ରାବଣେଶ୍ୱର ମଢ଼େଇ

ଉଇକିପିଡ଼ିଆ‌ରୁ
(Rabaneswar Madheiରୁ ଲେଉଟି ଆସିଛି)
ରାବଣେଶ୍ୱର ମଢ଼େଇ
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୫ – ୨୦୦୦
ପୂର୍ବ ଅଧିକାରୀରୋହିଦାସ ସୋରେନ
ପର ଅଧିକାରୀଭାସ୍କର ମଢ଼େଇ
ନିର୍ବାଚନ ମଣ୍ଡଳୀଉଦଳା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀବୀରଭଦ୍ର ସିଂହ
ପର ଅଧିକାରୀରୋହିଦାସ ସୋରେନ
ନିର୍ବାଚନ ମଣ୍ଡଳୀଉଦଳା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀମନମୋହନ ଟୁଡୁ
ପର ଅଧିକାରୀବୀରଭଦ୍ର ସିଂହ
ନିର୍ବାଚନ ମଣ୍ଡଳୀଉଦଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-12-28)୨୮ ଡିସେମ୍ବର ୧୯୩୬
ମୃତ୍ୟୁ୧୪ ଜୁନ ୨୦୧୪(2014-06-14) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀସାବିତ୍ରୀମଣି ମଢ଼େଇ
ବାପା/ବୋଉବିପ୍ର ମଢ଼େଇ (ବାପା)
ବୃତ୍ତିରାଜନୀତିଜ୍ଞ

ରାବଣେଶ୍ୱର ମଢ଼େଇ (୨୮ ଡିସେମ୍ବର ୧୯୩୬ - ୧୪ ଜୁନ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାବଣେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଆଇ) କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଚାରିଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ, ୯ମ, ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରାବଣେଶ୍ୱର ମଢ଼େଇ ୧୯୩୬ ମସିହାର ଡିସେମ୍ବର ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିପ୍ର ମଢ଼େଇ ।[୧] ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ । ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀମଣି ମଢ଼େଇ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାବଣେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଉଦଳା ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଉଦଳା କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଉଦଳା ଭାରତୀୟ ଜାତୀୟ କଂଗ୍ରେସ
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ଉଦଳା ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ରାବଣେଶ୍ୱର ମଢ଼େଇ ୨୦୧୪ ମସିହାର ଜୁନ ମାସ ୧୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Rabaneswar Madhei". odishaassembly.nic.in. Odisha Assembly. Retrieved 28 August 2019.