ଆର. କେ. ଲକ୍ଷ୍ମଣ

ଉଇକିପିଡ଼ିଆ‌ରୁ
ଆର. କେ. ଲକ୍ଷ୍ମଣ
Born
ରାଶିପୁରମ କୃଷ୍ଣସ୍ୱାମୀ ଲକ୍ଷ୍ମଣ

(1921-10-24)୨୪ ଅକ୍ଟୋବର ୧୯୨୧
ମହୀଶୂର, ବ୍ରିଟିଶ ଶାସନାଧିନ ଭାରତ (କର୍ଣ୍ଣାଟକ, ଭାରତ)
Died୨୬ ଜାନୁଆରୀ ୨୦୧୫(2015-01-26) (ବୟସ ୯୩)
Nationalityଭାରତୀୟ
Occupationବ୍ୟଙ୍ଗ ଚିତ୍ରକାର,
Known forକମନ ମ୍ୟାନ ବ୍ୟଙ୍ଗ ଚିତ୍ର
Spouses
  • କୁମାରୀ କମଳା
  • କମଳା ଲକ୍ଷ୍ମଣ
Familyଆର. କେ. ନାରାୟଣ (ଭାଇ)
Awardsପଦ୍ମ ଭୂଷଣ, ପଦ୍ମ ବିଭୂଷଣ, ରମଣ ମାଗାସେସେ ପୁରସ୍କାର
Signature
ପୁନେର ସିମ୍ବାଓସିସ କାର୍ଯ୍ୟାଳୟରେ ଥିବା କମନମ୍ୟାନ ପ୍ରତିକୃତି

ରାଶିପୁରମ କୃଷ୍ଣସ୍ୱାମୀ ଲକ୍ଷ୍ମଣ[୧] (୨୪ ଅକ୍ଟୋବର ୧୯୨୧ – ୨୬ ଜାନୁଆରୀ ୨୦୧୫) ଜଣେ ଭାରତୀୟ ବ୍ୟଙ୍ଗ ଚିତ୍ରକାର, ଥିଲେ ।[୨] ସେ ୧୯୫୧ରେ ଆରମ୍ଭ ହେଇଥିବା "ଟାଇମ୍‍ସ ଅଫ୍‍ ଇଣ୍ଡିଅା'ର ନିୟମିତ କାର୍ଟୁନ ସ୍ତମ୍ଭ "ୟୁ ସେଡ୍‍ ଇଟ୍‍' ଓ କମନ ମ୍ୟାନ ନିମନ୍ତେ ପ୍ରସିଦ୍ଧ ଅଟନ୍ତି ।[୩]

ଆର. କେ. ଲକ୍ଷ୍ମଣ ୨୪ ଅକ୍ଟୋବର ୧୯୨୧ ମସିହାରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ । କଲେଜ ସମୟରୁ ବିଭିନ୍ନ ଖବରକାଗଜ ପାଇଁ କାର୍ଟୁନ୍‍ କରିବା ଅାରମ୍ଭ କରିଥିଲେ ଲକ୍ଷ୍ମଣ । ପରେ ମୁମ୍ବାଇର ଫ୍ରି ପ୍ରେସ୍‍ ଜର୍ଣ୍ଣାଲରେ ବୃତ୍ତିଗତ ଜୀବନ ଅାରମ୍ଭ କଲେ । ବ୍ୟଙ୍ଗ ଚରିତ୍ର "କମନ୍‍ ମ୍ୟାନ୍‍' ଦେଶବ୍ୟାପୀ ତାଙ୍କପାଇଁ ପ୍ରସିଦ୍ଧି ଅାଣି ଦେଇଥିଲା । ୧୯୫୧ରୁ ସେ ଇଂରାଜୀ ଦୈନିକ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆରେ କାର୍ଯ୍ୟ କରିଆସୁଥିଲେ ।

ଲକ୍ଷ୍ମଣଙ୍କର ଏବେ ପତ୍ନୀ କମଳା, ପୁଅ ଶ୍ରୀନିବାସ ଓ ବୋହୂ ଉଷା ଅଛନ୍ତି ।

A tribute to the late R. K. Laxman by cartoonist Shekhar Gurera

ମୃତ୍ୟୁ[ସମ୍ପାଦନା]

୨୬ ଜାନୁଆରୀ ୨୦୧୫, ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ମୂତ୍ରାଙ୍ଗ ସଂକ୍ରମଣ ଓ ଛାତିରେ ଯନ୍ତ୍ରଣା ହେତୁ ଜାନୁଆରୀ ମାସ ୨୩ ତାରିଖରେ ତାଙ୍କୁ ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ଶରୀରର ବିଭନ୍ନ ଆଭ୍ୟନ୍ତରୀଣ ଅଙ୍ଗ ଅଚଳ ହୋଇପଡିଥିଲା । [୪]

ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ୨୬ ଜାନୁଆରୀ ୨୦୧୫ଠାରୁ ତାଙ୍କୁ ଜୀବନ ରକ୍ଷାକାରୀ ବ୍ୟବସ୍ଥା ମାଧ୍ୟମରେ ରଖାଯାଇଥିଲା । ୨୦୧୦ରେ ସେ ଏକାଧିକ ହୃଦ୍‌ଘାତର ଶିକାର ହୋଇଥିଲେ ।[୫][୬][୭]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ranga Rao (1 January 2006). R.K. Narayan. Sahitya Akademi. p. 11. ISBN 978-81-260-1971-7. Retrieved 11 March 2012. Pg. 11 in the source says that Laxman & his brother Narayan were Tamil Iyer Brahmins.
  2. Laxman's-eye view Archived 2007-10-10 at the Wayback Machine. Frontline Magazine – 18–31 July 1998
  3. "Times of India cartoonist RK Laxman dies after illness". BBC. 26 January 2015. Retrieved 27 January 2015.
  4. "R K Laxman regains partial consciousness". The Times of India. 23 January 2015. Retrieved 27 January 2015.
  5. "Iconic cartoonist R K Laxman passes away in Pune after a prolonged illness at the age of 94". India Today. 26 January 2015. Retrieved 26 January 2015.
  6. "Eminent cartoonist RK Laxman dies at 94". The Times of India. Retrieved 26 January 2015.
  7. ୭.୦ ୭.୧ ୭.୨ Menon, Meena (26 January 2015). "The uncommon man: R.K. Laxman (1921-2015)". The Hindu. The Hindu Group. Retrieved 27 January 2015.
  8. "'Common Man' cartoonist RK Laxman dead at 93". Reuters. 26 January 2015. Archived from the original on 27 January 2015. Retrieved 27 January 2015.
  9. ୯.୦ ୯.୧ Zunke, Pratiksha (7 September 2013). "Renowned cartoonist RK Laxman to be awarded Bharat Bhushan". Daily News and Analysis. Pune: Diligent Media Corporation. Retrieved 27 January 2015.
  10. Vakil, Dina (27 January 2015). "RK Laxman, who immortalised the common man, was devoted to excellence". The Economic Times. The Times Group. Retrieved 27 January 2015.

ଅଧିକ ତଥ୍ୟ[ସମ୍ପାଦନା]