Jump to content

ପ୍ରମୋଦ ପତି

ଉଇକିପିଡ଼ିଆ‌ରୁ
(Pramod Patiରୁ ଲେଉଟି ଆସିଛି)
ପ୍ରମୋଦ ପତି
ପ୍ରମୋଦ ପତି
ଜନ୍ମ(1932-01-15)୧୫ ଜାନୁଆରୀ ୧୯୩୨
ସମ୍ବଲପୁର, ଓଡ଼ିଶା
ମୃତ୍ୟୁ୨୦ ଜାନୁଆରୀ ୧୯୭୫(1975-01-20) (ବୟସ ୪୩)
ମୁମ୍ବାଇ, ମହାରାଷ୍ଟ୍ର
ଜାତୀୟତାଭାରତୀୟ
ଶିକ୍ଷାଡିପ୍ଲୋମା ସିନେମାଟୋଗ୍ରାଫି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଚଳଚ୍ଚିତ୍ର ନିର୍ଦ୍ଦେଶକ
ପୁରସ୍କାରଫିଲ୍ମଫେୟାର ପୁରସ୍କାର, ୧୯୬୮

ପ୍ରମୋଦ ପତି (୧୫ ଜାନୁଆରୀ ୧୯୩୨ - ୨୦ ଜାନୁଆରୀ ୧୯୭୫)[], ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ।[] ଭାରତରେ ଆନିମେସନ ଚଳଚ୍ଚିତ୍ର ଶିଳ୍ପର ନିର୍ମାଣ ଓ ପ୍ରସାର ଦିଗରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ପ୍ରଥମ ଓଡ଼ିଆ ଭାବରେ, ସେ ନିଜ ଚଳଚ୍ଚିତ୍ର 'ପର୍ସପେକ୍ଟିଭ' ପାଇଁ ୧୯୬୮ ମସିହାରେ ଫିଲ୍ମଫେୟାର ପୁରସ୍କାର ଲାଭ କରିଥିଲେ ।

ଜନ୍ମ ଓ ଶିକ୍ଷା

[ସମ୍ପାଦନା]

୧୯୩୨ ମସିହା ଜାନୁଆରୀ ୧୫ତାରିଖ ଦିନ, ନାରାୟଣ ପତି ଓ କ୍ଷେତ୍ରମଣି ଦେବୀଙ୍କ ସନ୍ତାନ ପ୍ରମୋଦ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ ।[] ୧୯୫୦ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାଠ୍ୟକ୍ରମ ଶେଷକରି, ୧୯୫୨ ମସିହାରେ ବେଙ୍ଗାଳୁରୁର ଏସ. ଜେ. ପଲିଟେକନିକରୁ ସିନେମାଟୋଗ୍ରାଫିରେ ଡିପ୍ଳୋମା ହାସଲ କରିଥିଲେ । ଏହାପରେ, ସେ ୧୯୫୨-୫୬ ମସିହା ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଅଧିନରେ ଫିଲ୍ମ ଅଫିସର ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ, ସେ ୧୪ଟି ଚଳଚ୍ଚିତ୍ର ନିର୍ମାଣ ସହିତ ଚିତ୍ରତ୍ତୋଳକ, ପଟ୍ଟକଥା ଲେଖକ ଏବଂ ସମ୍ପାଦକ ଭାବରେ ଜଡ଼ିତ ରହିଥିଲେ । ଏହିସମୟରେ ବାଲ୍ୟବନ୍ଧୁ ଅନ୍ନଦା ଚରଣ ଦାସ ଚଳଚ୍ଚିତ୍ର ନିର୍ମାଣରେ ତାଙ୍କର ସହାୟକ ଥିଲେ । ଅନ୍ନଦା ଚରଣ ମଧ୍ୟ ଭୁବନେଶ୍ୱରରେ ସରକାରୀ ଚାକିରି କରୁଥିଲେ । ଦୁହେଁ ସ୍କୁଲ, କଲେଜ ଜୀବନରୁ ବକ୍ସ କ୍ୟାମେରା ବ୍ୟବହାର କରି, ଫଟୋଗ୍ରାଫି କରିଆସୁଥିଲେ । ଦୁଇବନ୍ଧୁ ଭୁବନେଶ୍ୱରରେ ଏକାଠି ରହି ଚଳଚ୍ଚିତ୍ର ନିର୍ମାଣ କରି ପ୍ରୋସେସିଙ୍ଗ କରିବା ପାଇଁ ବମ୍ବେ ପଠାଉଥିଲେ । ପରବର୍ତ୍ତୀ ସମୟରେ ପ୍ରମୋଦ ଭାରତ ସରକାରଙ୍କ ଫେଲୋସିପ ଲାଭ କରି ଚେକୋସ୍ଳୋଭାକିଆର ଫାମୁ ଅନୁଷ୍ଠାନରୁ ପପେଟ୍ ଆନିମେସନରେ ଶିକ୍ଷାଗ୍ରହଣ କରିଥିଲେ । ଏହି ଅନୁଷ୍ଠାନରେ ସେ ଆନିମେସନ ଗୁରୁ ଜିଫି ବ୍ରେଡେକା, ଏଡୱର୍ଡ ହଫମ୍ୟାନଜିରି ଟ୍ରିଙ୍କା ଆଦିଙ୍କଠାରୁ ଆନିମେସନ କଳାରେ ପ୍ରଶିକ୍ଷଣ ଲାଭ କରିଥିଲେ । ୧୯୫୯ ମସିହାରେ ଭାରତ ପ୍ରତ୍ୟାବର୍ତ୍ତନ କରି, ପ୍ରମୋଦ ପତି ଭାରତ ସରକାରଙ୍କ ଅଧିନରେ ଥିବା ଫିଲ୍ମସ୍ ଡିଭିଜନରେ ଆନିମେସନ ବିଭାଗର ମୁଖ୍ୟ ରୂପେ ଯୋଗଦାନ କରିଥିଲେ ।[] ତାଙ୍କରି ଚେଷ୍ଟାରେ ଭାରତରେ ଆନିମେସନ ଚଳଚ୍ଚିତ୍ର ଶିଳ୍ପର ମୂଳଦୁଆ ପଡ଼ିଥିଲା । ଏହି ସମୟରେ ତାଙ୍କୁ ଏସ୍. ସୁଖଦେବ, କେ.ଏସ୍. ଚାରୀ, ଗ୍ଳେନ ବାପ୍ତିସ୍ତା, ଫଲି ବିଲିମୋରିଆ ଇତ୍ୟାଦି ବ୍ୟକ୍ତିବିଶେଷଙ୍କର ସହାୟତା ମିଳିଥିଲା ଓ ବହୁ କ୍ଷୁଦ୍ର ଏବଂ ଆନିମେସନ ଧର୍ମୀ ଚଳଚ୍ଚିତ୍ରର ନିର୍ମାଣ ହୋଇପାରିଥିଲା । ଅନ୍ନଦା ଚରଣ, ଭୁବନେଶ୍ୱର ରହି "ଭୁବନେଶ୍ୱର କଳାକେନ୍ଦ୍ର" ପ୍ରତିଷ୍ଠା କରିଥିଲେ । [] ତାଙ୍କ ନାମରେ ନାମିତ ପ୍ରମୋଦ ପତି ଟ୍ରଷ୍ଟଦ୍ୱାରା ପ୍ରତିବର୍ଷ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ ପ୍ରଦାନ କରାଯାଏ ।[]

ପ୍ରମୋଦଙ୍କୁ ଖୁବ କମ ବୟସରେ ତାଙ୍କୁ କର୍କଟ ବ୍ୟାଧି ଆକ୍ରାନ୍ତ କରିଥିଲା । ଦେଶ ବିଦେଶରେ ବହୁ ଚିକିତ୍ସା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇପାରିଲା ନାହିଁ ଓ ୧୯୭୫ ମସିହାରେ ମାତ୍ର ୪୩ ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । [][]

ଭାରତୀୟ ଚଳଚ୍ଚିତ୍ରକୁ ଅବଦାନ

[ସମ୍ପାଦନା]
ଚଳଚ୍ଚିତ୍ରମୁକ୍ତିଲାଭ ବର୍ଷବିଶେଷକଥା
Ravi's Sitar II: India୧୯୭୪ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର-୨
Ravi's Sitar I: India୧୯୭୪ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର-୧
Abid୧୯୭୨
Moments with the Maestro୧୯୭୦ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର
Ravi Shankar୧୯୭୦ପଣ୍ଡିତ ରବିଶଙ୍କର ଉପରେ ପର୍ଯ୍ୟବେଷିତ ବୃତ୍ତଚିତ୍ର
Trip୧୯୭୦
Claxplosion୧୯୬୮
Explorer[][୧୦]୧୯୬୮
Perspectives୧୯୬୮
Man And His World୧୯୬୭
A Fable Retold୧୯୬୫
Aao Milkar Gaen୧୯୬୪
Exploration of Upper Air୧୯୬୪
Hamara Rashtragan୧୯୬୪
Mansube Machlidar୧୯୬୩
The Chinese Threat[୧୧]୧୯୬୩
Building a Nest୧୯୬୨
Certificate of Security୧୯୬୨
Healthy and Happy୧୯୬୨
Industrial Worker୧୯୬୨
Wives and Wives୧୯୬୨
This Our India୧୯୬୧
This Our Earth୧୯୬୦

ପୁରସ୍କାର ଓ ସ୍ୱୀକୃତି

[ସମ୍ପାଦନା]
  • ଫିଲ୍ମଫେୟାର ପୁରସ୍କାର - ୧୯୬୮- ପର୍ସପେକ୍ଟିଭ ଚଳଚ୍ଚିତ୍ର ପାଇଁ
  • ମଣ୍ଟ୍ରିଲ ଏକସ୍ପୋ(ରୌପ୍ୟ ପଦକ) - ୧୯୬୭ - ମ୍ୟାନ ଆଣ୍ଡ ହିଜ୍ ୱର୍ଲ୍ଡ
  • ଓଡି଼ଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଅନ୍ତର୍ଗତ ଶ୍ରେଷ୍ଠ ଚିତ୍ରଗ୍ରହଣ ପୁରସ୍କାରକୁ ପ୍ରମୋଦ ପତିଙ୍କ ନାମରେ ନାମିତ କରାଯାଇଛି
  1. "Remembering eminent film maker Pramod Pati". filmsdivision.org. Archived from the original on 20 January 2021. Retrieved 20 January 2021.
  2. India. Ministry of Information and Broadcasting; Pramod Pati; V. N. Gulawani (1974). Films Division Catalogue of Films, 1949-1972. Films Division, Ministry of Information and Broadcasting, Government of India. Retrieved 18 July 2013.
  3. "ଅଭିନବ ଭାରତୀୟ ଚଳଚ୍ଚିତ୍ରର ଜନକ". ପ୍ରମେୟ. ୨୦ଜାନୁଅରୀ ୨୦୨୧. Archived from the original on 20 January 2021. Retrieved 20 January 2021. {{cite news}}: Check date values in: |date= (help)
  4. Gaekwad, Manish. "The wondrous world of animator Pramod Pati". scroll.in. Retrieved 20 January 2021.
  5. ସିନେ ସମ୍ବାଦ ଅପ୍ରେଲ ୧୬-୨୨, ୨୦୧୫ ପୃଷ୍ଠା ୧୧
  6. "ବରିଷ୍ଠ ଚଳଚ୍ଚିିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ପ୍ରଶାନ୍ତ ନନ୍ଦ ପାଇବେ ପ୍ରମୋଦ ପତି ଚଳଚ୍ଚିତ୍ର ସମ୍ମାନ". PRAMEYA. 11 March 2024. Archived from the original on 20 February 2025. Retrieved 12 March 2024.
  7. http://dff.nic.in/Pramod_pati.asp
  8. "ଆର୍କାଇଭ୍ କପି". Archived from the original on 2013-08-01. Retrieved 2013-07-18. {{cite web}}: Cite has empty unknown parameter: |1= (help)
  9. http://theseventhart.info/tag/pramod-pati/
  10. "ଆର୍କାଇଭ୍ କପି". Archived from the original on 2013-04-11. Retrieved 2013-07-18. {{cite web}}: Cite has empty unknown parameter: |1= (help)
  11. India. Ministry of Information and Broadcasting (1963). The Chinese Threat. Publications Division, Ministry of Information and Broadcasting, Government of India. Retrieved 18 July 2013.

ଅଧିକ ତଥ୍ୟ

[ସମ୍ପାଦନା]