ଆର. କେ. ଲକ୍ଷ୍ମଣ
ଆର. କେ. ଲକ୍ଷ୍ମଣ | |
---|---|
ଜନ୍ମ | ରାଶିପୁରମ କୃଷ୍ଣସ୍ୱାମୀ ଲକ୍ଷ୍ମଣ ୨୪ ଅକ୍ଟୋବର ୧୯୨୧ |
ମୃତ୍ୟୁ | ୨୬ ଜାନୁଆରୀ ୨୦୧୫ ପୁନେ, ମହାରାଷ୍ଟ୍ର, ଭାରତ | (ବୟସ ୯୩)
ଜାତୀୟତା | ଭାରତୀୟ |
ବୃତ୍ତି | ବ୍ୟଙ୍ଗ ଚିତ୍ରକାର, |
ପ୍ରସିଦ୍ଧି | କମନ ମ୍ୟାନ ବ୍ୟଙ୍ଗ ଚିତ୍ର |
ବୈବାହିକ-ସାଥୀs |
|
ପରିବାର | ଆର. କେ. ନାରାୟଣ (ଭାଇ) |
ପୁରସ୍କାର | ପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ରମଣ ମାଗାସେସେ ପୁରସ୍କାର |
ଦସ୍ତଖତ | |
ରାଶିପୁରମ କୃଷ୍ଣସ୍ୱାମୀ ଲକ୍ଷ୍ମଣ[୧] (୨୪ ଅକ୍ଟୋବର ୧୯୨୧ – ୨୬ ଜାନୁଆରୀ ୨୦୧୫) ଜଣେ ଭାରତୀୟ ବ୍ୟଙ୍ଗ ଚିତ୍ରକାର, ଥିଲେ ।[୨] ସେ ୧୯୫୧ରେ ଆରମ୍ଭ ହେଇଥିବା "ଟାଇମ୍ସ ଅଫ୍ ଇଣ୍ଡିଅା'ର ନିୟମିତ କାର୍ଟୁନ ସ୍ତମ୍ଭ "ୟୁ ସେଡ୍ ଇଟ୍' ଓ କମନ ମ୍ୟାନ ନିମନ୍ତେ ପ୍ରସିଦ୍ଧ ଅଟନ୍ତି ।[୩]
ଆର. କେ. ଲକ୍ଷ୍ମଣ ୨୪ ଅକ୍ଟୋବର ୧୯୨୧ ମସିହାରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ । କଲେଜ ସମୟରୁ ବିଭିନ୍ନ ଖବରକାଗଜ ପାଇଁ କାର୍ଟୁନ୍ କରିବା ଅାରମ୍ଭ କରିଥିଲେ ଲକ୍ଷ୍ମଣ । ପରେ ମୁମ୍ବାଇର ଫ୍ରି ପ୍ରେସ୍ ଜର୍ଣ୍ଣାଲରେ ବୃତ୍ତିଗତ ଜୀବନ ଅାରମ୍ଭ କଲେ । ବ୍ୟଙ୍ଗ ଚରିତ୍ର "କମନ୍ ମ୍ୟାନ୍' ଦେଶବ୍ୟାପୀ ତାଙ୍କପାଇଁ ପ୍ରସିଦ୍ଧି ଅାଣି ଦେଇଥିଲା । ୧୯୫୧ରୁ ସେ ଇଂରାଜୀ ଦୈନିକ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆରେ କାର୍ଯ୍ୟ କରିଆସୁଥିଲେ ।
ଲକ୍ଷ୍ମଣଙ୍କର ଏବେ ପତ୍ନୀ କମଳା, ପୁଅ ଶ୍ରୀନିବାସ ଓ ବୋହୂ ଉଷା ଅଛନ୍ତି ।
ମୃତ୍ୟୁ
[ସମ୍ପାଦନା]୨୬ ଜାନୁଆରୀ ୨୦୧୫, ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ମୂତ୍ରାଙ୍ଗ ସଂକ୍ରମଣ ଓ ଛାତିରେ ଯନ୍ତ୍ରଣା ହେତୁ ଜାନୁଆରୀ ମାସ ୨୩ ତାରିଖରେ ତାଙ୍କୁ ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ଶରୀରର ବିଭନ୍ନ ଆଭ୍ୟନ୍ତରୀଣ ଅଙ୍ଗ ଅଚଳ ହୋଇପଡିଥିଲା । [୪]
ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ୨୬ ଜାନୁଆରୀ ୨୦୧୫ଠାରୁ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ମାଧ୍ୟମରେ ରଖାଯାଇଥିଲା । ୨୦୧୦ରେ ସେ ଏକାଧିକ ହୃଦ୍ଘାତର ଶିକାର ହୋଇଥିଲେ ।[୫][୬][୭]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ପଦ୍ମ ବିଭୂଷଣ, ୨୦୦୫[୮]
- ପଦ୍ମ ଭୂଷଣ, ୧୯୭୩[୭]
- ରମଣ ମାଗାସେସେ ପୁରସ୍କାର, (ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ) ୧୯୮୪[୭]
- ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପି ଅବଦାନ ନିମନ୍ତେ ପୁରସ୍କାର, ୨୦୦୮[୯]
- ପୁନେ ପଣ୍ଡିତ ପୁରସ୍କାର, ୨୦୧୨[୯]
- ସମ୍ମାନଜନକ ଡକ୍ଟରେଟ, ମହୀଶୂର ବିଶ୍ୱବିଦ୍ୟାଳୟ, ୨୦୦୪[୧୦]
ଆଧାର
[ସମ୍ପାଦନା]- ↑ Ranga Rao (1 January 2006). R.K. Narayan. Sahitya Akademi. p. 11. ISBN 978-81-260-1971-7. Retrieved 11 March 2012. Pg. 11 in the source says that Laxman & his brother Narayan were Tamil Iyer Brahmins.
- ↑ Laxman's-eye view Archived 2007-10-10 at the Wayback Machine. Frontline Magazine – 18–31 July 1998
- ↑ "Times of India cartoonist RK Laxman dies after illness". BBC. 26 January 2015. Retrieved 27 January 2015.
- ↑ "R K Laxman regains partial consciousness". The Times of India. 23 January 2015. Retrieved 27 January 2015.
- ↑ "Iconic cartoonist R K Laxman passes away in Pune after a prolonged illness at the age of 94". India Today. 26 January 2015. Retrieved 26 January 2015.
- ↑ "Eminent cartoonist RK Laxman dies at 94". The Times of India. Retrieved 26 January 2015.
- ↑ ୭.୦ ୭.୧ ୭.୨ Menon, Meena (26 January 2015). "The uncommon man: R.K. Laxman (1921-2015)". The Hindu. The Hindu Group. Retrieved 27 January 2015.
- ↑ "'Common Man' cartoonist RK Laxman dead at 93". Reuters. 26 January 2015. Archived from the original on 27 January 2015. Retrieved 27 January 2015.
- ↑ ୯.୦ ୯.୧ Zunke, Pratiksha (7 September 2013). "Renowned cartoonist RK Laxman to be awarded Bharat Bhushan". Daily News and Analysis. Pune: Diligent Media Corporation. Retrieved 27 January 2015.
- ↑ Vakil, Dina (27 January 2015). "RK Laxman, who immortalised the common man, was devoted to excellence". The Economic Times. The Times Group. Retrieved 27 January 2015.