Jump to content

ରାମଚନ୍ଦ୍ର ନାୟକ

ଉଇକିପିଡ଼ିଆ‌ରୁ
(Rama Chandra Nayakରୁ ଲେଉଟି ଆସିଛି)
ରାମଚନ୍ଦ୍ର ନାୟକ
ଜନ୍ମ ଓ ଜନ୍ମସ୍ଥାନ (1950-06-22) ୨୨ ଜୁନ ୧୯୫୦ (ବୟସ ୭୪)
ଅତାସାହି, ଘସିପୁରା, କେନ୍ଦୁଝର
ବୃତ୍ତିଶିକ୍ଷକ
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର
ପିତାମାତାଭାଗୀରଥି ନାୟକ , ଚମ୍ପାବତୀ ନାୟକ

ରାମଚନ୍ଦ୍ର ନାୟକ (ଜନ୍ମ: ୨୨ ଜୁନ ୧୯୫୦) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ୨୦୨୦ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ବଣ ଦେଉଳରେ ସୁନା ନେଉଳ ପୁସ୍ତକ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ରାମଚନ୍ଦ୍ର, ୧୯୫୦ ମସିହାରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଅନ୍ତର୍ଗତ ଅତାସାହିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭାଗିରଥି ନାୟକ ଓ ମାଙ୍କ ନାମ ଚମ୍ପାବତୀ ନାୟକ । ସେ ଥିଲେ ପରିବାରର ଜ୍ୟେଷ୍ଠ ପୁତ୍ର । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଜଗମୋହନ ରାମାୟଣରେ ରାଜଧର୍ମ ଶୀର୍ଷକରେ ଗବେଷଣା କରି ପିଏଚଡ଼ି ହାସଲ କରିଛନ୍ତି । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ଓ ଅବସର ଗ୍ରହଣ କରିସାରିଛନ୍ତି ।[]

ସାହିତ୍ୟ ସର୍ଜନା

[ସମ୍ପାଦନା]

ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ରାମଚନ୍ଦ୍ରଙ୍କର ସାହିତ୍ୟ ପ୍ରତି ଆଗ୍ରହ ବଢ଼ିଥିଲା । ୧୯୬୦ ମସିହାରୁ ସେ ନିୟମିତ ଲେଖାଲେଖି କରୁଛନ୍ତି । [] ତାଙ୍କଦ୍ୱାରା ଲିଖିତ ମା ପରି ମୋର କିଏସେ ହେବ କବିତା ବର୍ତ୍ତମାନ ଦ୍ୱିତୀୟ ଶ୍ରେଣୀର ପାଠ୍ୟକ୍ରମରେ ଏବଂ ତୃତୀୟ ଶ୍ରେଣୀରେ ପାଠ୍ୟକ୍ରମରେ ଟିକି ଫୁଲର ବାସ କବିତା ପଢ଼ାଯାଉଛି ।

ରଚନାବଳୀ

[ସମ୍ପାଦନା]

ଶିଶୁ ଗପ

[ସମ୍ପାଦନା]
  • ବଣ ଦେଉଳରେ ସୁନା ନେଉଳ
  • କଣ୍ଢେଇ ଖେଳ
  • ଶୋଲା ବାଲା
  • ଆମ ଦେଶର ଜାତୀୟ ପ୍ରତୀକ
  • ପିଲାଙ୍କ ବଣଭୋଜି
  • ଆସ ଖୋଲିଦେବା ଗପର ପେଡ଼ି

ଶିଶୁ କବିତା

[ସମ୍ପାଦନା]
  • ମା ପରି ମୋର କିଏସେ ହେବ
  • ଚାଇଁ ଚେରିକି
  • କେମିତି ଲାଗିବ କୁହ
  • ଟିକି ଫୁଲର ବାସ
  • ଟିକିକୁ ନକର ହେଳା
  • ମହିମା ଧର୍ମର ଆଦିସିଦ୍ଧ ଗୋବିନ୍ଦ ବାବା
  • ଓଡ଼ିଶାର ଶୈବ ପରମ୍ପରାରେ କୁଶଳେଶ୍ୱର ମନ୍ଦିର[]

ପ୍ରବନ୍ଧ

[ସମ୍ପାଦନା]
  • ଶ୍ରୀକ୍ଷେତ୍ରେ ଶ୍ରୀ ଜଗନ୍ନାଥ

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସାହିତ୍ୟ ଅକାଦେମି ବାଳ ସାହିତ୍ୟ ପୁରସ୍କାର - ୨୦୨୦
  • ପ୍ରଜାତନ୍ତ୍ର ବିଷୁବ ମିଳନ ମୀନାବଜାର ପୁରସ୍କାର - ୨୦୧୩
  • ଓଡ଼ିଶା ଶିଶୁ ସାହିତ୍ୟ ସମିତୀ ପୁରସ୍କାର - ୨୦୧୬
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ
  • ଭୂମିପୁତ୍ର ( ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ )
  • ରାଜ୍ୟପାଳ ପୁରସ୍କାର (ଶ୍ରେଷ୍ଠ ଶିକ୍ଷକ) - ୧୯୯୫
  1. "Two litterateurs to get Akademi awards". www.timesofindia.indiatimes.com. The Times of India. Archived from the original on 16 November 2021. Retrieved 16 November 2021.
  2. "ଶିଶୁ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ୍ ସାହିତ୍ୟ ପୁରସ୍କାର". www.nandighoshatv.com. ନନ୍ଦିଘୋଷ ଟିଭି. Archived from the original on 16 November 2021. Retrieved 16 November 2021.
  3. "କବିତାରୁ ଆରମ୍ଭ ହୋଇଥିଲା ମୋ ସାରସ୍ବତ ଯାତ୍ରା: ରାମଚନ୍ଦ୍ର ନାୟକ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 16 November 2021. Retrieved 16 November 2021.
  4. "ବଣ ଦେଉଳରେ ସୁନା ନେଉଳ ପାଇଁ ରାମଚନ୍ଦ୍ର ନାୟକଙ୍କୁ 'ବାଲ୍‍ ସାହିତ୍ୟ ପୁରସ୍କାର'". www.theratnagiri.com/. ରତ୍ନଗିରି. Archived from the original on 16 November 2021. Retrieved 16 November 2021.