ନାଜନୀନ ହାସନ ଚୁମକି
ନାଜନୀନ ହାସନ ଚୁମକି | |
---|---|
নাজনীন হাসান চুমকি | |
ଜନ୍ମ | ଚୁଆଡଙ୍ଗା, ବଙ୍ଗଳାଦେଶ |
ଜାତୀୟତା | ବଙ୍ଗଳାଦେଶୀ |
ଶିକ୍ଷାନୁଷ୍ଠାନ | ଜଗନ୍ନାଥ କଲେଜ (ଏବେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ) |
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୧୯୯୯–ଏବେଯାଏଁ |
ପୁରସ୍କାର | ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମେରିଲ୍ ପ୍ରଥମ ଆଲୋ ପୁରସ୍କାର |
ନାଜନୀନ ହାସନ ଚୁମକି ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ଅଭିନୟ ବ୍ୟତୀତ କାହାଣୀ ଓ ଚିତ୍ରନାଟ୍ୟ ରଚନା କରନ୍ତି, ନିର୍ଦ୍ଦେଶନା ଦେବା ସହିତ ଜଣେ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୧][୨] ୨୦୦୬ ମସିହାରେ, ସେ ଘନି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୩] ସେ ଅଭିନେତା ଇକ୍ୱିଟିର ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବାଙ୍ଗଳାଦେଶର ପଶ୍ଚିମ ଭାଗର ଚୁଆଡଙ୍ଗାରେ ନାଜନୀନ ହାସନ ଚୁମକିଙ୍କ ପିଲାଦିନ କଟିଥିଲା । ୧୯୯୬ ମସିହାରେ ସେ ରାଜଧାନୀ ଢାକାକୁ ଯାଇଥିଲେ ଏବଂ ସେଠାରେ ସେ ବିଶ୍ୱବିଦ୍ୟାଳୟରେ ପଢ଼ିବା ସହିତ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ରାତିବେଳା ଜଗନ୍ନାଥ କଲେଜରେ (ବର୍ତ୍ତମାନ ଜଗନ୍ନାଥ ବିଶ୍ୱବିଦ୍ୟାଳୟ) ପାଠ ପଢ଼ୁଥିଲେ ଏବଂ ଦିନ ସମୟରେ ଅଭିନୟ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ଜଗନ୍ନାଥ କଲେଜରେ ସେ "ଦେଶ ଥିଏଟର ଗ୍ରୁପ୍"ରେ ଯୋଗ ଦେଇଥିଲେ ।[୫]
ଅଭିନୟ ଜୀବନ
[ସମ୍ପାଦନା]୧୯୯୯ ମସିହାରେ, ସେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ପାରିଜାତ ନାମକ ଏକ ନାଟକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଏବଂ ଯେତେ ଯେତେ ଅବଶେଷେ ଭଳି ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକ ପ୍ରସାରଣ ପୂର୍ବରୁ ତାଙ୍କ ମାତାପିତା ଏ ବିଷୟରେ ଜାଣିନଥିଲେ । ଏହାପରେ ସେ ବଙ୍ଗଳାଦେଶି ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିବା ଆରମ୍ଭ କରିଥିଲେ । ସେ କଥାଚିତ୍ରରେ ଅଭିନୟ କରିବା ସହିତ ମଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥାପନା କରୁଛନ୍ତି । କାହାଣୀ ରଚନା କରିବା ସହିତ କିଛି ଦୂରଦର୍ଶନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।[୬]
୨୮ ଜାନୁୟାରୀ ୨୦୨୨ରେ, ସେ ୫୦୦ ଭୋଟ୍ ପାଇ ବଙ୍ଗଳାଦେଶର ଆକ୍ଟର୍ସ ଇକ୍ୱିଟିର ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ।[୪]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ନିର୍ଦ୍ଦେଶକ | ସହ-କଳାକାର | ମନ୍ତବ୍ୟ |
---|---|---|---|---|
୨୦୦୪ | ଲାଲୋନ | ତନଭୀର ମୋକାମ୍ମେଲ | ରାଇସୁଲ ଇସଲାମ ଆସାଦ, ଅବୁଲ କଲାମ ଆଜାଦ, ସୋମି କୈସର | |
୨୦୦୬ | ଘନି | କାଜୀ ମୋର୍ଶେଦ | ମାସୁମ୍ ଅଜିଜ୍, ରାଇସୁଲ ଇସଲାମ ଆସାଦ, ଅରମାନ ପରଭେଜ ମୁରାଦ | [୩] |
୨୦୧୩ | ଇକୋଇ ବ୍ରିଟ୍ଟେ | କାଜୀ ମୋର୍ଶେଦ | ରାଇସୁଲ ଇସଲାମ ଆସାଦ | |
ପୁତୁଲ କଥା | ରୋନି | ଜୟରାଜ, ଜୟନ୍ତ ଚଟ୍ଟୋପାଧ୍ୟାୟ | କାନାଡାରେ ମୁକ୍ତିଲାଭ କରିଥିଲା [୭] |
ପୁସ୍ତକ
[ସମ୍ପାଦନା]- ବିନିତା (ଗଳ୍ପ) ୨୦୨୦[୮]
ପୁରସ୍କାର
[ସମ୍ପାଦନା]ଜାତୀୟ ଚଳଚ୍ଚିତ୍ର ପୁରସ୍କାର |
- ଶ୍ରେଷ୍ଠ ଅଭିନେତ୍ରୀ - ଘାନି (୨୦୦୬)[୯]
ମେରିଲ୍ ପ୍ରଥମ ଆଲୋ ପୁରସ୍କାର
- କ୍ରିଟିକ୍ ଚଏସ୍ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ - ଏକୋଇ ବ୍ରିଟ୍ଟେ (୨୦୧୩)[୧୦]
ଆଧାର
[ସମ୍ପାଦନା]- ↑ "Chumki's three in one". 2015-05-31. Archived from the original on 2015-06-18. Retrieved 2015-06-18.
- ↑ Shah Alam Shazu (2012-05-24). "Naznin Hasan Chumki: Acting, scriptwriting and anchoring". The Daily Star. Archived from the original on 2015-06-18. Retrieved 2015-06-18.
- ↑ ୩.୦ ୩.୧ "National Film Awards for the last fours years announced". The Daily Star. 2008-09-01. Archived from the original on 2016-01-29. Retrieved 2015-06-18.
- ↑ ୪.୦ ୪.୧ অভিনয় শিল্পী সংঘের সভাপতি নাসিম, সম্পাদক রওনক. Bangladesh Pratidin (in Bengali). 2022-01-28. Retrieved 2022-01-28.
- ↑ "In Conversation with Naznin Chumki". Priyo News. 2011-11-28. Archived from the original on 2015-06-20. Retrieved 2015-06-19.
- ↑ "Naznin Hasan Chumki: Acting, scriptwriting and anchoring". Dhaka Mirror. 2012-05-25. Retrieved 2015-06-19.
- ↑ Kafi Aman (2013-03-03). কানাডার বড় পর্দায় চুমকি. risingbd (in Bengali). Retrieved 2015-10-05.
- ↑ বইমেলায় তারকাদের বই. The Daily Star. Archived from the original on 2021-04-22. Retrieved 8 February 2020.
- ↑ জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 2018-12-23. Retrieved 2019-03-25.
- ↑ মেরিল-প্রথম আলো পুরস্কার-২০১৩: পুরস্কার দিলেন এবং নিলেন তারকারা - পার্ট - ১. Prothom Alo (in Bengali). 2014-04-26. Archived from the original on 2015-10-02. Retrieved 2015-10-05.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନାଜନୀନ ହାସନ ଚୁମକି
- ବାଂଲା ମୁଭି ଡାଟାବେସରେ ନାଜନୀନ ହାସନ ଚୁମକି