ଜନ ସ୍ୱାସ୍ଥ୍ୟ

ଉଇକିପିଡ଼ିଆ‌ରୁ
(Public healthରୁ ଲେଉଟି ଆସିଛି)
Newspaper headlines from around the world about polio vaccine tests (13 April 1955)

ବ୍ୟକ୍ତିଗତ, ଜନ ସାଧାରଣ, ସମାଜ, ଓ ନିଜସ୍ୱ ତଥା ଗୋଷ୍ଠୀ ଅନୁଷ୍ଠାନମାନଙ୍କର ସମୁଚିତ ପ୍ରଚେଷ୍ଟାଦ୍ୱାରା ଦୀର୍ଘ ଜୀବନ, ରୋଗ ପ୍ରତିରୋଧ ଓ ସ୍ୱାସ୍ଥ୍ୟ ଉନ୍ନତି ସାଧନକୁ ଜନ ସ୍ୱାସ୍ଥ୍ୟ କହନ୍ତି[୧] । ଜନସଂଖ୍ୟା ସ୍ୱାସ୍ଥ୍ୟ ବିଶ୍ଳେଷଣରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଏହା ବିରୁଦ୍ଧରେ କର୍ମାନୁସ୍ଠାନ କରାଯାଏ। ଏହି ସମସ୍ୟା ଅଳ୍ପ କେତେଜଣ ଲୋକଙ୍କୁ ନେଇ ହୋଇପାରେ ବା ଅନେକ ଦେଶମାନଙ୍କୁ ନେଇ ହୋଇପାରେ । ଡବ୍ଲ୍ୟୁ.ଏଚ୍.ଓ. ଅନୁସାରେ ସ୍ୱାସ୍ଥ୍ୟ ସଂଜ୍ଞା : କେବଳ ରୋଗ ବା ଅକର୍ମଣ୍ୟତା ନ ଥାଇ ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥ ଅବସ୍ଥାକୁ ସ୍ୱାସ୍ଥ୍ୟ କହନ୍ତି [୨]। ରୋଗ ଅନୁଶୀଳନ, ଜୈବ ପରିସଂଖ୍ୟାନ ଓ ସ୍ୱାସ୍ଥ୍ୟ ସେବା ସଂସ୍ଥା ଭଳି ଅନୁଷ୍ଠାନ ଗୁଡ଼ିକର ପାରସ୍ପରିକ ପ୍ରଚେଷ୍ଟାଦ୍ୱାରା ଏହା ସମ୍ଭବ ହୁଏ । ପରିବେଶ ସ୍ୱାସ୍ଥ୍ୟ, ଗୋଷ୍ଠି ସ୍ୱାସ୍ଥ୍ୟ, ବ୍ୟବ‌ହାରିକ ସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ୱାସ୍ଥ୍ୟ, ଜନ ସାଧାରଣ ପଲିସି, ବିମା ଔଷଧ ଓ ବୃତ୍ତି ସ୍ୱାସ୍ଥ୍ୟ ଇତ୍ୟାଦି ଜନ ସ୍ୱାସ୍ଥ୍ୟର ଉପବିଭାଗ ।
ସ୍ୱାସ୍ଥ୍ୟ ନିରିକ୍ଷଣ,ସ୍ୱାସ୍ଥ୍ୟ ସୂଚକ ଓ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବହାରଦ୍ୱାରା ରୋଗ ଚିକିତ୍ସା ତଥା ନିରାକରଣ, ଶାରୀରିକ ତଥା ମାନସିକ ସୁସ୍ଥାବସ୍ଥା ଉପରେ ଗୁରୁତ୍ତ୍ୱ ଦିଆଯାଉଛି । ହସ୍ତ ପ୍ରକ୍ଷାଳନ, ସ୍ତନ୍ୟପାନ, ଟିକାକରଣକଣ୍ଡୋମଦ୍ୱାରା ଯୌନ ରୋଗ ନିରାକରଣ ଇତ୍ୟାଦି ଜନ ସ୍ୱାସ୍ଥ୍ୟ ପଦ୍ଧତି ସମ୍ପର୍କରେ କାମ କରାଯାଉଛି ।
ଏହି ଜନ ସ୍ୱାସ୍ଥ୍ୟ ସମସ୍ୟା ଫଳବତୀ ହେବା ନିମନ୍ତେ ଅନେକ ବିଭାଗର ସମନ୍ୱୟ ପ୍ରଚେଷ୍ଟା ଆବଶ୍ୟକ । ସେମାନେ ହେଲେ: ଡାକ୍ତର, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗ ଅନୁଶୀଳନ ବିଶେଷଜ୍ଞ, ଜୈବ ପରିସଂଖ୍ୟନବିତ୍, ଜନ ସ୍ୱାସ୍ଥ୍ୟ ନର୍ସ,ମାଇକ୍ରୋବାୟୋଲଜିଷ୍ଟ, ପରିବେଶ ସ୍ୱାସ୍ଥ୍ୟ ଅଫିସର/ ଇନିସପେକ୍ଟର, ଫର୍ମାସିସ୍ଟ, ଦନ୍ତ ସ୍ୱାସ୍ଥ୍ୟ ରକ୍ଷାକାରୀ, ପଥ୍ୟ ବିଜ୍ଞାନୀ ତଥା ପୋଷକ ବିଜ୍ଞାନୀ, ପଶୁ ଚିକିତ୍ସକ, ଜନ ସ୍ୱାସ୍ଥ୍ୟ ଯନ୍ତ୍ରୀ, ଜନ ସ୍ୱାସ୍ଥ୍ୟ ଓକିଲ, ସମାଜ ବିଜ୍ଞାନୀ, ଗୋଷ୍ଠୀ ଉନ୍ନତି କର୍ମୀ ଇତ୍ୟାଦି [୩]

ଆଧାର[ସମ୍ପାଦନା]

  1. Winslow, Charles-Edward Amory (1920 Jan 9). "The Untiltled Fields of Public Health". Science. 51 (1306): 23–33. doi:10.1126/science.51.1306.23. PMID 17838891. {{cite journal}}: Check date values in: |date= (help)
  2. Frequently asked questions from the "Preamble to the Constitution of the World Health Organization" as adopted by the International Health Conference, 1946
  3. Joint Task Group on Public Health Human Resources; Advisory Committee on Health Delivery & Human Resources; Advisory Committee on Population Health & Health Security (2005). Building the public health workforce for the 21st century. Ottawa: Public Health Agency of Canada. OCLC 144167975.

ଅଧିକ ତଥ୍ୟ[ସମ୍ପାଦନା]