ପେରିଓଡୋଣ୍ଟାଲ ଡିଜିଜ

ଉଇକିପିଡ଼ିଆ‌ରୁ
(Periodontal diseaseରୁ ଲେଉଟି ଆସିଛି)
ପେରିଓଡୋଣ୍ଟାଲ ଡିଜିଜ (Periodontal disease)
Gum disease, pyorrhea, periodontitis
ରଞ୍ଜନରଶ୍ମି ଚିତ୍ରରେ ଦାନ୍ତର ଦୁଇଟି ମୂଳ (କଳା ଅଂଶ) ଦେଖାଯାଉଛି । (The spongy bone has receded due to infection under tooth, reducing the bony support for the tooth.)
ଉଚ୍ଚାରଣ
  • ପେରିଓଡୋଣ୍ଟାଇଟିସ (Periodontitis
ବିଭାଗଦନ୍ତରୋଗ ବିଜ୍ଞାନ (Dentistry)
ଲକ୍ଷଣଲାଲ, ଫୁଲା, ଯନ୍ତ୍ରଣା, ମାଢ଼ି ରକ୍ତସ୍ରାବ, ଢିଲା ଦାନ୍ତ, ଦୁର୍ଗନ୍ଧ‌ଯୁକ୍ତ ନିଶ୍ୱାସ (bad breath[୧]
କାରଣଜୀବାଣୁ (Bacteria) ସମ୍ପର୍କୀୟ ଦାନ୍ତ ପ୍ଲେକ (plaque) ତିଆରି [୧]
ବିପଦ କାରକଧୂମ୍ରପାନ (Smoking), ମଧୁମେହ, ଏଚଆଇଭି/ଏଡସ, କେତେକ ଔଷଧ [୧]
ରୋଗ ନିର୍ଣ୍ଣୟ ପଦ୍ଧତିଦାନ୍ତ ପରୀକ୍ଷା ଓ ଏକ୍ସ-ରେ [୧]
ଚିକିତ୍ସାଉତ୍ତମ ମୁଖ ସ୍ୱାସ୍ଥ୍ୟରକ୍ଷା (oral hygiene), ନିୟମିତ ବିଶେଷଜ୍ଞଦ୍ୱାରା ପରିସ୍କାର [୨]
ପୁନଃପୌନିକ୫୩୮ ନିୟୁତ (୨୦୧୫)[୩]
ପେରିଓଡୋଣ୍ଟାଇଟିସ ଭିଡିଓ

ପେରିଓଡୋଣ୍ଟାଲ ଡିଜିଜ (ଇଂରାଜୀ ଭାଷାରେ Periodontal disease, ଅନ୍ୟ ଏକ ନାମ ମାଢ଼ି ରୋଗ/gum disease) ଏକ ସଂକ୍ରମଣ ଶ୍ରେଣୀ ଯାହା ଦାନ୍ତ ଚତୁର୍ପାର୍ଶ୍ୱରେ ଥିବା ତନ୍ତୁମାନଙ୍କୁ (tissues surrounding the teeth) ସଂକ୍ରମିତ କରେ ।[୨] ଆରମ୍ଭ ସମୟରେ ଏହାକୁ ଜିଞ୍ଜିଭାଇଟିସ (gingivitis) କୁହାଯାଏ ଯେଉଁଥିରେ ମାଢ଼ି ଫୁଲି ଲାଲ ଦେଖାଯାଏ ଓ ରକ୍ତସ୍ରାବ ହୁଏ । [୨] ଏହା ଅଧିକ ଅଗ୍ରଗତି କଲେ ପେରିଓଡୋଣ୍ଟାଇଟିସ କୁହାଯାଏ ଯେଉଁଥିରେ ମାଢ଼ି ଦାନ୍ତଠାରୁ ଦୁରେଇ ଯାଏ, ହାଡ଼ ନଷ୍ଟ ହୋଇପାରେ, ଦାନ୍ତ (tooth) ହଲିପାରେ ଓ ଖସିପଡ଼ିପାରେ (fall out) ।[୨] ଦୁର୍ଗନ୍ଧ‌ଯୁକ୍ତ ନିଶ୍ୱାସ (Bad breath) ବାହାରେ । [୧]

ପେରିଓଡୋଣ୍ଟାଲ ଡିଜିଜରେ ଜୀବାଣୁମାନେ (bacteria) ସାଧାରଣତଃ ଦାନ୍ତ ଚାରିପାଖକୁ ସଂକ୍ରମିତ କରି ପ୍ରଦାହ ସୃଷ୍ଟି କରନ୍ତି ।[୨] ଏହି ରୋଗର ସଙ୍କଟ ଧୂମ୍ରପାନ (Smoking), ମଧୁମେହ, ଏଚଆଇଭି/ଏଡସ, କେତେକ ଔଷଧ ଯୋଗୁ ସୃଷ୍ଟି ହୋଇପାରେ ।[୧] ଦାନ୍ତ ଚାରିପାଖ ମାଢ଼ି (gum tissue) ପରିଦର୍ଶନ, ପେରିଓଡୋଣ୍ଟାଲ ପ୍ରୋବ (probe) ଓ ଏକ୍ସ‌ରେ (X-ray) ସାହାଯ୍ୟରେ ଦାନ୍ତ ଚାରିପାଖର ଦାନ୍ତ କ୍ଷୟ ଦେଖି ଏ ରୋଗ ନିର୍ଣ୍ଣୟ କରାଯାଏ ।[୪][୧]

ଉତ୍ତମ ମୁଖ ସ୍ୱାସ୍ଥ୍ୟରକ୍ଷା (oral hygiene) ଓ ନିୟମିତ ଦନ୍ତ ବିଶେଷଜ୍ଞଦ୍ୱାରା ଦାନ୍ତ ପରିଷ୍କାର (teeth cleaning) ରଖିବାହିଁ ଏହାର ଚିକିତ୍ସା ।[୨] ପ୍ରତିଦିନ ଉତ୍ତମରୁପେ ଦାନ୍ତ ଘସିବା (brushing) ଓ ଫ୍ଲସିଙ୍ଗ (flossing) କରିବାକୁ ସୁପାରିସ କରାଯାଏ ।[୨] କେତେକ କେଶ୍‌ରେ ଆଣ୍ଟିବାୟୋଟିକ (antibiotics) ବା ଦାନ୍ତ ଅପରେଶନ (en:dental surgery) ଆବଶ୍ୟକ ହୁଏ ।[୫] ପୃଥିବୀରେ ସନ ୨୦୧୫ରେ ପ୍ରାୟ ୫୩୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ୩୦ ବର୍ଷ ବୟସ ଉପରେ ପ୍ରାୟ ଅଧା ଲୋକ ଆକ୍ରାନ୍ତ ହୁଅନ୍ତି ଓ ୬୫ ବର୍ଷ ବୟସ ଉପରେ ପ୍ରାୟ ୭୦% ଆକ୍ରାନ୍ତ ହୋଇଥାଆନ୍ତି । [୨] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Gum Disease". National Institute of Dental and Craniofacial Research (in ଇଂରାଜୀ). February 2018. Retrieved 13 March 2018.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ "Periodontal Disease". CDC (in ଆମେରିକୀୟ ଇଂରାଜୀ). 10 March 2015. Retrieved 13 March 2018.
  3. ୩.୦ ୩.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Savage, Amir; Eaton, Kenneth A.; Moles, David R.; Needleman, Ian (2009). "A systematic review of definitions of periodontitis and methods that have been used to identify this disease". Journal of Clinical Periodontology. 36 (6): 458–67. doi:10.1111/j.1600-051X.2009.01408.x. PMID 19508246.
  5. "Gum Disease Treatment". nhs.uk. Retrieved 13 March 2018.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ