ନିଖତ ଜରୀନ
ନିଖତ ଜରୀନ | |||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ପରିସଂଖ୍ୟାନ | |||||||||||||||||||||
Weight class | ଫ୍ଲାଇ ୱେଟ | ||||||||||||||||||||
ଓଜନ ବିଭାଗ | ୫୧ କେଜି | ||||||||||||||||||||
ଜାତିୟତା | ଭାରତୀୟ | ||||||||||||||||||||
ଜନ୍ମ | ନିଜାମାବାଦ ଜିଲ୍ଲା, ତେଲେଙ୍ଗାନା, ଭାରତ | ୧୪ ଜୁନ ୧୯୯୬||||||||||||||||||||
Medal record
|
ନିଖତ ଜରୀନ (ଜନ୍ମ : ୧୪ ଜୁନ ୧୯୯୬) ଜଣେ ଭାରତୀୟ ମୁଷ୍ଟିଯୋଦ୍ଧା । ସେ ୫୧ କେଜି ବର୍ଗରେ ଫ୍ଲାଇ ୱେଟ ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି । ୨୦୧୧ ମସିହାରେ ସେ ମହିଳା ଯୁବ ବିଶ୍ୱ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୧] ୨୦୨୨ ମସିହାରେ ଗୌହାଟିଠାରେ ସେ ଦ୍ୱିତୀୟ ଭାରତ ଓପନ ଆନ୍ତର୍ଜାତୀୟ ବକ୍ସିଂ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୨୨ ମସିହା ମଇ ମାସ ୧୯ ତାରିଖରେ ସେ ମହିଳା ବିଶ୍ୱ ଚାମ୍ପିୟନସିପରେ ୫୨କିଗ୍ରା ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନିଖର ୧୯୯୬ ମସିହା ଜୁନ ୧୪ ତାରିଖରେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହମ୍ମଦ ଜମୀଲ ଅହମ୍ମଦ ଓ ମାତାଙ୍କ ନାମ ପରବୀନ ସୁଲତାନା ।[୨][୩][୪] ସେ ନିଜାମାବାଦର ନିର୍ମଳା ହୃଦୟ ବାଳିକା ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[୫] ସ୍କୁଲ ପରେ ସେ ହାଇଦ୍ରାବାଦର ଏ ଭି କଲେଜରେ କଳାରେ ସ୍ନାତକ ଶିକ୍ଷାଗ୍ରହଣ କରୁଛନ୍ତି । ଏଥି ସହିତ ସେବ୍ୟାଙ୍କ ଅଫ ଇଣ୍ଡିଆରେ କାର୍ଯ୍ୟ ମଧ୍ୟ କରନ୍ତି ।[୬]
ଖେଳ ଜୀବନ
[ସମ୍ପାଦନା]ଜରୀନଙ୍କୁ ତାଙ୍କ ପିତା ମହମ୍ମଦ ଜମୀଲ ଅହମ୍ମଦ ବକ୍ସିଂ ଖେଳ ସହ ପରିଚିତ କରାଇଥିଲେ । ସେ ନିଜର ପ୍ରଥମ ବର୍ଷର ପ୍ରଶିକ୍ଷଣ ପିତାଙ୍କଠାରୁ ଗ୍ରହଣ କରିଥିଲେ ।[୫] ୨୦୦୯ ମସିହାରୁ ସେ ବିଶାଖାପାଟଣାର ଭାରତୀୟ ଖେଳ ପ୍ରାଧିକରଣରେ ଦ୍ରୋଣାଚାର୍ଯ୍ୟ ସମ୍ମାନପ୍ରାପ୍ତ ବକ୍ସିଂ ପ୍ରଶିକ୍ଷକ ଆଇ ଭି ରାଓଙ୍କ ଅଧିନରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ୨୦୧୦ ମସିହାରେ ଜାତୀୟ ବକ୍ସିଂ ଚାମ୍ପିୟନସିପରେ ଇରୋଡ଼ଠାରେ ତାଙ୍କୁ ସ୍ୱର୍ଣ୍ଣୀମ ଶ୍ରେଷ୍ଠ ବକ୍ସର ଘୋଷିତ କରାଯାଇଥିଲା ।[୫]
୨୦୧୧ ବିଶ୍ୱ ଯୁବ ଓ ଜୁନିୟର ବକ୍ସିଂ ଚାମ୍ପିୟନସିପ
[ସମ୍ପାଦନା]ଜରୀନ, ଟର୍କୀରେ ଅନୁଷ୍ଠିତ ୨୦୧୧ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପରେ ଫ୍ଲାଏୱେଟ ବିଭାଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭] ଏଠାରେ ସେ ଟର୍କୀର ବକ୍ସର ଉଲ୍କୁ ଡେମିରଙ୍କୁ ୩ ରାଉଣ୍ଡ ଲଢ଼େଇପରେ ୨୭:୧୬ ସ୍କୋରରେ ପରାସ୍ତ କରିଥିଲେ ।.[୮][୯]
୨୦୧୪ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପ
[ସମ୍ପାଦନା]୨୦୧୪ ମସିହାରେ ବୁଲଗେରିଆଠାରେ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପରେ ଜରୀନ ରୌପ୍ୟପଦକ ହାସଲ କରିଥିଲେ ।[୧୦]
୨୦୧୪ ନେସନ୍ସ କପ ଆନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟ
[ସମ୍ପାଦନା]୨୦୧୪ ମସିହା ଜାନୁଆରୀ ୧୨ ତାରିଖରେ ଜରୀନ ଋଷୀୟ ବକ୍ସର ପଲ୍ଟସେଭା ଏକାଟେରିନାଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।
୨୦୧୫ ଜାତୀୟ ସିନିୟର ମହିଳା ବକ୍ସିଂ ଚାମ୍ପିୟନସିପ
[ସମ୍ପାଦନା]୨୦୧୫ରେ ଆସାମରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ବକ୍ସିଂ ଚାମ୍ପିୟନସିପରେ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୧]
୨୦୧୯ ଥାଇଲାଣ୍ଡ ଓପନ ଆନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟ
[ସମ୍ପାଦନା]ବ୍ୟାଙ୍କକରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଜରୀନ ରୌପ୍ୟପଦକ ହାସଲ କରିଥିଲେ ।[୧୨]
୨୦୧୯ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟ
[ସମ୍ପାଦନା]ବୁଲଗେରିଆର, ସୋଫିଆଠାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୩]
୨୦୨୨ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟ
[ସମ୍ପାଦନା]ବୁଲଗେରିଆର ସୋଫିଆଠାରେ ୭୩ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ୟୁକ୍ରେନର ଖେଳାଳି ଟେଟିଆନା କୋବଙ୍କୁ ୪-୧ ସେଟରେ ହରେଇ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୪]
୨୦୨୨ ମହିଳା ବିଶ୍ୱ ଚାମ୍ପିୟନସିପ
[ସମ୍ପାଦନା]୨୦୨୨ ମସିହା ମଇ ମାସ ୧୯ ତାରିଖରେ ଜରୀନ, ଥାଇଲାଣ୍ଡର ଜିଟପଙ୍ଗ ଜୁଟାମାସଙ୍କୁ ହରେଇ ଜରୀନ ୫୨ କେଜି ଫ୍ଲାଏ-ୱେଟ ବିଭାଗରେ ସ୍ୱର୍ଣ୍ଣପଦକ ଜିତିଥିଲେ ।[୧୫]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ତେଲେଙ୍ଗାନା ରାଜ୍ୟର ନିଜାମାବାଦ ଜିଲ୍ଲାର ଆମ୍ବାସଡ଼ର ନିଯୁକ୍ତ[୧୬]
- ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ବକ୍ସିଂ ଚାମ୍ପିୟନସିପରେ ଶ୍ରେଷ୍ଠ ବକ୍ସର ମାନ୍ୟତା - ୨୦୧୫
- ଜେଏଫଡବ୍ଲୁ ସମ୍ମାନ - ୨୦୧୯[୧୭]
ଆଧାର
[ସମ୍ପାଦନା]- ↑ "4 Indians win gold in AIBA Women's Youth & Junior World Championship" (in ଇଂରାଜୀ). 30 April 2011. Retrieved 15 October 2020.
- ↑ "Indian Boxing Federation Boxer Details". www.indiaboxing.in. Retrieved 13 October 2019.
- ↑ Firstpost. "India's Nikhat Zareen wins silver at Youth World Boxing | Firstpost". Archived from the original on 29 September 2013. Retrieved 31 May 2014.
- ↑ "Nikhat Zareen wins silver". The Hindu. 30 September 2013. Retrieved 31 May 2014.
- ↑ ୫.୦ ୫.୧ ୫.୨ "Nikhat Zareen wins over family resistance". The Times of India. Archived from the original on 3 October 2013. Retrieved 31 May 2014.
- ↑ "Boxer Nikhat Zareen appointed as staff officer in Bank of India". timesofindia. 19 June 2021. Retrieved 2 March 2022.
- ↑ PTI (30 April 2011). "4 Indians win gold in AIBA Women's Youth & Junior World Championship | Boxing News - Times of India". The Times of India (in ଇଂରାଜୀ). Retrieved 15 October 2020.
- ↑ "4 Indians win gold in AIBA Women's Youth & Junior World Championship". timesofindia (in ଇଂରାଜୀ). 30 April 2011. Retrieved 15 October 2020.
- ↑ "AIBA Women's Youth and Junior World Championship: Indian Women Continue Their Dream Run". sportskeeda (in ଇଂରାଜୀ). 28 April 2011. Retrieved 15 October 2020.
- ↑ Subrahmanyam, V. V. (4 October 2013). "Boxer awaits reward amid political turmoil". The Hindu. Retrieved 31 May 2014.
- ↑ "Boxer Nikhat Zareen won Gold Medal 16th Senior Woman National Boxing Championship at Assam - indtoday.com - INDToday". indtoday.com. Archived from the original on 2018-02-04. Retrieved 2022-05-20.
- ↑ Yellapantula, Suhas (28 July 2019). "This silver medal at Thailand Open is a huge confidence boost for me ahead of the World Championships: Nikhat Zareen". the Times of India. Retrieved 8 December 2019.
- ↑ "Strandja Memorial Boxing Tournament 2019: Nikhat Zareen, Meena Kumari Devi strike gold; Manju Rani settles for silver". Firstpost. 19 February 2019. Retrieved 27 September 2020.
- ↑ "Strandja Memorial Boxing: Nikhat Zareen, Nitu Strike Gold For India". NDTV Sports (in ଇଂରାଜୀ). 17 February 2022. Retrieved 27 February 2022.
- ↑ "India's Nikhat Zareen Wins Gold At Women's World Boxing Championships". NDTV. 19 May 2022. Retrieved 19 May 2022.
- ↑ "Nikhat Zareen is brand ambassador of Nizamabad". The Hindu. 13 December 2014. ISSN 0971-751X. Retrieved 30 October 2015.
- ↑ "The Young Fighter; Nikhat Zareen". JFW Just for women. 24 September 2019. Retrieved 27 September 2020.