ନିତ୍ୟାନନ୍ଦ ପ୍ରଧାନ
ନିତ୍ୟାନନ୍ଦ ପ୍ରଧାନ | |
|---|---|
| ସାଂସଦ: ୧୫ଶ ଲୋକ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୧୪ | |
| ପୂର୍ବ ଅଧିକାରୀ | ହରିହର ସ୍ୱାଇଁ |
| ପର ଅଧିକାରୀ | ଲଡୁ କିଶୋର ସ୍ୱାଇଁ |
| ନିର୍ବାଚନ ମଣ୍ଡଳୀ | ଆସ୍କା |
| ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୦ – ୨୦୦୪ | |
| ପୂର୍ବ ଅଧିକାରୀ | ହରିହର ସ୍ୱାଇଁ |
| ପର ଅଧିକାରୀ | ଲଡୁ କିଶୋର ସ୍ୱାଇଁ |
| ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
| ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୯୦ – ୧୯୯୫ | |
| ପୂର୍ବ ଅଧିକାରୀ | ରାଧାଗୋବିନ୍ଦ ସାହୁ |
| ପର ଅଧିକାରୀ | ହରିହର ସ୍ୱାଇଁ |
| ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୮ ନଭେମ୍ବର ୧୯୪୪ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
| ଜୀବନ ସାଥୀ | କମଳ ପ୍ରଧାନ |
| ବାପା/ବୋଉ | ରାଧାକୃଷ୍ଣ ପ୍ରଧାନ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ନିତ୍ୟାନନ୍ଦ ପ୍ରଧାନ (ଜନ୍ମ: ୧୮ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ନିତ୍ୟାନନ୍ଦ ୧୯୪୪ ମସିହାର ନଭେମ୍ବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧାକୃଷ୍ଣ ପ୍ରଧାନ ଓ ପତ୍ନୀଙ୍କ ନାମ କମଳ ପ୍ରଧାନ ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ନିତ୍ୟାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୮ ମସିହାରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୨]
ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | କବି ସୂର୍ଯ୍ୟନଗର | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
| ୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | କବି ସୂର୍ଯ୍ୟନଗର | ଭାରତୀୟ କମ୍ୟୁନିଷ୍ଟ ପାର୍ଟି |
| ୨୦୦୯ | ୨୦୧୪ | ସଭ୍ୟ, ୧୫ଶ ଲୋକ ସଭା | ଆସିକା ଲୋକ ସଭା | ବିଜୁ ଜନତା ଦଳ |
ଆଧାର
[ସମ୍ପାଦନା]- ↑ "Profile of Members". Government of India. Retrieved 12 March 2012.
- 1 2 "Shri Nityananda Pradhan". odishaassembly.nic.in. Odisha Assembly. Retrieved 28 January 2021.
- ↑ "Former CPI leader joins BJD". The Hindu. Archived from the original on 18 May 2014. Retrieved 18 May 2014.