ନର୍ଦର୍ଣ୍ଣ ପିନ‌ଟେଲ

ଉଇକିପିଡ଼ିଆ ରୁ
Jump to navigation Jump to search

ନର୍ଦର୍ଣ୍ଣ ପିନ‌ଟେଲ
Northern Pintails (Male & Female) I IMG 0911.jpg
Male and female (left-right)
About this soundCall 
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ଜଗତ: ୟୁକାରିଓଟା
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ଯ
ବିଭାଗ: ବାଇଲାଟେରିଆ
ପର୍ବ: କୋର୍ଡାଟା
ବର୍ଗ: ଏଭସ
Order: Anseriformes
Family: Anatidae
Genus: Anas
ଜାତି: A. acuta
ବାଇନୋମିଆଲ ନାମ
Anas acuta
Linnaeus, 1758
AnasAcutaIUCN2019 2.png
Range of A. acuta      Breeding      Passage      Non-breeding      Vagrant (seasonality uncertain)
Synonyms

Dafila acuta

ନର୍ଦର୍ଣ୍ଣ ପିନ‌ଟେଲ ବା ପିନଟେଲ (ଇଂରାଜୀ ଭାଷାରେ The pintail or northern pintail (Anas acuta)) ଏକ ବତକ (duck) ଯାହାର ବିସ୍ତୀର୍ଣ୍ଣ ଭୌଗଳିକ ସ୍ଥାନରେ ଯେପରିକି ୟୁରୋପ, ଏସିଆ, ଉତ୍ତର ଆମେରିକା ଆଦି ଦେଶମାନଙ୍କର ଉତ୍ତର ଦିଗରେ ପ୍ରଜନନ ହେଉଥିବା ଦେଖାଯାଏ । ଏହା ଏକ ଜାଜାବର ପକ୍ଷୀ (migratory) ଓ ଶୀତ କାଳରେ ନିଜ ପ୍ରଜନନ (breeding range) ସ୍ଥାନରୁ ଦକ୍ଷିଣକୁ ଭୂମଧ୍ୟ ରେଖା (equator) ପର୍ଯ୍ୟନ୍ତ ବିଚରଣ କରେ । ଏହି ପକ୍ଷୀର କୌଣସି ପ୍ରଜାତି (subspecies) ଦେଖିବାକୁ ମିଳେନି ।

ଏହା ଏକ ବଡ଼ ଆକାରର ବତକ ଯାହାର ଲମ୍ବା କେନ୍ଦ୍ରୀୟ ଲାଞ୍ଜ ଓ ପର ଅନୁସାରେ ଏହି ପ୍ରଜାତିର ଇଂରାଜି ଓ ବୈଜ୍ଞାନିକ ନାମକରଣ କରାଯାଇଛି । ଉଭୟ ମାଈ ଓ ଅଣ୍ଡିରା ବତକର ଥଣ୍ଟ ନୀଳ-ପାଉଁଶିଆ ହୋଇଥାଏ ଓ ଗୋଡ଼ ତ‌ଥା ପାଦ ପାଉଁସିଆ ହୋଇଥାଏ । ଅଣ୍ଡିରା ବତକ ଅଧିକ ଆକର୍ଷଣୀୟ ଦେଖାଯାଏ, ତାହାର ମୁଣ୍ଡର ଚକୋଲେଟ ରଙ୍ଗର ମୁଣ୍ଡରୁ ପିଠି ଉପର ଦେଇ ପତଳା ଧଳା ରଙ୍ଗ ଧଳା ରଙ୍ଗର ତଳ ଭାଗକୁ ବ୍ୟାପିଥାଏ । ଅଣ୍ଡିରା ବତକର ପିଠିରେ ଓ ପାର୍ଶ୍ୱ ଭାଗରେ ଆକର୍ଷଣୀୟ ପାଉଁସିଆ, ବାଦାମି ଓ କଳା ରଙ୍ଗର ସାଜସଜ୍ଜା ହୋଇଥାଏ । ମାଈ ବତକର ପକ୍ଷ ଅଧିକ ସୂକ୍ଷ୍ମ ଓ ତମ୍ବା ରଙ୍ଗ ବୋଳାହେବା ଭଳି ଦେଖାଯାଏ । ଅଣ୍ଡିରା ବତକ ସ୍ୱର ବଂଶୀ ସ୍ୱନ ଭଳି ଓ ମାଈର ସ୍ୱରରୁ ମୋଟା କ୍ୱାକ୍ କ୍ୱାକ୍ ଶବ୍ଦ ବାହାରେ ।

ନର୍ଦର୍ଣ୍ଣ ପିନଟେଲ ଜଳାଶୟଠାରୁ ଦୂରରେ ଆର୍ଦ୍ର ଭୂମିରେ ରହେ ଓ ଭୂମି ଉପରେ ଅଣ୍ଡା ଦିଏ । ଅଣ୍ଡା ଦେବା ସମୟରେ (nesting season) ଛୋଟ ଗଛ ଓ ଅମେରୁଦଣ୍ଡୀ (invertebrate) ଛୋଟ ପ୍ରାଣୀଙ୍କୁ ଖାଏ । ଅଣ୍ଡା ଦେବା ଋତୁ ବ୍ୟତୀତ ଅନ୍ୟ ସମୟରେ ଦଳବଦ୍ଧ ହୋଇ ଅନ୍ୟ ବତକମାନଙ୍କ ସ‌ହିତ ରହେ । ଏମାନଙ୍କ ସଂଖ୍ୟା ଶିକାରୀ, ପରଜୀବୀ ଓ ରୋଗ ଯୋଗୁ କମିଯାଉଛି । ମାନବର କୃଷି, ଶିକାର ଓ ମାଛଧରା ଯୋଗୁ ସଂଖ୍ୟା ଉପରେ ପ୍ରଭାବ ପଡ଼ିଲେ ମଧ୍ୟ ସେମାନଙ୍କର ଅସୀମିତ ସଂଖ୍ୟା ଯୋଗୁ କିଛି ପ୍ରଭାବ ପଡ଼େନି ଓ ଫରକ ଆସେନି ।

କାର୍ଲ ଲିନେଅସ (Linnaeus) ପ୍ରଥମେ ତାଙ୍କର ସିସ୍ଟେମା ନାଚୁରି ପ୍ରବନ୍ଧରେ ଏହାର ବର୍ଣ୍ଣନା କରି ଆନାସ ଆକୁଟା ନାମକରଣ କରିଥିଲେ । ଲାଟିନ ଭାଷାରେ ଆନାସ ଅର୍ଥ ବତକ ଓ ଆକୁଟା ଅର୍ଥ ମୁନିଆ; ତେଣୁ ଅଣ୍ଡିରା ବତକର ନାମରେ ପିନଟେଲ ସଂଯୋଗ କରାଯାଇଛି ।[୨] ବିରାଟ ଜେନସ ଡାବଲିଙ୍ଗ ବତକ ଦଳରେ ନର୍ଦର୍ଣ୍ଣ ପିନଟେଲର ନିକଟ ସମ୍ପର୍କୀୟ ଅନ୍ୟାନ୍ୟ ପିନଟେଲ ମାନଙ୍କ ନାମ ଯଥାକ୍ରମେ ହଳଦିଆ ଥଣ୍ଟ ପିନଟେଲ (‌en:yellow-billed pintail (A. georgica)) ଓ ଇଟନ ପିନଟେଲ (Eaton's pintail (A. eatoni)) ନାମ ନିଆଯାଇ ପାରେ ।

ଇଟନ ପିନଟେଲର ଦୁଇଟି ପ୍ରଜାତି ଅଛି ଯଥା:- କେର୍ଗୁଏଲେନ ଦ୍ୱୀପର (Kerguelen Islands) କେର୍ଗୁଏଲେନ ପିନଟେଲ ଓ କ୍ରୋଜେଟ ଦ୍ୱୀପର (Crozet Islands) କ୍ରୋଜେଟ ପିନଟେଲ ଯାହାକୁ ପୂର୍ବରୁ ନର୍ଦର୍ଣ୍ଣ ପିନଟେଲ ସ‌ହିତ ସମତୁଲ ମନେକରାଯାଉଥିଲା । ଦକ୍ଷିଣ ପିନ‌ଟେଲରେ ଯୌନ ଦ୍ୱିଭିଦତା Sexual dimorphism ଅଳ୍ପ ଦେଖାଯାଏ, ଅଣ୍ଡିର ଓ ମାଈର ଆକୃତି ପ୍ରାୟ ସମାନ ଥାଏ । ଇଟନ ପିନଟେଲକୁ ଅକ ଅଲଗା ପ୍ରଜାତି ମନେକଲେ ଏଡ଼େ ବିରାଟ ସଂଖ୍ୟକ ପ୍ରାଣୀ ହୋଇ ମଧ୍ୟ ତାଙ୍କର କୌଣସି ଭୌଗଳିକ ଉପ‌ପ୍ରଜାତି ନରହିବା ବିସ୍ମୟକର ।

Northern pintail female wingspan
Northern pintail male in flight
Northern pintail female

ଆଧାର[ସମ୍ପାଦନା]

  1. "Anas acuta". IUCN Red List of Threatened Species. Version 2013.2. International Union for Conservation of Nature. 2013. Retrieved 26 November 2013.CS1 maint: ref=harv (link)
  2. Jobling, James A (2010). The Helm Dictionary of Scientific Bird Names. London: Christopher Helm. pp. 31, 46. ISBN 978-1-4081-2501-4.