ବାଦୀ

ଉଇକିପିଡ଼ିଆ‌ରୁ

ନ୍ୟାୟଶାସ୍ତ୍ର ଅନୁସାରେ ସାଧାରଣତଃ ପ୍ରଥମ ପକ୍ଷ, ଅପର ପକ୍ଷ ବିରୁଦ୍ଧରେ କୌଣସି ଅଭିଯୋଗ ନେଇ ଅଦାଲତର ଦ୍ୱାରସ୍ଥ ହୁଅନ୍ତି । ଭାରତର ନ୍ୟାୟୀକ ବ୍ୟବସ୍ଥାରେ ବିଶେଷଭାବେ ଦେୱାନୀ ମକଦ୍ଦମାରେ ଏହି ପ୍ରଥମ ପକ୍ଷକୁ ବାଦୀ କୁହାଯାଏ । ଅଭିଯୋଗର ସାମନା କରୁଥିବା ଦ୍ୱିତୀୟ ପକ୍ଷକୁ ପ୍ରତିବାଦୀ କୁହାଯାଏ ।[୧][୨][୩]

ପ୍ରଥମ ପକ୍ଷର ବିବିଧତା[ସମ୍ପାଦନା]

  • ବିବାଦର ପ୍ରକାର ଭେଦକୁ ନେଇ ପ୍ରଥମ ପକ୍ଷ ବା ବାଦୀ ଏକ ବା ଏକାଧିକ ବ୍ୟକ୍ତିବିଶେଷ ହୋଇପାରନ୍ତି ।
  • ବସ୍ତୁତଃ ଦେୱାନୀ ମକଦ୍ଦମାରେ ଯେଉଁମାନେ ନ୍ୟାୟ ମାଧ୍ୟମରେ ନିଜ ନିଜର ଅଧିକାର ଲାଭ କରିବାକୁ ଦାବୀ କରିପାରନ୍ତି, ସେସବୁ ପ୍ରଥମ ପକ୍ଷର ଅନ୍ତର୍ଗତ ହେବେ ।[୪]
  • କେବଳ ସେତିକି ନୁହେଁ, ପ୍ରଥମ ପକ୍ଷ (ବାଦୀ) ସର୍ବଦା ବ୍ୟକ୍ତି ବିଶେଷ ନ ହୋଇ କୌଣସି ଅନୁଷ୍ଠାନ ମଧ୍ୟ ହୋଇପାରେ ।
  • ଅନେକ ସମୟରେ ଜନସ୍ୱାର୍ଥ ମାମଲା ଭଳି ବିବାଦରେ ବହୁଜନ ସ୍ୱାର୍ଥ ନିମନ୍ତେ ଯେ କେହି ବ୍ୟକ୍ତି ବିଶେଷ ବାଦୀ ଭାବେ ଏଭଳି ଜନ ସ୍ୱାର୍ଥ ମାମଲା ଦାଖଲ କରିପାରିବେ ।[୫]
  • ଦେୱାନୀ ମକଦ୍ଦମାଟିଏ ଚାଲିଥିବାବେଳେ ଯଦି ବାଦୀଙ୍କର ମୃତ୍ୟୁ ଦୁଏ, ତେବେ ମୂଳବାଦୀଙ୍କର ଉତ୍ତରାଧିକାରୀ ଉକ୍ତ ମକଦ୍ଦମାରେ ନୂତନ ବାଦୀ ଭାବେ ପକ୍ଷଭୁକ୍ତ ହେବେ ।[୬]
  • ଆଇନାନୁମୋଦିତ ବିଶେଷ ପରିସ୍ଥିତିରେ ଏକ ଦେୱାନୀ ମକଦ୍ଦମାର ପ୍ରତିବାଦୀ ମଧ୍ୟ ଅଦାଲତଙ୍କ ଅନୁମତି ପୂର୍ବକ ବାଦୀ ଭାବେ ନିଜର ପକ୍ଷ ପରିବର୍ତ୍ତନ କରିପାରିବେ । [୭]
  • ଅଦାଲତି ପ୍ରକ୍ରିୟାରେ ବାଦୀକୁ ହିଁ ନିଜର ମାମଲା ଅଦାଲତରେ ପ୍ରମାଣ କରିବାକୁ ହେବ ।[୮]
ମକଦ୍ଦମାର ଉଲ୍ଲେଖ ବେଳେ ପ୍ରଥମେ ବାଦୀ ଓ ପରେ ପ୍ରତିବାଦୀଙ୍କ ନାମ ଲେଖି ପ୍ରକାଶ କରାଯାଏ, ଯଥା; " ବାଦୀ ବନାମ ପ୍ରତିବାଦୀ"(Plaintiff Vs Defendant)

ଆଧାର[ସମ୍ପାଦନା]

  1. Brian A. Garner, ed. (2014). ""Suit"". Black's Law Dictionary (10th ed.). West (publisher).
  2. Abram, Lisa L. (2000). "Civil Litigation". The Official Guide to Legal Specialties. Chicago: National Association for Law Placement, Harcourt Legal & Professional Publications. p. 71. ISBN 978-0-15-900391-6.
  3. "plaintiff". TheFreeDictionary.com. Retrieved 26 July 2018.
  4. "Order I, rule 1 of CPC" (PDF). www.ecourts.gov.in. Retrieved 26 July 2018.
  5. "Public Interest Litigation 101 – Everything You Need to Know About Filing PILs". The Better India. 27 April 2017. Retrieved 26 July 2018.
  6. Rule 3, Order XXII of Civil Procedure Code
  7. Civil Procedure Code, 1908, Order 1, Rule 10(2)
  8. "State Of Mp vs Nomi Singh & Anr on 24 March, 2015". indiankanoon.org. Retrieved 26 July 2018.