Jump to content

ପେରିଓଡୋଣ୍ଟାଲ ଡିଜିଜ

ଉଇକିପିଡ଼ିଆ‌ରୁ
ପେରିଓଡୋଣ୍ଟାଲ ଡିଜିଜ (Periodontal disease)
Gum disease, pyorrhea, periodontitis
ରଞ୍ଜନରଶ୍ମି ଚିତ୍ରରେ ଦାନ୍ତର ଦୁଇଟି ମୂଳ (କଳା ଅଂଶ) ଦେଖାଯାଉଛି । (The spongy bone has receded due to infection under tooth, reducing the bony support for the tooth.)
ଉଚ୍ଚାରଣ
  • ପେରିଓଡୋଣ୍ଟାଇଟିସ (Periodontitis
ବିଭାଗଦନ୍ତରୋଗ ବିଜ୍ଞାନ (Dentistry)
ଲକ୍ଷଣଲାଲ, ଫୁଲା, ଯନ୍ତ୍ରଣା, ମାଢ଼ି ରକ୍ତସ୍ରାବ, ଢିଲା ଦାନ୍ତ, ଦୁର୍ଗନ୍ଧ‌ଯୁକ୍ତ ନିଶ୍ୱାସ (bad breath[]
କାରଣଜୀବାଣୁ (Bacteria) ସମ୍ପର୍କୀୟ ଦାନ୍ତ ପ୍ଲେକ (plaque) ତିଆରି []
ବିପଦ କାରକଧୂମ୍ରପାନ (Smoking), ମଧୁମେହ, ଏଚଆଇଭି/ଏଡସ, କେତେକ ଔଷଧ []
ରୋଗ ନିର୍ଣ୍ଣୟ ପଦ୍ଧତିଦାନ୍ତ ପରୀକ୍ଷା ଓ ଏକ୍ସ-ରେ []
ଚିକିତ୍ସାଉତ୍ତମ ମୁଖ ସ୍ୱାସ୍ଥ୍ୟରକ୍ଷା (oral hygiene), ନିୟମିତ ବିଶେଷଜ୍ଞଦ୍ୱାରା ପରିସ୍କାର []
ପୁନଃପୌନିକ୫୩୮ ନିୟୁତ (୨୦୧୫)[]
ପେରିଓଡୋଣ୍ଟାଇଟିସ ଭିଡିଓ

ପେରିଓଡୋଣ୍ଟାଲ ଡିଜିଜ (ଇଂରାଜୀ ଭାଷାରେ Periodontal disease, ଅନ୍ୟ ଏକ ନାମ ମାଢ଼ି ରୋଗ/gum disease) ଏକ ସଂକ୍ରମଣ ଶ୍ରେଣୀ ଯାହା ଦାନ୍ତ ଚତୁର୍ପାର୍ଶ୍ୱରେ ଥିବା ତନ୍ତୁମାନଙ୍କୁ (tissues surrounding the teeth) ସଂକ୍ରମିତ କରେ ।[] ଆରମ୍ଭ ସମୟରେ ଏହାକୁ ଜିଞ୍ଜିଭାଇଟିସ (gingivitis) କୁହାଯାଏ ଯେଉଁଥିରେ ମାଢ଼ି ଫୁଲି ଲାଲ ଦେଖାଯାଏ ଓ ରକ୍ତସ୍ରାବ ହୁଏ । [] ଏହା ଅଧିକ ଅଗ୍ରଗତି କଲେ ପେରିଓଡୋଣ୍ଟାଇଟିସ କୁହାଯାଏ ଯେଉଁଥିରେ ମାଢ଼ି ଦାନ୍ତଠାରୁ ଦୁରେଇ ଯାଏ, ହାଡ଼ ନଷ୍ଟ ହୋଇପାରେ, ଦାନ୍ତ (tooth) ହଲିପାରେ ଓ ଖସିପଡ଼ିପାରେ (fall out) ।[] ଦୁର୍ଗନ୍ଧ‌ଯୁକ୍ତ ନିଶ୍ୱାସ (Bad breath) ବାହାରେ । []

ପେରିଓଡୋଣ୍ଟାଲ ଡିଜିଜରେ ଜୀବାଣୁମାନେ (bacteria) ସାଧାରଣତଃ ଦାନ୍ତ ଚାରିପାଖକୁ ସଂକ୍ରମିତ କରି ପ୍ରଦାହ ସୃଷ୍ଟି କରନ୍ତି ।[] ଏହି ରୋଗର ସଙ୍କଟ ଧୂମ୍ରପାନ (Smoking), ମଧୁମେହ, ଏଚଆଇଭି/ଏଡସ, କେତେକ ଔଷଧ ଯୋଗୁ ସୃଷ୍ଟି ହୋଇପାରେ ।[] ଦାନ୍ତ ଚାରିପାଖ ମାଢ଼ି (gum tissue) ପରିଦର୍ଶନ, ପେରିଓଡୋଣ୍ଟାଲ ପ୍ରୋବ (probe) ଓ ଏକ୍ସ‌ରେ (X-ray) ସାହାଯ୍ୟରେ ଦାନ୍ତ ଚାରିପାଖର ଦାନ୍ତ କ୍ଷୟ ଦେଖି ଏ ରୋଗ ନିର୍ଣ୍ଣୟ କରାଯାଏ ।[][]

ଉତ୍ତମ ମୁଖ ସ୍ୱାସ୍ଥ୍ୟରକ୍ଷା (oral hygiene) ଓ ନିୟମିତ ଦନ୍ତ ବିଶେଷଜ୍ଞଦ୍ୱାରା ଦାନ୍ତ ପରିଷ୍କାର (teeth cleaning) ରଖିବାହିଁ ଏହାର ଚିକିତ୍ସା ।[] ପ୍ରତିଦିନ ଉତ୍ତମରୁପେ ଦାନ୍ତ ଘସିବା (brushing) ଓ ଫ୍ଲସିଙ୍ଗ (flossing) କରିବାକୁ ସୁପାରିସ କରାଯାଏ ।[] କେତେକ କେଶ୍‌ରେ ଆଣ୍ଟିବାୟୋଟିକ (antibiotics) ବା ଦାନ୍ତ ଅପରେଶନ (en:dental surgery) ଆବଶ୍ୟକ ହୁଏ ।[] ପୃଥିବୀରେ ସନ ୨୦୧୫ରେ ପ୍ରାୟ ୫୩୮ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ ।[] ଯୁକ୍ତରାଷ୍ଟ୍ର ଆମେରିକାରେ ୩୦ ବର୍ଷ ବୟସ ଉପରେ ପ୍ରାୟ ଅଧା ଲୋକ ଆକ୍ରାନ୍ତ ହୁଅନ୍ତି ଓ ୬୫ ବର୍ଷ ବୟସ ଉପରେ ପ୍ରାୟ ୭୦% ଆକ୍ରାନ୍ତ ହୋଇଥାଆନ୍ତି । [] ପୁରୁଷମାନେ ମହିଳାଙ୍କ ଅପେକ୍ଷା ଅଧିକ ଆକ୍ରାନ୍ତ ହୁଅନ୍ତି ।[]

  1. 1 2 3 4 5 6 7 "Gum Disease". National Institute of Dental and Craniofacial Research (in ଇଂରାଜୀ). February 2018. Retrieved 13 March 2018.
  2. 1 2 3 4 5 6 7 8 9 "Periodontal Disease". CDC (in ଆମେରିକୀୟ ଇଂରାଜୀ). 10 March 2015. Retrieved 13 March 2018.
  3. 1 2 GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Savage, Amir; Eaton, Kenneth A.; Moles, David R.; Needleman, Ian (2009). "A systematic review of definitions of periodontitis and methods that have been used to identify this disease". Journal of Clinical Periodontology. 36 (6): 458–67. doi:10.1111/j.1600-051X.2009.01408.x. PMID 19508246.
  5. "Gum Disease Treatment". nhs.uk. Retrieved 13 March 2018.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ