ଜନ ସ୍ୱାସ୍ଥ୍ୟ
ବ୍ୟକ୍ତିଗତ, ଜନ ସାଧାରଣ, ସମାଜ, ଓ ନିଜସ୍ୱ ତଥା ଗୋଷ୍ଠୀ ଅନୁଷ୍ଠାନମାନଙ୍କର ସମୁଚିତ ପ୍ରଚେଷ୍ଟାଦ୍ୱାରା ଦୀର୍ଘ ଜୀବନ, ରୋଗ ପ୍ରତିରୋଧ ଓ ସ୍ୱାସ୍ଥ୍ୟ ଉନ୍ନତି ସାଧନକୁ ଜନ ସ୍ୱାସ୍ଥ୍ୟ କହନ୍ତି[୧] । ଜନସଂଖ୍ୟା ସ୍ୱାସ୍ଥ୍ୟ ବିଶ୍ଳେଷଣରୁ ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଏହା ବିରୁଦ୍ଧରେ କର୍ମାନୁସ୍ଠାନ କରାଯାଏ। ଏହି ସମସ୍ୟା ଅଳ୍ପ କେତେଜଣ ଲୋକଙ୍କୁ ନେଇ ହୋଇପାରେ ବା ଅନେକ ଦେଶମାନଙ୍କୁ ନେଇ ହୋଇପାରେ । ଡବ୍ଲ୍ୟୁ.ଏଚ୍.ଓ. ଅନୁସାରେ ସ୍ୱାସ୍ଥ୍ୟ ସଂଜ୍ଞା : କେବଳ ରୋଗ ବା ଅକର୍ମଣ୍ୟତା ନ ଥାଇ ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥ ଅବସ୍ଥାକୁ ସ୍ୱାସ୍ଥ୍ୟ କହନ୍ତି [୨]। ରୋଗ ଅନୁଶୀଳନ, ଜୈବ ପରିସଂଖ୍ୟାନ ଓ ସ୍ୱାସ୍ଥ୍ୟ ସେବା ସଂସ୍ଥା ଭଳି ଅନୁଷ୍ଠାନ ଗୁଡ଼ିକର ପାରସ୍ପରିକ ପ୍ରଚେଷ୍ଟାଦ୍ୱାରା ଏହା ସମ୍ଭବ ହୁଏ । ପରିବେଶ ସ୍ୱାସ୍ଥ୍ୟ, ଗୋଷ୍ଠି ସ୍ୱାସ୍ଥ୍ୟ, ବ୍ୟବହାରିକ ସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ୱାସ୍ଥ୍ୟ, ଜନ ସାଧାରଣ ପଲିସି, ବିମା ଔଷଧ ଓ ବୃତ୍ତି ସ୍ୱାସ୍ଥ୍ୟ ଇତ୍ୟାଦି ଜନ ସ୍ୱାସ୍ଥ୍ୟର ଉପବିଭାଗ ।
ସ୍ୱାସ୍ଥ୍ୟ ନିରିକ୍ଷଣ,ସ୍ୱାସ୍ଥ୍ୟ ସୂଚକ ଓ ଉନ୍ନତ ସ୍ୱାସ୍ଥ୍ୟ ବ୍ୟବହାରଦ୍ୱାରା ରୋଗ ଚିକିତ୍ସା ତଥା ନିରାକରଣ, ଶାରୀରିକ ତଥା ମାନସିକ ସୁସ୍ଥାବସ୍ଥା ଉପରେ ଗୁରୁତ୍ତ୍ୱ ଦିଆଯାଉଛି । ହସ୍ତ ପ୍ରକ୍ଷାଳନ, ସ୍ତନ୍ୟପାନ, ଟିକାକରଣ ଓ କଣ୍ଡୋମଦ୍ୱାରା ଯୌନ ରୋଗ ନିରାକରଣ ଇତ୍ୟାଦି ଜନ ସ୍ୱାସ୍ଥ୍ୟ ପଦ୍ଧତି ସମ୍ପର୍କରେ କାମ କରାଯାଉଛି ।
ଏହି ଜନ ସ୍ୱାସ୍ଥ୍ୟ ସମସ୍ୟା ଫଳବତୀ ହେବା ନିମନ୍ତେ ଅନେକ ବିଭାଗର ସମନ୍ୱୟ ପ୍ରଚେଷ୍ଟା ଆବଶ୍ୟକ । ସେମାନେ ହେଲେ: ଡାକ୍ତର, ଜନସ୍ୱାସ୍ଥ୍ୟ ବିଶେଷଜ୍ଞ, ରୋଗ ଅନୁଶୀଳନ ବିଶେଷଜ୍ଞ, ଜୈବ ପରିସଂଖ୍ୟନବିତ୍, ଜନ ସ୍ୱାସ୍ଥ୍ୟ ନର୍ସ,ମାଇକ୍ରୋବାୟୋଲଜିଷ୍ଟ, ପରିବେଶ ସ୍ୱାସ୍ଥ୍ୟ ଅଫିସର/ ଇନିସପେକ୍ଟର, ଫର୍ମାସିସ୍ଟ, ଦନ୍ତ ସ୍ୱାସ୍ଥ୍ୟ ରକ୍ଷାକାରୀ, ପଥ୍ୟ ବିଜ୍ଞାନୀ ତଥା ପୋଷକ ବିଜ୍ଞାନୀ, ପଶୁ ଚିକିତ୍ସକ, ଜନ ସ୍ୱାସ୍ଥ୍ୟ ଯନ୍ତ୍ରୀ, ଜନ ସ୍ୱାସ୍ଥ୍ୟ ଓକିଲ, ସମାଜ ବିଜ୍ଞାନୀ, ଗୋଷ୍ଠୀ ଉନ୍ନତି କର୍ମୀ ଇତ୍ୟାଦି [୩]।
ଆଧାର
[ସମ୍ପାଦନା]- ↑ Winslow, Charles-Edward Amory (1920 Jan 9). "The Untiltled Fields of Public Health". Science. 51 (1306): 23–33. doi:10.1126/science.51.1306.23. PMID 17838891.
{{cite journal}}
: Check date values in:|date=
(help) - ↑ Frequently asked questions from the "Preamble to the Constitution of the World Health Organization" as adopted by the International Health Conference, 1946
- ↑ Joint Task Group on Public Health Human Resources; Advisory Committee on Health Delivery & Human Resources; Advisory Committee on Population Health & Health Security (2005). Building the public health workforce for the 21st century. Ottawa: Public Health Agency of Canada. OCLC 144167975.