ନିଖତ ଜରୀନ

ଉଇକିପିଡ଼ିଆ‌ରୁ
ନିଖତ ଜରୀନ
ପରିସଂଖ୍ୟାନ
Weight classଫ୍ଲାଇ ୱେଟ
ଓଜନ ବିଭାଗ୫୧ କେଜି
ଜାତିୟତାଭାରତୀୟ
ଜନ୍ମ (1996-06-14) ୧୪ ଜୁନ ୧୯୯୬ (ବୟସ ୨୭)
ନିଜାମାବାଦ ଜିଲ୍ଲା, ତେଲେଙ୍ଗାନା, ଭାରତ
Medal record
Competitor for  ଭାରତ
Women's amateur boxing
World Championships
Gold 2022 Istanbul Flyweight
Asian Championships
Bronze 2019 Bangkok Flyweight

ନିଖତ ଜରୀନ (ଜନ୍ମ : ୧୪ ଜୁନ ୧୯୯୬) ଜଣେ ଭାରତୀୟ ମୁଷ୍ଟିଯୋଦ୍ଧା । ସେ ୫୧ କେଜି ବର୍ଗରେ ଫ୍ଲାଇ ୱେଟ ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି । ୨୦୧୧ ମସିହାରେ ସେ ମହିଳା ଯୁବ ବିଶ୍ୱ ଚାମ୍ପିୟାନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।[୧] ୨୦୨୨ ମସିହାରେ ଗୌହାଟିଠାରେ ସେ ଦ୍ୱିତୀୟ ଭାରତ ଓପନ ଆନ୍ତର୍ଜାତୀୟ ବକ୍ସିଂ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୨୨ ମସିହା ମଇ ମାସ ୧୯ ତାରିଖରେ ସେ ମହିଳା ବିଶ୍ୱ ଚାମ୍ପିୟନସିପରେ ୫୨କିଗ୍ରା ବର୍ଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନିଖର ୧୯୯୬ ମସିହା ଜୁନ ୧୪ ତାରିଖରେ ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ମହମ୍ମଦ ଜମୀଲ ଅହମ୍ମଦ ଓ ମାତାଙ୍କ ନାମ ପରବୀନ ସୁଲତାନା ।[୨][୩][୪] ସେ ନିଜାମାବାଦର ନିର୍ମଳା ହୃଦୟ ବାଳିକା ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[୫] ସ୍କୁଲ ପରେ ସେ ହାଇଦ୍ରାବାଦର ଏ ଭି କଲେଜରେ କଳାରେ ସ୍ନାତକ ଶିକ୍ଷାଗ୍ରହଣ କରୁଛନ୍ତି । ଏଥି ସହିତ ସେବ୍ୟାଙ୍କ ଅଫ ଇଣ୍ଡିଆରେ କାର୍ଯ୍ୟ ମଧ୍ୟ କରନ୍ତି ।[୬]

ଖେଳ ଜୀବନ[ସମ୍ପାଦନା]

ଜରୀନଙ୍କୁ ତାଙ୍କ ପିତା ମହମ୍ମଦ ଜମୀଲ ଅହମ୍ମଦ ବକ୍ସିଂ ଖେଳ ସହ ପରିଚିତ କରାଇଥିଲେ । ସେ ନିଜର ପ୍ରଥମ ବର୍ଷର ପ୍ରଶିକ୍ଷଣ ପିତାଙ୍କଠାରୁ ଗ୍ରହଣ କରିଥିଲେ ।[୫] ୨୦୦୯ ମସିହାରୁ ସେ ବିଶାଖାପାଟଣାର ଭାରତୀୟ ଖେଳ ପ୍ରାଧିକରଣରେ ଦ୍ରୋଣାଚାର୍ଯ୍ୟ ସମ୍ମାନପ୍ରାପ୍ତ ବକ୍ସିଂ ପ୍ରଶିକ୍ଷକ ଆଇ ଭି ରାଓଙ୍କ ଅଧିନରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ୨୦୧୦ ମସିହାରେ ଜାତୀୟ ବକ୍ସିଂ ଚାମ୍ପିୟନସିପରେ ଇରୋଡ଼ଠାରେ ତାଙ୍କୁ ସ୍ୱର୍ଣ୍ଣୀମ ଶ୍ରେଷ୍ଠ ବକ୍ସର ଘୋଷିତ କରାଯାଇଥିଲା ।[୫]

୨୦୧୧ ବିଶ୍ୱ ଯୁବ ଓ ଜୁନିୟର ବକ୍ସିଂ ଚାମ୍ପିୟନସିପ[ସମ୍ପାଦନା]

ଜରୀନ, ଟର୍କୀରେ ଅନୁଷ୍ଠିତ ୨୦୧୧ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପରେ ଫ୍ଲାଏୱେଟ ବିଭାଗରେ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୭] ଏଠାରେ ସେ ଟର୍କୀର ବକ୍ସର ଉଲ୍କୁ ଡେମିରଙ୍କୁ ୩ ରାଉଣ୍ଡ ଲଢ଼େଇପରେ ୨୭:୧୬ ସ୍କୋରରେ ପରାସ୍ତ କରିଥିଲେ ।.[୮][୯]

୨୦୧୪ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପ[ସମ୍ପାଦନା]

୨୦୧୪ ମସିହାରେ ବୁଲଗେରିଆଠାରେ ବିଶ୍ୱ ଯୁବ ବକ୍ସିଂ ଚାମ୍ପିୟନସିପରେ ଜରୀନ ରୌପ୍ୟପଦକ ହାସଲ କରିଥିଲେ ।[୧୦]

୨୦୧୪ ନେସନ୍ସ କପ ଆନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟ[ସମ୍ପାଦନା]

୨୦୧୪ ମସିହା ଜାନୁଆରୀ ୧୨ ତାରିଖରେ ଜରୀନ ଋଷୀୟ ବକ୍ସର ପଲ୍ଟସେଭା ଏକାଟେରିନାଙ୍କୁ ହରାଇ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।

୨୦୧୫ ଜାତୀୟ ସିନିୟର ମହିଳା ବକ୍ସିଂ ଚାମ୍ପିୟନସିପ[ସମ୍ପାଦନା]

୨୦୧୫ରେ ଆସାମରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ବକ୍ସିଂ ଚାମ୍ପିୟନସିପରେ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୧]

୨୦୧୯ ଥାଇଲାଣ୍ଡ ଓପନ ଆନ୍ତର୍ଜାତୀୟ ବକ୍ସିଂ ଟୁର୍ଣ୍ଣାମେଣ୍ଟ[ସମ୍ପାଦନା]

ବ୍ୟାଙ୍କକରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଜରୀନ ରୌପ୍ୟପଦକ ହାସଲ କରିଥିଲେ ।[୧୨]

୨୦୧୯ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟ[ସମ୍ପାଦନା]

ବୁଲଗେରିଆର, ସୋଫିଆଠାରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୩]

୨୦୨୨ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟ[ସମ୍ପାଦନା]

ବୁଲଗେରିଆର ସୋଫିଆଠାରେ ୭୩ତମ ଷ୍ଟ୍ରାଣ୍ଡଜା ମେମୋରିଆଲ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ୟୁକ୍ରେନର ଖେଳାଳି ଟେଟିଆନା କୋବଙ୍କୁ ୪-୧ ସେଟରେ ହରେଇ ଜରୀନ ସ୍ୱର୍ଣ୍ଣପଦକ ହାସଲ କରିଥିଲେ ।[୧୪]

୨୦୨୨ ମହିଳା ବିଶ୍ୱ ଚାମ୍ପିୟନସିପ[ସମ୍ପାଦନା]

୨୦୨୨ ମସିହା ମଇ ମାସ ୧୯ ତାରିଖରେ ଜରୀନ, ଥାଇଲାଣ୍ଡର ଜିଟପଙ୍ଗ ଜୁଟାମାସଙ୍କୁ ହରେଇ ଜରୀନ ୫୨ କେଜି ଫ୍ଲାଏ-ୱେଟ ବିଭାଗରେ ସ୍ୱର୍ଣ୍ଣପଦକ ଜିତିଥିଲେ ।[୧୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ତେଲେଙ୍ଗାନା ରାଜ୍ୟର ନିଜାମାବାଦ ଜିଲ୍ଲାର ଆମ୍ବାସଡ଼ର ନିଯୁକ୍ତ[୧୬]
  • ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ବକ୍ସିଂ ଚାମ୍ପିୟନସିପରେ ଶ୍ରେଷ୍ଠ ବକ୍ସର ମାନ୍ୟତା - ୨୦୧୫
  • ଜେଏଫଡବ୍ଲୁ ସମ୍ମାନ - ୨୦୧୯[୧୭]

ଆଧାର[ସମ୍ପାଦନା]

  1. "4 Indians win gold in AIBA Women's Youth & Junior World Championship" (in ଇଂରାଜୀ). 30 April 2011. Retrieved 15 October 2020.
  2. "Indian Boxing Federation Boxer Details". www.indiaboxing.in. Retrieved 13 October 2019.
  3. Firstpost. "India's Nikhat Zareen wins silver at Youth World Boxing | Firstpost". Archived from the original on 29 September 2013. Retrieved 31 May 2014.
  4. "Nikhat Zareen wins silver". The Hindu. 30 September 2013. Retrieved 31 May 2014.
  5. ୫.୦ ୫.୧ ୫.୨ "Nikhat Zareen wins over family resistance". The Times of India. Archived from the original on 3 October 2013. Retrieved 31 May 2014.
  6. "Boxer Nikhat Zareen appointed as staff officer in Bank of India". timesofindia. 19 June 2021. Retrieved 2 March 2022.
  7. PTI (30 April 2011). "4 Indians win gold in AIBA Women's Youth & Junior World Championship | Boxing News - Times of India". The Times of India (in ଇଂରାଜୀ). Retrieved 15 October 2020.
  8. "4 Indians win gold in AIBA Women's Youth & Junior World Championship". timesofindia (in ଇଂରାଜୀ). 30 April 2011. Retrieved 15 October 2020.
  9. "AIBA Women's Youth and Junior World Championship: Indian Women Continue Their Dream Run". sportskeeda (in ଇଂରାଜୀ). 28 April 2011. Retrieved 15 October 2020.
  10. Subrahmanyam, V. V. (4 October 2013). "Boxer awaits reward amid political turmoil". The Hindu. Retrieved 31 May 2014.
  11. "Boxer Nikhat Zareen won Gold Medal 16th Senior Woman National Boxing Championship at Assam - indtoday.com - INDToday". indtoday.com. Archived from the original on 2018-02-04. Retrieved 2022-05-20.
  12. Yellapantula, Suhas (28 July 2019). "This silver medal at Thailand Open is a huge confidence boost for me ahead of the World Championships: Nikhat Zareen". the Times of India. Retrieved 8 December 2019.
  13. "Strandja Memorial Boxing Tournament 2019: Nikhat Zareen, Meena Kumari Devi strike gold; Manju Rani settles for silver". Firstpost. 19 February 2019. Retrieved 27 September 2020.
  14. "Strandja Memorial Boxing: Nikhat Zareen, Nitu Strike Gold For India". NDTV Sports (in ଇଂରାଜୀ). 17 February 2022. Retrieved 27 February 2022.
  15. "India's Nikhat Zareen Wins Gold At Women's World Boxing Championships". NDTV. 19 May 2022. Retrieved 19 May 2022.
  16. "Nikhat Zareen is brand ambassador of Nizamabad". The Hindu. 13 December 2014. ISSN 0971-751X. Retrieved 30 October 2015.
  17. "The Young Fighter; Nikhat Zareen". JFW Just for women. 24 September 2019. Retrieved 27 September 2020.