ରେଖା ରାଜ
ରେଖା ରାଜ | |
---|---|
രേഖ രാജ് | |
ଜନ୍ମ | |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୦–ବର୍ତ୍ତମାନ |
ବୈବାହିକ-ସାଥୀ | ଏମ. ଆର. ରେଣୁକୁମାର |
ରେଖା ରାଜ (ମାଲାୟାଲମ୍: രേഖ രാജ്; ଜନ୍ମ 5 ମଇ 1978) ଜଣେ ଦଳିତ ତଥା ନାରୀବାଦୀ ଚିନ୍ତକ, ସମାଜସେବୀ ତଥା ଲେଖିକା। ସେ ଜାତିପ୍ରଥା ଏବଂ ଲିଙ୍ଗ ପ୍ରସଙ୍ଗରେ ଲେଖିଥିବା ପ୍ରାରମ୍ଭିକ ଦଳିତ ନାରୀବାଦୀମାନଙ୍କ ମଧ୍ୟରୁ ଜଣେ | [୧]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରେଖା ରାଜଙ୍କ ମାଆଙ୍କ ନାମ କେପି ନଳୀନାକ୍ଷୀ ଏବଂ ବାପାଙ୍କ ନାମ ଏସ ରାଜପ୍ପାନ । ସେ ମଇ ୧୯୭୮ ମସିହା ମଇ ୫ ତାରିଖରେ କେରଳର କୋଟାୟାମରେ ଜନ୍ମଗ୍ରହଣ କରିଥିଲେ। ସେ ମାଲାୟାଲାମ କବି ଏମଆର ରେଣୁକୁମାରଙ୍କୁ ବିବାହ କରିଥିଲେ ଓ ଏହି ଦମ୍ପତ୍ତିଙ୍କ ଜଣେ ପୁଅ ଅଛନ୍ତି ।
ଶିକ୍ଷା ଓ ବୃତ୍ତି
[ସମ୍ପାଦନା]ସେ ସାମାଜିକ ବିଜ୍ଞାନରେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗରୁ ଡକ୍ଟରେଟରେ ସମ୍ମାନୀତ ହୋଇଥିଲେ । ତାଙ୍କର ଡକ୍ଟରେଟ ନିବନ୍ଧର ଶୀର୍ଷକ ଥିଲା "Politics of Gender and Dalit Identity: Representation of Dalit Women in Contemporary Dalit Discourses in Kerala" (ଅନୁବାଦ: ଲିଙ୍ଗ ଏବଂ ଦଳିତ ପରିଚୟର ରାଜନୀତି: କେରଳରେ ସମସାମୟିକ ଦଳିତ ଆଲୋଚନାରେ ଦଲିତ ମହିଳାଙ୍କ ପ୍ରତିନିଧିତ୍ୱ) । ପରେ ସେ ସେଠାରେ ଗାନ୍ଧୀ ଚିନ୍ତାଧାରା ଏବଂ ବିକାଶ ଅଧ୍ୟୟନରେ ସହକାରୀ ପ୍ରଫେସର ଭାବରେ ନିଯୁକ୍ତ ହୋଇଥିଲେ । ତେବେ ନିଯୁକ୍ତିରେ ଅନିୟମିତତା ଦର୍ଶାଇ କେରଳର ହାଇକୋର୍ଟ ନିଯୁକ୍ତିକୁ ବାତିଲ ଘୋଷଣା କରିଥିଲେ । [୨]
ରଚନା
[ସମ୍ପାଦନା]ରେଖା ରାଜ ୨୦୧୫ରେ ମାଲାୟାଲାମରେ Dalit Sthree Idapedalukal [୩] ନାମକ ଏକ ପୁସ୍ତକ ରଚନା କରିଥିଲେ । ତାହା ୨୦୧୭ରେ ତାମିଲରେ ଅନୁବାଦ କରାଯାଇଥିଲା । ସେ ୨୦୧୩ରେ ଦଳିତ ମହିଳାଙ୍କ ଉପରେ ସଂଘଠିତ ପତ୍ରିକାର[୪] ଅତିଥି ସମ୍ପାଦକ ଥିଲେ । ସେ ଇକୋନୋମିକ ଓ ପଲିଟିକାଲ ଡେଲି , ମାତୃଭୂମି, ସାମାକାଳିକା ମାଲାୟାଲମ ବାରିକା, ମାଧ୍ୟାମମ୍ ଉଇକ୍ଲି ଏବଂ ଭାରତର ଅନ୍ୟାନ୍ୟ ସାମ୍ପ୍ରତିକ ସାମୟିକ ପତ୍ରିକା ସହିତ ଉଭୟ ଶିକ୍ଷାଭିତ୍ତିକ ଏବଂ ଅନ୍ୟାନ୍ୟ ପତ୍ରିକାରେ ରଚନା କରିଛନ୍ତି ।[ଆଧାର ଲୋଡ଼ା] ତାଙ୍କର ଆଗ୍ରହର କ୍ଷେତ୍ର ଲିଙ୍ଗ, ବିକାଶ, ଜାତି, ସାଂସ୍କୃତିକ, ଦଳିତ ଏବଂ ନିଷ୍ପେଶିତ ଆଦି ଅଧ୍ୟୟନରେ ବିସ୍ତାରିତ |
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]- ୨୦୧୨: ଆଲାପୁଳାର ମୋଚିତ ସ୍ତ୍ରୀ ପଦନ କେନ୍ଦ୍ରମରୁ ରାହନା ପୁରସ୍କାର ।[ଆଧାର ଲୋଡ଼ା]
- [ ଉଦ୍ଧୃତ ଆବଶ୍ୟକ ]ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କଦ୍ୱାରା ଇନଟରନ୍ୟାସନାଲ ଭିଜିଟର ଲିଡରସିପ ପ୍ରୋଗ୍ରାମ କାର୍ଯ୍ୟକ୍ରମର ଜଣ[ ଉଦ୍ଧୃତ ଆବଶ୍ୟକ ]େ ପ୍ରାକ୍ତନ |[ଆଧାର ଲୋଡ଼ା]
ଆଧାର
[ସମ୍ପାଦନା]- ↑ "HeToo: Poda Vedi: Women give it back | Kochi News - Times of India". The Times of India. 4 August 2018.
- ↑ "HC annuls appointment of Dalit activist Rekha Raj in MG University". English.Mathrubhumi (in ଇଂରାଜୀ). Retrieved 2022-08-26.
- ↑ "'Dalit Sthree Idapedalukal' released".[permanent dead link]
- ↑ "Women's world". Times of India Blog. 12 August 2017.