Jump to content

ଅର୍ଥୋଷ୍ଟାଟିକ ହାଇପୋଟେନସନ

ଉଇକିପିଡ଼ିଆ‌ରୁ
(Orthostatic hypotensionରୁ ଲେଉଟି ଆସିଛି)
Orthostatic hypotension
Orthostasis, postural, positional hypotension, neurogenic orthostatic hypotension
A person developing syncope post standing up
ବିଭାଗCardiology, neurology
ଲକ୍ଷଣLightheadedness with standing[୧]
କାରଣDecreased blood volume, certain medications, prolonged bed rest, autonomic neuropathy, multiple system atrophy[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିBlood pressure lying and standing, tilt-table test[୩]
ସଠିକ ରୋଗ ନିର୍ଣ୍ଣୟAnemia, arrhythmia, heart failure, diabetes insipidus[୪]
ଔଷଧMidodrine, droxidopa, fludrocortisone[୩]
ଚିକିତ୍ସାDecreasing certain medications, physiotherapy, compression stockings, salt and water intake[୧]
PrognosisDepends on cause[୧]
ପୁନଃପୌନିକCommon[୩]

ଅର୍ଥୋଷ୍ଟାଟିକ ହାଇପୋଟେନସନ, ଯାହା ପୋସଚୁରାଲ ହାଇପୋଟେନସନ ଭାବରେ ମଧ୍ୟ ଜଣାଶୁଣା, ରୋଗ ଥିଲେ ଠିଆ ହେବା ସମୟରେ ହଠାତ୍ ରକ୍ତଚାପ ହ୍ରାସ ହୁଏ ।[୧] ଲକ୍ଷଣଗୁଡ଼ିକ ମଧ୍ୟରେ ମୁଣ୍ଡ ହାଲୁକା ଲାଗିବା, ଅସ୍ପଷ୍ଟ ଦର୍ଶନ, ଦ୍ୱନ୍ଦ୍ୱ ଏବଂ ଛିଡ଼ା ହେଲେ ସିଙ୍କୋପି ହୋଇପାରେ । [୧] [୫] ଏହା ପତନ, ହୃଦରୋଗ ଏବଂ ମୃତ୍ୟୁ ହେବା ଆଶଙ୍କା ସହିତ ଜଡିତ ଥାଏ ।[୩]

ରକ୍ତ ପରିମାଣ ହ୍ରାସ ହେବାର କାରଣ ମଧ୍ୟରେ କମ୍ ରକ୍ତ ପରିମାଣ; ବିଟା-ବ୍ଲକର, ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ ଏବଂ ଆଲଫା ବ୍ଲକର୍ ଭଳି ଔଷଧ; ଦୀର୍ଘ କାଳୀଣ ଶଯ୍ୟା ବିଶ୍ରାମ; ଅଟୋନୋମିକ ନୁରରୋପାଥି, ଆଡିସନ୍ ରୋଗ, ଏବଂ ଏକାଧିକ ସିଷ୍ଟମ୍ ଆଟ୍ରୋଫି ହୋଇପାରେ । [୨] [୧] [୫] ଅନ୍ତର୍ନିହିତ ପ୍ରଣାଳୀ ପ୍ରାୟ ଠିଆ ହେବା ସହିତ ଗୋଡରେ ରକ୍ତ ଜମା ହେବା ଯୋଗୁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିପାରେ ନାହିଁ ।[୫] ଅତିକମରେ ୨୦ମିମି ସିଷ୍ଟୋଲିକ୍ ରକ୍ତଚାପର ହ୍ରାସ କିମ୍ବା ଅତିକମରେ ୧୦ମିମି ଡାଇଷ୍ଟୋଲିକ୍ ରକ୍ତଚାପ କମ ହେଲେ ଏହି ସମସ୍ୟା ଉପୁଜେ ।[୩] ଏହା ନ୍ୟୁରୋଜେନିକ୍ ଏବଂ ଅଣ-ନ୍ୟୁରୋଜେନିକ୍ କାରଣ ଯୋଗୁ ହୋଇପାରେ [୩]

ଏହାର ମୂଳ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୧] ଏଥିରେ କେତେକ ଔଷଧ ହ୍ରାସ, ଫିଜିଓଥେରାପି, ସଙ୍କୋଚନ‌କାରୀ ମୋଜା ପିନ୍ଧିବା, ଲୁଣ ଏବଂ ଜଳ ଗ୍ରହଣ ବୃଦ୍ଧି କିମ୍ବା ମିଡୋଡ୍ରାଇନ୍ ପରି ଔଷଧ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଅର୍ଥୋଷ୍ଟାଟିକ୍ ହାଇପୋଟେନ୍ସନ୍ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ହୁଏ ।[୩] କେୟାର ହାଉସରେ ଅଧାରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରଭାବିତ ହୁଅନ୍ତି। [୩] ବୟସ୍କମାନଙ୍କ କ୍ଷେତ୍ରରେ ଏହା ଅନେକ ପତନର କାରଣ ଅଟେ । [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Orthostatic Hypotension Information Page | National Institute of Neurological Disorders and Stroke". www.ninds.nih.gov. Archived from the original on 4 November 2021. Retrieved 10 March 2022.
  2. ୨.୦ ୨.୧ Bhanu, C; Nimmons, D; Petersen, I; Orlu, M; Davis, D; Hussain, H; Magammanage, S; Walters, K (November 2021). "Drug-induced orthostatic hypotension: A systematic review and meta-analysis of randomised controlled trials". PLoS medicine. 18 (11): e1003821. doi:10.1371/journal.pmed.1003821. PMID 34752479.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Arnold, AC; Raj, SR (December 2017). "Orthostatic Hypotension: A Practical Approach to Investigation and Management". The Canadian journal of cardiology. 33 (12): 1725–1728. doi:10.1016/j.cjca.2017.05.007. PMID 28807522.
  4. Ringer, Matthew; Lappin, Sarah L. (2022). "Orthostatic Hypotension". StatPearls. StatPearls Publishing.
  5. ୫.୦ ୫.୧ ୫.୨ ୫.୩ "Orthostatic Hypotension - Cardiovascular Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 9 February 2022. Retrieved 10 March 2022.