ରାମଚନ୍ଦ୍ର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Ram Chandra Patnaikରୁ ଲେଉଟି ଆସିଛି)
ରାମଚନ୍ଦ୍ର ପଟ୍ଟନାୟକ
ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୭
ପୂର୍ବ ଅଧିକାରୀଜୟକୃଷ୍ଣ ମହାନ୍ତି
ପର ଅଧିକାରୀବନମାଳି ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀପିପିଲି
ବ୍ୟକ୍ତିଗତ ସବିଶେଷ
ଜନ୍ମ(1920-04-04)ଅପ୍ରେଲ ୪, ୧୯୨୦
ମୃତ୍ୟୁ୧୩ ମଇ ୧୯୯୧(1991-05-13) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀହୀରାମଣି ପଟ୍ଟନାୟକ
ବାପା/ବୋଉବିଶ୍ୱମ୍ବର ପଟ୍ଟନାୟକ (ବାପା)
ବୃତ୍ତିରାଜନୀତିଜ୍ଞ

ରାମଚନ୍ଦ୍ର ପଟ୍ଟନାୟକ (୪ ଅପ୍ରେଲ ୧୯୨୦ - ୧୩ ମଇ ୧୯୯୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ରାମଚନ୍ଦ୍ର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୫୭ ଓ ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ପିପିଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରାମଚନ୍ଦ୍ର ପଟ୍ଟନାୟକ ୧୯୨୦ ମସିହାର ଅପ୍ରେଲ ମାସ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବିଶ୍ୱମ୍ବର ପଟ୍ଟନାୟକ ଓ ପତ୍ନୀଙ୍କ ନାମ ହୀରାମଣି ପଟ୍ଟନାୟକ ।[୧] ରାମଚନ୍ଦ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବାଣିଜ୍ୟରେ ଇଣ୍ଟରମିଡିଏଟ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାମଚନ୍ଦ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୧] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ରାମଚନ୍ଦ୍ର ପଟ୍ଟନାୟକ ୧୯୯୧ ମସିହାର ମଇ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Shri Ram Chandra Patnaik". odishaassembly.nic.in. Odisha Assembly. Retrieved 9 June 2020.