Jump to content

ରାମସ୍ଵାମୀ ଲକ୍ଷ୍ମଣ ନରସିଂହମ

ଉଇକିପିଡ଼ିଆ‌ରୁ
(Ramaswamy Laxman Narasimhamରୁ ଲେଉଟି ଆସିଛି)
ଜଷ୍ଟିସ

ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ
ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଚତୁର୍ଥ ମୁଖ୍ୟ ବିଚାରପତି
କାର୍ଯ୍ୟକାଳ
୨୨ ମାର୍ଚ୍ଚ ୧୯୫୬  ୨୭ ଡିସେମ୍ବର ୧୯୬୪
ପୂର୍ବ ଅଧିକାରୀଲିଙ୍ଗରାଜ ପାଣିଗ୍ରାହୀ
ପର ଅଧିକାରୀଖଲୀଲ ଅହମଦ

ରାମସ୍ୱାମୀ ଲକ୍ଷ୍ମଣ ନରସିଂହମ (ଆର. ଏଲ. ନରସିଂହମ) ଏକ ଭାରତୀୟ ବିଚାରପତି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଥିଲେ ।[]

ଆର. ଏଲ. ନରସିଂହମ ଭାରତୀୟ ସିଭିଲ୍ ସର୍ଭିସର ସଦସ୍ୟ ଥିଲେ । ସେ ପ୍ରଥମେ ଓଡ଼ିଶା ସରକାରର ଆଇନ, ବ୍ୟବସାୟ ଏବଂ ଶ୍ରମ ବିଭାଗର ସଚିବ ଓ ଆଇନ ଶାସନ ଓ ମତାମତ ବିଭାଗର ଅଧିକାରୀ ଥିଲେ । ସେ ମାଦ୍ରାସ ବିଶ୍ୱବିଦ୍ୟାଳୟରୁ ଏମ.ଏ ଡିଗ୍ରୀ ହାସଲ କରିଥିଲେ ଏବଂ ଏକ ଅର୍ଥନୀତିରେ ଡିପ୍ଲୋମା ହାସଲ କରିଥିଲେ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷା ଉତ୍ତୀର୍ଣ୍ଣ କରି ସେ ୧୯୩୧ରେ ସେହି ସେବାରେ ଯୋଗ ଦେଇଥିଲେ । ସେ କଟକ-ସମ୍ବଲପୁରର ଜିଲ୍ଲା ଏବଂ ସେଶନ୍ସ ଜଜ୍ ଥିଲେ, ତା’ପରେ ସେ ଓଡ଼ିଶା ସରକାରଙ୍କ ସଚିବ ପଦବୀରେ ନିଯୁକ୍ତ ହେଇଥିଲେ । ତା’ପରେ ସେ ୨୬.୦୭.୧୯୪୮ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ନିଯୁକ୍ତି ଲାଭ କରିଥିଲେ ଏବଂ 22.3.1956ଠାରୁ 27.12.1964 ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ।[]

  1. "Hon'ble Chief Justice R. L.Narasimham". www.aironline.in. Retrieved 19 December 2024.
  2. "Former Chief Justice | Orissa High Court, Cuttack". www.orissahighcourt.nic.in. Retrieved 19 December 2024.