ଫୁଲମଣି ଶାନ୍ତା

ଉଇକିପିଡ଼ିଆ‌ରୁ
(Phulamani Santaରୁ ଲେଉଟି ଆସିଛି)
ଫୁଲମଣି ଶାନ୍ତା
ବିଧାୟିକା: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀଶ୍ୟାମଘନ ମାଝି
ପର ଅଧିକାରୀଡମ୍ବରୁ ମାଝି
ନିର୍ବାଚନ ମଣ୍ଡଳୀଡାବୁଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1953-12-31)୩୧ ଡିସେମ୍ବର ୧୯୫୩
ମୃତ୍ୟୁ୩୦ ଡିସେମ୍ବର ୨୦୦୯(2009-12-30) (ବୟସ ୫୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀସି.ଏଚ. ଜାନି
ସନ୍ତାନ୧ ପୁଅ ଓ ୧ ଝିଅ
ବାପା/ବୋଉକନ୍ଧୁ ଶାନ୍ତା (ବାପା)
ବୃତ୍ତିରାଜନୀତିଜ୍ଞ

ଫୁଲମଣି ଶାନ୍ତା (୩୧ ଡିସେମ୍ବର ୧୯୫୩ - ୩୦ ଡିସେମ୍ବର ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସ ରାଜନୈତିକ ଦଳର ଜଣେ କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ଫୁଲମଣି ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।[୧] ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ କାର୍ଯ୍ୟ କରିଥିଲେ । ଫୁଲମଣି ଆଦିବାସୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଫୁଲମଣି ଶାନ୍ତା ୧୯୫୩ ମସିହାରେ ଡିସେମ୍ବର ମାସ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା କନ୍ଧୁ ଶାନ୍ତା । ସେ ମ୍ୟାଟ୍ରିକ୍ ପାଶ୍ କରିନଥିଲେ ।[୩] ଫୁଲମଣି ସି.ଏଚ୍. ଜାନିଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଫୁଲମଣି ଜଣେ କୃଷକ ଭାବରେ କାର୍ଯ୍ୟ କରୁଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଫୁଲମଣି ଓଡ଼ିଶା ଆଦିବାସୀ ସଂଘମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ଥିଲେ ଏବଂ ବିଭିନ୍ନ ମହିଳା ସଂଘମାନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ । ସେ ମହିଳାମାନଙ୍କୁ ବିଭିନ୍ନ ସଂଘରେ ଯୋଗ ଦେବାକୁ ପ୍ରବର୍ତ୍ତାଇବା ସହ ସେମାନଙ୍କର ନ୍ୟାର୍ଯ୍ୟ ଦାବି ପାଇଁ ଲଢ଼ି ଆସୁଥିଲେ । ଆଦିବାସୀ ସମାଜରେ ବାଳିକା ଏବଂ ମହିଳାମାନଙ୍କର ଶିକ୍ଷାକୁ ପ୍ରସାର କରିବା ପାଇଁ ସେ ବିଭିନ୍ନ ସଂଘଠନ ସହ କାର୍ଯ୍ୟ କରିବା ସହିତ ନିଜେ ଶିକ୍ଷାଦାନ ବି କରୁଥିଲେ ।

ସେ ୧୯୭୧ ମସିହାରେ ଉତ୍କଳ ଆଦିବାସୀ ମଙ୍ଗଳ ସମିତିର ସଦସ୍ୟ ହୋଇଥିଲେ । ଆଦିବାସୀଙ୍କ ପ୍ରତି ଥିବା ଘୃଣ୍ୟ ମନଭାବକୁ ଦୂର କରିବା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ସେ ଭାଗନେଇଥିଲେ ଏବଂ ୧୯୭୨ ମସିହାରେ ରାୟଗଡ଼ାଠାରେ ଗିରଫ ହୋଇଥିଲେ । ନବରଙ୍ଗପୁର ଉପଜିଲ୍ଲାରେ ଆଦିବାସୀ ଅନୁପ୍ରବେଶକାରୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସେ ସ୍ୱର ଉତ୍ତୋଳନ କରିବା ସହ ୧୯୭୫ ମସିହାରେ ଗିରିଫ ହୋଇଥିଲେ ।
ଫୁଲମଣି ଶାନ୍ତା ଓଡ଼ିଶା ବିଧାନ ସଭାର ୮ମ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଫୁଲମଣି ଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୮୦ ମସିହାରୁ ୧୯୮୫ ମସିହାଯାଏଁ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ ଡାବୁଗାଁ ବିଧାନ ସଭା ଆସନରୁ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ଫୁଲମଣି ଶାନ୍ତା ୨୦୦୯ ମସିହାର ଡିସେମ୍ବର ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Late Phulamani Santa". odishaassembly.nic.in. Odisha Assembly. Retrieved 12 March 2019.
  2. "MLA Phulamani Santa Profile | DABUGAM Constituency". www.odishahelpline.com. Retrieved 2019-03-12.
  3. "MLA Phulamani Santa Profile | DABUGAM Constituency". naveenpatnaik.com. Archived from the original on 2017-10-28. Retrieved 2019-03-12.
  4. "Dabugam Elections Results 2014, Current MLA, Candidate List of Assembly Elections in Dabugam, Orissa". www.elections.in. Retrieved 2019-03-12.