ନିତ୍ୟାନନ୍ଦ ପ୍ରଧାନ

ଉଇକିପିଡ଼ିଆ‌ରୁ
ନିତ୍ୟାନନ୍ଦ ପ୍ରଧାନ
ସାଂସଦ: ୧୫ଶ ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀହରିହର ସ୍ୱାଇଁ
ପର ଅଧିକାରୀଲଡୁ କିଶୋର ସ୍ୱାଇଁ
ନିର୍ବାଚନ ମଣ୍ଡଳୀଆସ୍କା
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀହରିହର ସ୍ୱାଇଁ
ପର ଅଧିକାରୀଲଡୁ କିଶୋର ସ୍ୱାଇଁ
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀରାଧାଗୋବିନ୍ଦ ସାହୁ
ପର ଅଧିକାରୀହରିହର ସ୍ୱାଇଁ
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1944-11-18) ୧୮ ନଭେମ୍ବର ୧୯୪୪ (ବୟସ ୭୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଭାରତୀୟ କମ୍ୟୁନିଷ୍ଟ ପାର୍ଟି
ଜୀବନ ସାଥୀକମଳ ପ୍ରଧାନ
ବାପା/ବୋଉରାଧାକୃଷ୍ଣ ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ନିତ୍ୟାନନ୍ଦ ପ୍ରଧାନ (ଜନ୍ମ: ୧୮ ନଭେମ୍ବର ୧୯୪୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ନିତ୍ୟାନନ୍ଦ ୧୯୪୪ ମସିହାର ନଭେମ୍ବର ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଧାକୃଷ୍ଣ ପ୍ରଧାନ ଓ ପତ୍ନୀଙ୍କ ନାମ କମଳ ପ୍ରଧାନ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ନିତ୍ୟାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୮ ମସିହାରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୨]

ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା କବି ସୂର୍ଯ୍ୟନଗର ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା କବି ସୂର୍ଯ୍ୟନଗର ଭାରତୀୟ କମ୍ୟୁନିଷ୍ଟ ପାର୍ଟି
୨୦୦୯ ୨୦୧୪ ସଭ୍ୟ, ୧୫ଶ ଲୋକ ସଭା ଆସିକା ଲୋକ ସଭା ବିଜୁ ଜନତା ଦଳ

ଆଧାର[ସମ୍ପାଦନା]

  1. "Profile of Members". Government of India. Retrieved 12 March 2012.
  2. ୨.୦ ୨.୧ "Shri Nityananda Pradhan". odishaassembly.nic.in. Odisha Assembly. Retrieved 28 January 2021.
  3. "Former CPI leader joins BJD". The Hindu. Archived from the original on 18 May 2014. Retrieved 18 May 2014.