ବାଦୀ
Appearance
(Plaintiffରୁ ଲେଉଟି ଆସିଛି)
ନ୍ୟାୟଶାସ୍ତ୍ର ଅନୁସାରେ ସାଧାରଣତଃ ପ୍ରଥମ ପକ୍ଷ, ଅପର ପକ୍ଷ ବିରୁଦ୍ଧରେ କୌଣସି ଅଭିଯୋଗ ନେଇ ଅଦାଲତର ଦ୍ୱାରସ୍ଥ ହୁଅନ୍ତି । ଭାରତର ନ୍ୟାୟୀକ ବ୍ୟବସ୍ଥାରେ ବିଶେଷଭାବେ ଦେୱାନୀ ମକଦ୍ଦମାରେ ଏହି ପ୍ରଥମ ପକ୍ଷକୁ ବାଦୀ କୁହାଯାଏ । ଅଭିଯୋଗର ସାମନା କରୁଥିବା ଦ୍ୱିତୀୟ ପକ୍ଷକୁ ପ୍ରତିବାଦୀ କୁହାଯାଏ ।[୧][୨][୩]
ପ୍ରଥମ ପକ୍ଷର ବିବିଧତା
[ସମ୍ପାଦନା]- ବିବାଦର ପ୍ରକାର ଭେଦକୁ ନେଇ ପ୍ରଥମ ପକ୍ଷ ବା ବାଦୀ ଏକ ବା ଏକାଧିକ ବ୍ୟକ୍ତିବିଶେଷ ହୋଇପାରନ୍ତି ।
- ବସ୍ତୁତଃ ଦେୱାନୀ ମକଦ୍ଦମାରେ ଯେଉଁମାନେ ନ୍ୟାୟ ମାଧ୍ୟମରେ ନିଜ ନିଜର ଅଧିକାର ଲାଭ କରିବାକୁ ଦାବୀ କରିପାରନ୍ତି, ସେସବୁ ପ୍ରଥମ ପକ୍ଷର ଅନ୍ତର୍ଗତ ହେବେ ।[୪]
- କେବଳ ସେତିକି ନୁହେଁ, ପ୍ରଥମ ପକ୍ଷ (ବାଦୀ) ସର୍ବଦା ବ୍ୟକ୍ତି ବିଶେଷ ନ ହୋଇ କୌଣସି ଅନୁଷ୍ଠାନ ମଧ୍ୟ ହୋଇପାରେ ।
- ଅନେକ ସମୟରେ ଜନସ୍ୱାର୍ଥ ମାମଲା ଭଳି ବିବାଦରେ ବହୁଜନ ସ୍ୱାର୍ଥ ନିମନ୍ତେ ଯେ କେହି ବ୍ୟକ୍ତି ବିଶେଷ ବାଦୀ ଭାବେ ଏଭଳି ଜନ ସ୍ୱାର୍ଥ ମାମଲା ଦାଖଲ କରିପାରିବେ ।[୫]
- ଦେୱାନୀ ମକଦ୍ଦମାଟିଏ ଚାଲିଥିବାବେଳେ ଯଦି ବାଦୀଙ୍କର ମୃତ୍ୟୁ ଦୁଏ, ତେବେ ମୂଳବାଦୀଙ୍କର ଉତ୍ତରାଧିକାରୀ ଉକ୍ତ ମକଦ୍ଦମାରେ ନୂତନ ବାଦୀ ଭାବେ ପକ୍ଷଭୁକ୍ତ ହେବେ ।[୬]
- ଆଇନାନୁମୋଦିତ ବିଶେଷ ପରିସ୍ଥିତିରେ ଏକ ଦେୱାନୀ ମକଦ୍ଦମାର ପ୍ରତିବାଦୀ ମଧ୍ୟ ଅଦାଲତଙ୍କ ଅନୁମତି ପୂର୍ବକ ବାଦୀ ଭାବେ ନିଜର ପକ୍ଷ ପରିବର୍ତ୍ତନ କରିପାରିବେ । [୭]
- ଅଦାଲତି ପ୍ରକ୍ରିୟାରେ ବାଦୀକୁ ହିଁ ନିଜର ମାମଲା ଅଦାଲତରେ ପ୍ରମାଣ କରିବାକୁ ହେବ ।[୮]
- ମକଦ୍ଦମାର ଉଲ୍ଲେଖ ବେଳେ ପ୍ରଥମେ ବାଦୀ ଓ ପରେ ପ୍ରତିବାଦୀଙ୍କ ନାମ ଲେଖି ପ୍ରକାଶ କରାଯାଏ, ଯଥା; " ବାଦୀ ବନାମ ପ୍ରତିବାଦୀ"(Plaintiff Vs Defendant)
ଆଧାର
[ସମ୍ପାଦନା]- ↑ Brian A. Garner, ed. (2014). ""Suit"". Black's Law Dictionary (10th ed.). West (publisher).
- ↑ Abram, Lisa L. (2000). "Civil Litigation". The Official Guide to Legal Specialties. Chicago: National Association for Law Placement, Harcourt Legal & Professional Publications. p. 71. ISBN 978-0-15-900391-6.
- ↑ "plaintiff". TheFreeDictionary.com. Retrieved 26 July 2018.
- ↑ "Order I, rule 1 of CPC" (PDF). www.ecourts.gov.in. Retrieved 26 July 2018.
- ↑ "Public Interest Litigation 101 – Everything You Need to Know About Filing PILs". The Better India. 27 April 2017. Retrieved 26 July 2018.
- ↑ Rule 3, Order XXII of Civil Procedure Code
- ↑ Civil Procedure Code, 1908, Order 1, Rule 10(2)
- ↑ "State Of Mp vs Nomi Singh & Anr on 24 March, 2015". indiankanoon.org. Retrieved 26 July 2018.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |