Jump to content

ଡମ୍ବରୁ ମାଝି

ଉଇକିପିଡ଼ିଆ‌ରୁ
ଡମ୍ବରୁ ମାଝି
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫  ୧୯୯୦
ପୂର୍ବ ଅଧିକାରୀଫୁଲମଣି ଶାନ୍ତା
ପର ଅଧିକାରୀଯାଦବ ମାଝି
ନିର୍ବାଚନ ମଣ୍ଡଳୀଡାବୁଗାଁ
ବିଧାୟକ: ୭ମ, ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭  ୧୯୮୫
ନିର୍ବାଚନ ମଣ୍ଡଳୀକୋଡ଼ିଙ୍ଗା
ବିଧାୟକ: ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭  ୧୯୭୩
ପୂର୍ବ ଅଧିକାରୀଜଗନ୍ନାଥ ତ୍ରିପାଠୀ
ପର ଅଧିକାରୀଶ୍ୟାମଘନ ମାଝି
ନିର୍ବାଚନ ମଣ୍ଡଳୀଡାବୁଗାଁ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-07-01)ଜୁଲାଇ ୧, ୧୯୪୦
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି, କଂଗ୍ରେସ (ଇ)
ଜୀବନ ସାଥୀଗୌରୀମଣି ମାଝି
ସନ୍ତାନ
ବାପା/ବୋଉଖଗପତି ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଡମ୍ବରୁ ମାଝି (୧ ଜୁଲାଇ ୧୯୪୦ - ୩୦ ଅଗଷ୍ଟ ୨୦୨୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଥିଲେ । ୧୯୬୭, ୧୯୭୧, ୧୯୭୭, ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୋଡ଼ିଙ୍ଗାଡାବୁଗାଁ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୪ର୍ଥ, ୫ମ, ୭ମ, ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ଡମ୍ବରୁ ମାଝି ୧୯୪୦ ମସିହାର ଜୁଲାଇ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଖଗପତି ମାଝି ଓ ପତ୍ନୀଙ୍କ ନାମ ଗୌରୀମଣି ମାଝି ।[]

ରାଜନୈତିକ ଜୀବନ

[ସମ୍ପାଦନା]

ଡମ୍ବରୁ ମାଝି ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ଓଡ଼ିଶା ବିଧାନ ସଭାକୁ ବିଧାୟକ ଭାବରେ ପାଞ୍ଚ ଥର ନିର୍ବାଚିତ ହୋଇଥିଲେ । ସେ ବିଭିନ୍ନ ସମୟରେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୬୭ ୧୯୭୧ ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା ଡାବୁଗାଁ ସ୍ୱତନ୍ତ୍ର ପାର୍ଟି
୧୯୭୧ ୧୯୭୪ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଡାବୁଗାଁ ସ୍ୱତନ୍ତ୍ର ପାର୍ଟି
୧୯୭୭ ୧୯୮୦ ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା କୋଡ଼ିଙ୍ଗା ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା କୋଡ଼ିଙ୍ଗା କଂଗ୍ରେସ (ଇ)
୧୯୮୫ ୧୯୯୦ ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା ଡାବୁଗାଁ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ

[ସମ୍ପାଦନା]

୨୦୨୬ ମାସ ଅଗଷ୍ଟ ମାସ ୩୦ ତାରିଖରେ ଡମ୍ବରଙ୍କର ପରଲୋକ ଘଟିଥିଲା ।[]

  1. 1 2 "Shri Damburu Majhi". odishaassembly.nic.in. Odisha Assembly. Retrieved 10 April 2022.
  2. Ojha, Sibasankar (2026-08-30). "ପୂର୍ବତନ ମନ୍ତ୍ରୀ ଡମ୍ବରୁ ମାଝୀଙ୍କ ମୃତ୍ୟୁ". Sambad. Retrieved 2026-08-30.