ଗଦାଧର ଗିରି

ଉଇକିପିଡ଼ିଆ‌ରୁ
ଗଦାଧର ଗିରି
ବିଧାୟକ: ୬ଷ୍ଠ, ୭ମ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୮୫
ପୂର୍ବ ଅଧିକାରୀପ୍ରସନ୍ନ କୁମାର ପାଳ
ପର ଅଧିକାରୀଯୁଧିଷ୍ଟିର ଜେନା
ନିର୍ବାଚନ ମଣ୍ଡଳୀଜଳେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1943-10-23)୨୩ ଅକ୍ଟୋବର ୧୯୪୩
ମୃତ୍ୟୁ୧୨ ଅକ୍ଟୋବର ୧୯୮୭(1987-10-12) (ବୟସ ୪୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଲବଙ୍ଗଲତା ଗିରି
ସନ୍ତାନ୩ ପୁଅ
ବାପା/ବୋଉବାବୁରାମ ଗିରି (ବାପା)
ବୃତ୍ତିରାଜନୀତିଜ୍ଞ

ଗଦାଧର ଗିରି (୧୩ ଅକ୍ଟୋବର ୧୯୪୩ - ୧୨ ଜାନୁଆରୀ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ସୋସିଆଲିଷ୍ଟ ପାର୍ଟି, ଜନତା ପାର୍ଟି, ଜନତା ଦଳ ଆଦିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ ୩ ଥର କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ଗଦାଧର ଗିରି ୧୯୪୩ ମସିହାର ଅକ୍ଟୋବର ମାସ ୧୩ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ବାବୁରାମ ଗିରି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବିଜ୍ଞାନରେ ସ୍ନାତକ । ପ୍ରତ୍ୟକ୍ଷ ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟ କରୁଥିଲେ ।[୧] ଗଦାଧରଙ୍କର ପତ୍ନୀଙ୍କ ନାମ ଲବଙ୍ଗଲତା ଗିରି ।

ରାଜନୈତୀକ ଜୀବନ[ସମ୍ପାଦନା]

ଗଦାଧର ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକୃଷ୍ଟ ହୋଇଥିଲେ ।[୧] ସେ ସରକାରଙ୍କର ବିଭିନ୍ନ ଦୁର୍ନିତୀକୁ ସିଧାସଳଖ ବିରୋଧ କରିବା ସହ ବିଭିନ୍ନ ଜନ ଆନ୍ଦୋଳନ କରାଇଥିଲେ ।[୧] ୧୯୭୧ ମସିହାରୁ ୧୯୭୪ ମସିହା ମଧ୍ୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ କରି ୪ ଥର ଗିରଫ ହୋଇଥିଲେ ।[୧]

୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହି ବିଧାନ ସଭାରେ ସେ ୧୯୭୪ ମସିହାରୁ ୧୯୭୭ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୭୭ ମସିହାରେ ଜନତା ଦଳର ଏବଂ ୧୯୮୦ ମସିହାରେ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଜଳେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Late Gadadhar Giri". odishaassembly.nic.in. Odisha Assembly. Retrieved 10 June 2019.