ପ୍ରଭାତ ରଞ୍ଜନ ବିଶ୍ୱାଳ
ପ୍ରଭାତ ରଞ୍ଜନ ବିଶ୍ୱାଳ | |
|---|---|
| ବିଧାୟକ: ୧୪ଶ, ୧୫ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୯ | |
| ନିର୍ବାଚନ ମଣ୍ଡଳୀ | ଚୌଦ୍ୱାର - କଟକ |
| ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୪ – ୨୦୦୯ | |
| ପୂର୍ବ ଅଧିକାରୀ | ନିବେଦିତା ପ୍ରଧାନ |
| ପର ଅଧିକାରୀ | କାଳୀନ୍ଦି ବେହେରା |
| ନିର୍ବାଚନ ମଣ୍ଡଳୀ | କଟକ ସଦର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୮ ମଇ ୧୯୬୬ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱାଧୀନ |
| ଜୀବନ ସାଥୀ | ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ |
| ସନ୍ତାନ | ସୌଭିକ ବିଶ୍ୱାଳ (ପୁଅ) |
| ବାପା/ବୋଉ | ନୀଳମଣି ବିଶ୍ୱାଳ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ପ୍ରଭାତ ରଞ୍ଜନ ବିଶ୍ୱାଳ (ଜନ୍ମ: ୧୮ ମଇ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରଭାତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି । ୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ଏବଂ ୨୦୦୯ ଓ ୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରଭାତ ରଞ୍ଜନ ବିଶ୍ୱାଳ ୧୯୬୬ ମସିହାର ମଇ ମାସ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନୀଳମଣି ବିଶ୍ୱାଳ ଏବଂ ପତ୍ନୀଙ୍କ ନାମ ଲକ୍ଷ୍ମୀ ବିଳାଶିନୀ ବିଶ୍ୱାଳ । ପ୍ରଭାତଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୧] ତାଙ୍କ ପୁଅ ସୌଭିକ ବିଶ୍ୱାଳ ଜଣେ ରାଜନେତା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରଭାତ ରଞ୍ଜନ ବିଶ୍ୱାଳ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | କଟକ ସଦର | ବିଜୁ ଜନତା ଦଳ |
| ୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଚୌଦ୍ୱାର - କଟକ | ବିଜୁ ଜନତା ଦଳ |
| ୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଚୌଦ୍ୱାର - କଟକ | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Pravat Ranjan Biswal". odishaassembly.nic.in. Odisha Assembly. Retrieved 22 January 2020.
- ↑ "ଏଥର ବାପା ବଦଳରେ ପୁଅ : ବିଧାନ ସଭା ଯିବେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ଓ ବାଙ୍କୀରୁ ଦେବୀ ରଞ୍ଜନ ତ୍ରିପାଠୀ". Prameyanews7. କଟକ. 27 May 2019. Archived from the original on 21 May 2022. Retrieved 21 May 2022.
{{cite news}}:|archive-date=/|archive-url=timestamp mismatch; 24 ନଭେମ୍ବର 2020 suggested (help)