Jump to content

ପର୍ଶୁରାମ ଧଡ଼ା

ଉଇକିପିଡ଼ିଆ‌ରୁ
(Parsuram Dhadaରୁ ଲେଉଟି ଆସିଛି)
ପର୍ଶୁରାମ ଧଡ଼ା
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୨୪
ପୂର୍ବ ଅଧିକାରୀସୁରେନ୍ଦ୍ର ପ୍ରସାଦ ପରମାଣିକ
ପର ଅଧିକାରୀମାଧବ ଧଡ଼ା
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1971-04-23) ୨୩ ଅପ୍ରେଲ ୧୯୭୧ (ବୟସ ୫୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ବିଜୁ ଜନତା ଦଳ
ଜୀବନ ସାଥୀସ୍ୱର୍ଣ୍ଣମୟୀ ଧଡ଼ା
ବାପା/ବୋଉକୁଞ୍ଜବିହାରୀ ଧଡ଼ା (ବାପା)
ବୃତ୍ତିରାଜନୀତିଜ୍ଞ

ପର୍ଶୁରାମ ଧଡ଼ା (ଜନ୍ମ: ୨୩ ଅପ୍ରେଲ ୧୯୭୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସେ ୧୯୭୧ ମସିହାର ଅପ୍ରେଲ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଞ୍ଜ ବିହାରୀ ଧଡ଼ା ଓ ପତ୍ନୀଙ୍କ ନାମ ସ୍ୱର୍ଣ୍ଣମୟୀଧଡ଼ା ।[]

ରାଜନୈତିକ ଜୀବନ

[ସମ୍ପାଦନା]

ପର୍ଶୁରାମ ଧଡ଼ା ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି ଛାଡ଼ି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ ଏବଂ ୨୦୨୪ ମସିହାରେ, ସେ ବିଜେପିରେ ଯୋଗ ଦେଇଥିଲେ ।[] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।

୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପର୍ଶୁରାମ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭାରେ ସେ ସମୁଦାୟ ୪୯,୭୯୯ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନରେ ରହିଥିଲେ ଏବଂ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ସୁରେନ୍ଦ୍ର ପ୍ରସାଦ ପରମାଣିକ ତାଙ୍କୁ ୩୬୦ ଖଣ୍ଡରେ ପରାସ୍ତ କରି ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ପର୍ଶୁରାମ ବିଜେଡ଼ିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୭,୩୧୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୨,୮୪୦ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ମାଧବ ଧଡ଼ାଙ୍କ ଠାରୁ ୮୦୨ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[]

  1. "Shri Parsuram Dhada". odishaassembly.nic.in. Odisha Assembly. Retrieved 12 May 2019.
  2. Dharitri; Dhal, Jajnaseni (2024-04-26). "ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2024-07-03.
  3. "General Election to Assembly Constituencies 2024: Soro (Odisha)". Election Commission of India. Retrieved 3 July 2024.

ବାହାର ଲିଙ୍କ

[ସମ୍ପାଦନା]