ରାଜକିଶୋର ପ୍ରଧାନ (୧୯୫୬ ଜନ୍ମ)
ଦେଖଣା
(Raja Kishore Pradhan (1956 birth)ରୁ ଲେଉଟି ଆସିଛି)
ରାଜକିଶୋର ପ୍ରଧାନ | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ନିର୍ବାଚନ ମଣ୍ଡଳୀ | ଦେଓଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୩ ମାର୍ଚ୍ଚ ୧୯୫୬ |
ମୃତ୍ୟୁ | ୧୨ ଅକ୍ଟୋବର ୨୦୧୫ | (ବୟସ ୫୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ମନମୋହିନୀ ପ୍ରଧାନ |
ବାପା/ବୋଉ | ଗଦାଧର ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଜକିଶୋର ପ୍ରଧାନ (୧୩ ମାର୍ଚ୍ଚ ୧୯୫୬ - ୧୨ ଅକ୍ଟୋବର ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦେଓଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାଜକିଶୋର ପ୍ରଧାନ ୧୯୫୫ ମସିହାର ମାର୍ଚ୍ଚ ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗଦାଧର ପ୍ରଧାନ ଓ ପତ୍ନୀଙ୍କ ନାମ ମନମୋହିନୀ ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାଜକିଶୋର ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାଜକିଶୋର ପ୍ରଧାନ ୨୦୧୫ ମସିହାର ଅକ୍ଟୋବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Raja Kishore Pradhan". odishaassembly.nic.in. Odisha Assembly. Retrieved 5 September 2022.