ସୋମି କୈସର

ଉଇକିପିଡ଼ିଆ‌ରୁ
ସୋମି କାଇସର
শমী কায়সার
Born୧୫ ଜାନୁଆରୀ[୧]
Nationalityବଙ୍ଗଳାଦେଶୀ
Occupation(s)ଅଭିନେତ୍ରୀ, ମଡେଲ, ପ୍ରଯୋଜିକା
Spouse(s)
ରିଙ୍ଗୋ
(m. ୧୯୯୯, 2001)

ମହ‌ମଦ ଏ ଆରଫତ୍
(m. ୨୦୦୮)
[୨]
Parents
  • ସାହିଦୁଲ୍ଲାଃ କୈସର (father)
  • ପନ୍ନା କୈସର (mother)

ସୋମି କୈସର, (ଜନ୍ମ: ୧୫ ଜାନୁଆରୀ) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ, ମଡେଲ ଏବଂ ପ୍ରଯୋଜିକା । କେବେ ଅପଣା କେବେ ପର ନାଟକରୁ ସୋମି ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଢାକା ନାଟ୍ୟ ସସ୍ଥାନ ପାଇଁ ସୋମି ବାର ବର୍ଷ ଧରି କାର୍ଯ୍ୟ କରିଥିଲେ । ୧୯୯୭ ମସିହାରେ ସେ ଧନସିରି ପ୍ରଡକ୍ସନ ନାମକ ତାଙ୍କର ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ । ୨୦୧୭ ମଇ ମାସରେ, ସେ ସମ୍ମିଳିତ ଗଣତାନ୍ତ୍ରିକ ପରିସଦ ପକ୍ଷରୁ ପ୍ରତିନିଧିତ୍ୱ କରି ଫେଦେରେସନ୍ ଅଫ୍ ବଙ୍ଗଳାଦେଶ ଚାମ୍ବରାସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଜଣେ ନିର୍ଦ୍ଦେଶିକା ଭାବରେ ନିର୍ବାଚିତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ସୋମି କୈସର ସାହିଦୁଲ୍ଲାଃ କୈସର ଏବଂ ପନ୍ନା କୈସରଙ୍କଠାରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପା ସାହିଦୁଲ୍ଲାଃ ଜଣେ ଉପନ୍ୟାସ ଲେଖକ । ତାଙ୍କ ମାଆ ପନ୍ନା ଜଣେ ଲେଖକ ଏବଂ ପୂର୍ବତନ ସଂସଦ । ସୋମିଙ୍କର ଜଣେ ସାନ ଭାଇ ଅଛନ୍ତି, ଅମିତାଭ କୈସର ।[୪] ବଙ୍ଗଳାଦେଶର ପ୍ରାକ୍ତନ ରାଷ୍ଟ୍ରପତି ଏ. କ୍ୟୁ. ଏମ୍. ବଦ୍ରୁଦ୍ଦୋଜା ଚୌଧୁରୀ ହେଉଛନ୍ତି ସୋମିଙ୍କର ମଉସା ।[୫] ସେଥିପାଇଁ ସୋମି ଏବଂ ମାହି ବି. ଚୌଧୁରୀ ଉଭୟ ସମ୍ପର୍କୀୟା ଭଉଣୀ ।

ଅଭିନୟ ଜୀବନ[ସମ୍ପାଦନା]

୧୯୮୯ ମସିହାରେ ନିର୍ଦ୍ଦେଶକ ଅତିକ୍ୟୁଲ ହକୁଇ ଚୌଧୁରୀ ତାଙ୍କର ନାଟକ 'କେବେ ଅପଣା କେବେ ପର' ପାଇଁ ଜଣେ ନୂଆ ନାୟିକାଙ୍କର ଅନୁସନ୍ଧାନରେ ଥିଲେ । ସେ ଏମିତି ଜଣେ ନାୟିକାଙ୍କୁ ଖୋଜୁଥିଲେ, ଯିଏକି ସେଠାକାର ସ୍ଥାନୀୟ ଭାଷା ନବାଲି ଠିକ୍ ଭାବରେ ଜାଣିଥିବ ଏବଂ ସେହି ଭାଷାରେ ଭଲ ଭାବରେ କଥା ହୋଇପାରୁଥିବ ।[୬] ଏହି ପ୍ରକ୍ରିୟାରେ ସୋମି କୈସରଙ୍କୁ ତାଙ୍କର ପ୍ରଥମ ଅଭିନୟର ସୁଯୋଗ ମିଳିଥିଲା । ଏହାପରେ ସେ ଏକ ଉପନ୍ୟାସର କାହାଣୀ ପାଇଁ କାର୍ଯ୍ୟ କରିଥିଲେ । 'ଯେତେ ଦୁରେ ଯାଇ' ନାଟକର ମାତ୍ର ତିନୋଟି ଅଧ୍ୟାୟରେ ସେ ଅଭିନୟ କରିଥିଲେ । ଏହି ଉପନ୍ୟାସଟିର ରଚନା କରିଥିଲେ ଇମ୍‌ଦାଦୁଲ୍ ହକ୍ ମିଲନ ଏବଂ ନିର୍ଦ୍ଦେଶନା ଦେଇଥିଲେ ଅବଦୁଲାଃ ଅଲ୍ ମାମୁନ୍ । ଏହି ଧାରାବାହିକଟି ତାଙ୍କୁ ଅନେକ ସଫଳତା ଦେଇଥିଲା ।[୬] ଏହାପରେ ସେ ନାକ୍କୋଟ୍ରେର ରାତ୍, ଛୋଟ ଛୋଟ ଢେଉ, ସ୍ପର୍ଶ, ଏକଜଣ, ଆରୟନ୍, ଆକାଶେ ଅନେକ ରାତ୍, ମୁକ୍ତି, ଅନ୍ତରେ ନିରନ୍ତର, ସ୍ୱପ୍ନ, ଠିକଣା ଆଦି ନାଟକରେ ଅଭିନୟ କରିଥିଲେ ।

ସୋମି କୈସର ଢାକା ନାଟ୍ୟ ସସ୍ଥାନରେ ବାର ବର୍ଷ ପାଇଁ କାର୍ଯ୍ୟ କରିଥିଲେ ।[୭] 'ହାଟ ହୋଡାଇ' ନାଟକରେ ସେ ସ‌ହ ଅଭିନେତ୍ରୀ ଶାହିଦୁଜ୍ଜାମାନଙ୍କ ସ‌ହ ଅଭିନୟ କରିଥିଲେ । ୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଲ‌ଲୋନ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ହସନ ରାଜା ନାମକ ଅନ୍ୟ ଏକ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଥିଲେ । ୨୦୦୨ରେ ମୁକ୍ତିଲାଭ କରିଥିବା ଏକ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଚଳଚ୍ଚିତ୍ର ନିର୍ମାତା ରିତ୍ୱିକ ଘାତକଙ୍କ ଜିବନୀ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରଟିର ନାମ ଥିଲା 'ଦ ନେମ୍ ଅଫ୍ ଏ ରିଭର୍'।[୬]

ସୋମି କୈସର ଜଣେ ପ୍ରଯୋଜିକା ମଧ୍ୟ । ୧୯୯୭ ମସିହାରେ ସେ ତାଙ୍କର ଏକ ପ୍ରଯୋଜନା ସଂସ୍ଥା ନିର୍ମାଣ କରିଥିଲେ । ଏହି ସଂସ୍ଥାଟିର ନାମ ରଖିଥିଲେ 'ଧନସିରି ପ୍ରଡକ୍ସନ' ।[୭] ତାଙ୍କର ପ୍ରଯୋଜନା ସଂସ୍ଥା ଅଧୀନରେ ମୁକ୍ତି ଏବଂ ଅନ୍ତରେ ନିରନ୍ତର ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ।[୬] ୨୦୧୩ ନଭେମ୍ବର ମାସରେ ତାଙ୍କର ପ୍ରଯୋଜନା ସଂସ୍ଥାର ବେତାର ବିଭାଗ ଧାନସିରି କମୁନିକେସନ ଲିମିଟେଡ, ବଙ୍ଗଳାଦେଶର ଏକ ବେସରକାରୀ ବେତାର ସେବାର ମାନ୍ୟତା ପାଇଥିଲା । ଏହି ବେତାର ସଂସ୍ଥାର ନାମ ରଖାଯାଇଥିଲା ରେଡ଼ିଓ ଆକ୍ଟିଭ୍ ।[୮]

ମଇ ୨୦୧୭ରେ, ସୋମି କୈସର ଫେଦେରେସନ୍ ଅଫ୍ ବଙ୍ଗଳାଦେଶ ଚାମ୍ବରାସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଜଣେ ନିର୍ଦ୍ଦେଶିକା ଭାବରେ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ ସେ ସମ୍ମିଳିତ ଗଣତାନ୍ତ୍ରିକ ପରିସଦ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।[୯]

ନିଜସ୍ୱ ଜୀବନ[ସମ୍ପାଦନା]

ସୋମି କୈସର ୧୯୯୯ ମସିହାରେ ରିଙ୍ଗୋଙ୍କୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଉଭୟଙ୍କର ବିବାହ ବିଚ୍ଛେଦ ଘଟିଥିଲା ଏବଂ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେଇଥିଲେ ।[୨] ଏହାପରେ ୨୪ ଜୁଲାଇ ୨୦୦୮ରେ ସେ ମହମଦ ଏ ଆରଫତ୍‌ଙ୍କୁ ବିବାହ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. জন্মদিন : শমী কায়সার. Ittefaq (in Bengali). January 10, 2013. Retrieved December 20, 2016. {{cite news}}: Invalid |script-title=: missing prefix (help)
  2. ୨.୦ ୨.୧ ୨.୨ প্রয়াত বুদ্ধিজীবী শহীদুল্লাহ কায়সারের কন্যা (in Bengali). Bangla News from Washington DC. October 6, 2008. Archived from the original on October 16, 2018. Retrieved November 15, 2017. {{cite news}}: Invalid |script-title=: missing prefix (help)
  3. "Shomi and Panna Kaiser on "Eki Brintey" tonight". The Daily Star. November 19, 2009. Archived from the original on February 3, 2014. Retrieved November 15, 2017.
  4. "Shahidullah Kaiser was taken to Mueen, Ashraf". The Daily Star. August 20, 2013.
  5. Anwar Parvez Halim (May 28, 2011). "All in the family". Bengali News from Washington DC.[permanent dead link]
  6. ୬.୦ ୬.୧ ୬.୨ ୬.୩ Harun ur Rashid (February 7, 2005). "Shomi Kaiser: In search of excellence". The Daily Star. Archived from the original on February 1, 2014. Retrieved November 15, 2017.
  7. ୭.୦ ୭.୧ Sadia Khalid (December 14, 2013). "Shomi Kaiser after the curtain falls down". The Daily Star.
  8. Karim, Mohosinul (November 27, 2013). "13 TV, 14 FM radio stations to get licence". Dhaka Tribune.
  9. "Shomi Kaiser elected as FBCCI director". Dhaka Tribune. May 15, 2017. Retrieved May 18, 2017.

ବାହାର ଆଧାର[ସମ୍ପାଦନା]