ରିଫାବୁଟିନ
Clinical data | |
---|---|
Trade names | Mycobutin[୧] |
AHFS/Drugs.com | monograph |
MedlinePlus | a693009 |
Pregnancy category | |
Routes of administration | by mouth (capsules) |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 85% |
Protein binding | 85% |
Metabolism | liver |
Elimination half-life | 28 to 62 hours (mean) |
Excretion | kidney and fecal |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.133.627 |
Chemical and physical data | |
Formula | C46H62N4O11 |
Molar mass | 847.005 g/mol |
3D model (JSmol) | |
| |
| |
(verify) |
ରିଫାବୁଟିନ (ଇଂରାଜୀ ଭାଷାରେ Rifabutin ବା Rfb) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଯକ୍ଷ୍ମା ଚିକିତ୍ସାରେ ଦିଆଯାଏ ଓ ମାଇକୋବ୍ୟାକ୍ଟେରିଅମ ଆଭିଅମ କମ୍ପ୍ଲେକ୍ସ (Mycobacterium avium complex) ରୋଗର ପ୍ରତିଷେଧ ତଥା ଚିକିତ୍ସା ନିମନ୍ତେ ଦିଆଯାଏ । ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାରେ ଥିବା ଏଚଆଇଭି/ଏଡସ ରୋଗୀ ରିଫାମ୍ପିନ (rifampin) ସହ୍ୟ କରିପାରୁନଥିଲେ କେବଳ ଏହି ରିଫାବୁଟିନ ଦିଆଯାଏ । ସକ୍ରିୟ ଯକ୍ଷ୍ମା ରୋଗର ଚିକିତ୍ସାରେ ଏହା ଅନ୍ୟାନ୍ୟ ଆଣ୍ଟିମାଇକୋବ୍ୟାକ୍ଟେରିଆଲ (antimycobacterial medication) ସହିତ ଦିଆଯାଏ । ଔଷଧ ପ୍ରତିରୋଧକ ଗୁପ୍ତ ଯକ୍ଷ୍ମା (drug-resistant TB) ରୋଗରେ କେବଳ ଏହି ଔଷଧ ଦିଆଯାଇପାରେ । [୧]
ରିଫାବୁଟିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ପେଟ ଯନ୍ତ୍ରଣା (abdominal pain), ଅଇ, ରାସ, ମୁଣ୍ଡବଥା ଓ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ ସ୍ତର (low blood neutrophil levels) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ମାଂସପେଶୀ ଯନ୍ତ୍ରଣା ଓ କୃଷ୍ଣପଟଳ ପ୍ରଦାହ (uveitis) ଦେଖାଯାଇପାରେ । ଗର୍ଭାବସ୍ଥାରେ ଏହାଦ୍ୱାରା କୌଣସି ହାନୀ ହେଉଥିବା ଦେଖା ନ ଯାଇଥିଲେ ମଧ୍ୟ ଏହା ଉପରେ ଉତ୍ତମ ଅନୁଶୀଳନ ହୋଇନାହିଁ । ଏହା ରିଫାମାଇସିନ ଶ୍ରେଣୀର ଏକ ଔଷଧ । ଏହାର କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।[୧]
ସନ ୧୯୯୨ରେ ରିଫାବୁଟିନ ଡାକ୍ତରୀ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତିପ୍ରାପ୍ତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୨] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୩୦ ଆମେରିକୀୟ ଡଲାର ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୦୦ ଆମେରିକୀୟ ଡଲାରରୁ ଅଧିକ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Rifabutin". The American Society of Health-System Pharmacists. Retrieved 8 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Rifabutin". International Drug Price Indicator Guide. Retrieved 8 December 2016.[permanent dead link]
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 50. ISBN 9781284057560.