ରବିନ୍ଦ୍ର କୁମାର ମଲ୍ଲିକ
ଦେଖଣା
(Rabindra Kumar Mallickରୁ ଲେଉଟି ଆସିଛି)
ରବିନ୍ଦ୍ର କୁମାର ମଲ୍ଲିକ | |
---|---|
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୪ – ୨୦୦୯ | |
ନିର୍ବାଚନ ମଣ୍ଡଳୀ | ଗୋବିନ୍ଦପୁର |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ନିର୍ବାଚନ ମଣ୍ଡଳୀ | ଗୋବିନ୍ଦପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୮ ଫେବୃଆରୀ ୧୯୫୩ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରେଣୁବାଳା ମଲ୍ଲିକ |
ବାପା/ବୋଉ | ଦୁର୍ଯ୍ୟୋଧନ ମଲ୍ଲିକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରବିନ୍ଦ୍ର କୁମାର ମଲ୍ଲିକ (ଜନ୍ମ: ୨୮ ଫେବୃଆରୀ ୧୯୫୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୋବିନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରବିନ୍ଦ୍ର କୁମାର ମଲ୍ଲିକ ୧୯୫୩ ମସିହାର ଫେବୃଆରୀ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁର୍ଯ୍ୟୋଧନ ମଲ୍ଲିକ ଓ ପତ୍ନୀଙ୍କ ନାମ ରେଣୁବାଳା ମଲ୍ଲିକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରବିନ୍ଦ୍ର କୁମାର ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Rabindra Kumar Mallick". odishaassembly.nic.in. Odisha Assembly. Retrieved 5 August 2022.