ର. "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ". dsal.uchicago.edu. Retrieved 8 April 2013.
ରୁକ୍ମଣୀ ବିଦର୍ଭରାଜ ଭୀଷ୍ମକଙ୍କର ଦୁହିତା ଥିଲେ
[permanent dead link]