ନର୍ଦର୍ଣ୍ଣ ପିନ‌ଟେଲ

ଉଇକିପିଡ଼ିଆ‌ରୁ
(Northern pintailରୁ ଲେଉଟି ଆସିଛି)

ଗହୀର ଲଞ୍ଜା
ମାଈ ଓ ଅଣ୍ଡିରା ଗହୀର ଲଞ୍ଜା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Anseriformes
Family: Anatidae
Genus: Anas
ଜାତି: A. acuta
ବାଇନୋମିଆଲ ନାମ
Anas acuta
Linnaeus, 1758
Range of A. acuta      Breeding      Passage      Non-breeding      Vagrant (seasonality uncertain)
Synonyms

Dafila acuta

ଗହିର ଲଞ୍ଜା ବା ଲାଞ୍ଜି ଗେଣ୍ଡି ବା ସରୁ ଲାଞ୍ଜିଆ (ଜୀବବିଜ୍ଞାନ ନାମ: Anas acuta, ଇଂରାଜୀ: Northern pintail/ନର୍ଦର୍ଣ୍ଣ ପିନ‌ଟେଲ) ଏକ ବତକ ଜାତୀୟ ଜୀବ । ଏହା ୟୁରୋପ, ଏସିଆ, ଉତ୍ତର ଆମେରିକା ଆଦି ଦେଶମାନଙ୍କର ଉତ୍ତର ଦିଗ ଭଳି ବିସ୍ତୀର୍ଣ୍ଣ ଭୌଗଳିକ ସ୍ଥାନରେ ପ୍ରଜନନ କରୁଥିବା ଦେଖାଯାଏ । ଏହା ଏକ ଯାଯାବର ପକ୍ଷୀ ଓ ଶୀତ କାଳରେ ନିଜ ପ୍ରଜନନ ସ୍ଥାନରୁ ଦକ୍ଷିଣକୁ ବିଷୁବ ରେଖା ପର୍ଯ୍ୟନ୍ତ ବିଚରଣ କରେ । ଏହି ପକ୍ଷୀର କୌଣସି ଉପ-ପ୍ରଜାତି ଦେଖିବାକୁ ମିଳେନାହିଁ ।

ଏହା ଏକ ବଡ଼ ଆକାରର ବତକ ଓ ଏହାର ଲମ୍ବା କେନ୍ଦ୍ରୀୟ ଲାଞ୍ଜ ଏବଂ ପର ଅନୁସାରେ ଏହି ପ୍ରଜାତିର ଇଂରାଜୀ ଓ ବୈଜ୍ଞାନିକ ନାମକରଣ କରାଯାଇଛି । ଉଭୟ ମାଈ ଓ ଅଣ୍ଡିରା ବତକର ଥଣ୍ଟ ନୀଳ-ପାଉଁଶିଆ ହୋଇଥାଏ ଓ ଗୋଡ଼ ତ‌ଥା ପାଦ ପାଉଁସିଆ ହୋଇଥାଏ । ଅଣ୍ଡିରା ବତକ ଅଧିକ ଆକର୍ଷଣୀୟ ଦେଖାଯାଏ, ତାହାର ମୁଣ୍ଡର ଚକୋଲେଟ ରଙ୍ଗର ମୁଣ୍ଡରୁ ପିଠି ଉପର ଦେଇ ପତଳା ଧଳା ରଙ୍ଗ ଧଳା ରଙ୍ଗର ତଳ ଭାଗକୁ ବ୍ୟାପିଥାଏ । ଅଣ୍ଡିରା ବତକର ପିଠିରେ ଓ ପାର୍ଶ୍ୱ ଭାଗରେ ଆକର୍ଷଣୀୟ ପାଉଁସିଆ, ବାଦାମି ଓ କଳା ରଙ୍ଗର ସାଜସଜ୍ଜା ହୋଇଥାଏ । ମାଈ ବତକର ପକ୍ଷ ଅଧିକ ସୂକ୍ଷ୍ମ ଓ ତମ୍ବା ରଙ୍ଗ ବୋଳାହେବା ଭଳି ଦେଖାଯାଏ । ଅଣ୍ଡିରା ବତକ ସ୍ୱର ବଂଶୀ ସ୍ୱନ ଭଳି ଓ ମାଈର ସ୍ୱରରୁ ମୋଟା କ୍ୱାକ୍ କ୍ୱାକ୍ ଶବ୍ଦ ବାହାରେ ।

ନର୍ଦର୍ଣ୍ଣ ପିନଟେଲ ଜଳାଶୟଠାରୁ ଦୂରରେ ଆର୍ଦ୍ର ଭୂମିରେ ରହେ ଓ ଭୂମି ଉପରେ ଅଣ୍ଡା ଦିଏ । ଅଣ୍ଡା ଦେବା ସମୟରେ ଛୋଟ ଗଛ ଓ ଅମେରୁଦଣ୍ଡୀଛୋଟ ପ୍ରାଣୀଙ୍କୁ ଖାଏ । ଅଣ୍ଡା ଦେବା ଋତୁ ବ୍ୟତୀତ ଅନ୍ୟ ସମୟରେ ଦଳବଦ୍ଧ ହୋଇ ଅନ୍ୟ ବତକମାନଙ୍କ ସ‌ହିତ ରହେ । ଏମାନଙ୍କ ସଂଖ୍ୟା ଶିକାରୀ, ପରଜୀବୀ ଓ ରୋଗ ଯୋଗୁ କମିଯାଉଛି । ମାନବର କୃଷି, ଶିକାର ଓ ମାଛଧରା ଯୋଗୁ ସଂଖ୍ୟା ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସେମାନଙ୍କର ଅସୀମିତ ସଂଖ୍ୟା ଯୋଗୁ କିଛି ପ୍ରଭାବ ପଡ଼େନି ଓ ଫରକ ଆସେନି ।

କାର୍ଲ ଲିନେଅସ ପ୍ରଥମେ ତାଙ୍କର ସିସ୍ଟେମା ନାଚୁରି ପ୍ରବନ୍ଧରେ ଏହାର ବର୍ଣ୍ଣନା କରି ଆନାସ ଆକୁଟା ନାମକରଣ କରିଥିଲେ । ଲାଟିନ ଭାଷାରେ ଆନାସ ଅର୍ଥ ବତକ ଓ ଆକୁଟା ଅର୍ଥ ମୁନିଆ; ତେଣୁ ଅଣ୍ଡିରା ବତକର ନାମରେ ପିନଟେଲ ସଂଯୋଗ କରାଯାଇଛି ।[୨] ବିରାଟ ଜେନସ ଡାବଲିଙ୍ଗ ବତକ ଦଳରେ ନର୍ଦର୍ଣ୍ଣ ପିନଟେଲର ନିକଟ ସମ୍ପର୍କୀୟ ଅନ୍ୟାନ୍ୟ ପିନଟେଲମାନଙ୍କ ନାମ ଯଥାକ୍ରମେ ହଳଦିଆ ଥଣ୍ଟ ପିନଟେଲ (‌en:yellow-billed pintail (A. georgica)) ଓ ଇଟନ ପିନଟେଲ (Eaton's pintail (A. eatoni)) ନାମ ନିଆଯାଇ ପାରେ ।

ଇଟନ ପିନଟେଲର ଦୁଇଟି ପ୍ରଜାତି ଅଛି ଯଥା:- କେର୍ଗୁଏଲେନ ଦ୍ୱୀପର (Kerguelen Islands) କେର୍ଗୁଏଲେନ ପିନଟେଲ ଓ କ୍ରୋଜେଟ ଦ୍ୱୀପର (Crozet Islands) କ୍ରୋଜେଟ ପିନଟେଲ ଯାହାକୁ ପୂର୍ବରୁ ନର୍ଦର୍ଣ୍ଣ ପିନଟେଲ ସ‌ହିତ ସମତୁଲ ମନେକରାଯାଉଥିଲା । ଦକ୍ଷିଣ ପିନ‌ଟେଲରେ ଯୌନ ଦ୍ୱିଭିଦତା Sexual dimorphism ଅଳ୍ପ ଦେଖାଯାଏ, ଅଣ୍ଡିର ଓ ମାଈର ଆକୃତି ପ୍ରାୟ ସମାନ ଥାଏ । ଇଟନ ପିନଟେଲକୁ ଅକ ଅଲଗା ପ୍ରଜାତି ମନେକଲେ ଏଡ଼େ ବିରାଟ ସଂଖ୍ୟକ ପ୍ରାଣୀ ହୋଇ ମଧ୍ୟ ତାଙ୍କର କୌଣସି ଭୌଗଳିକ ଉପ‌ପ୍ରଜାତି ନରହିବା ବିସ୍ମୟକର ।

Northern pintail female wingspan
Northern pintail male in flight
Northern pintail female

ଆଧାର[ସମ୍ପାଦନା]

  1. "Anas acuta". IUCN Red List of Threatened Species. Version 2013.2. International Union for Conservation of Nature. 2013. Retrieved 26 November 2013. {{cite web}}: Invalid |ref=harv (help)
  2. Jobling, James A (2010). The Helm Dictionary of Scientific Bird Names. London: Christopher Helm. pp. 31, 46. ISBN 978-1-4081-2501-4.