ନାଜନୀନ ହାସନ ଚୁମକି

ଉଇକିପିଡ଼ିଆ‌ରୁ
ନାଜନୀନ ହାସନ ଚୁମକି‌
নাজনীন হাসান চুমকি
ଜନ୍ମ
ଚୁଆଡଙ୍ଗା, ବଙ୍ଗଳାଦେଶ
ଜାତୀୟତାବଙ୍ଗଳାଦେଶୀ
ଶିକ୍ଷାନୁଷ୍ଠାନଜଗନ୍ନାଥ କଲେଜ (ଏବେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ)
ବୃତ୍ତିସମୂହ
  • ଅଭିନେତ୍ରୀ
  • କାହାଣୀକାର
  • ନିର୍ଦ୍ଦେଶିକା
ସକ୍ରିୟ ବର୍ଷ୧୯୯୯–ଏବେଯାଏଁ
ପୁରସ୍କାରବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ମେରିଲ୍ ପ୍ରଥମ ଆଲୋ ପୁରସ୍କାର

ନାଜନୀନ ହାସନ ଚୁମକି ଜଣେ ବଙ୍ଗଳାଦେଶୀ ଦୂରଦର୍ଶନ ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ଅଭିନୟ ବ୍ୟତୀତ କାହାଣୀ ଓ ଚିତ୍ରନାଟ୍ୟ ରଚନା କରନ୍ତି, ନିର୍ଦ୍ଦେଶନା ଦେବା ସହିତ ଜଣେ ଉପସ୍ଥାପିକା ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୧][୨] ୨୦୦୬ ମସିହାରେ, ସେ ଘନି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ବଙ୍ଗଳାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୩] ସେ ଅଭିନେତା ଇକ୍ୱିଟିର ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି ।[୪]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବାଙ୍ଗଳାଦେଶର ପଶ୍ଚିମ ଭାଗର ଚୁଆଡଙ୍ଗାରେ ନାଜନୀନ ହାସନ ଚୁମକିଙ୍କ ପିଲାଦିନ କଟିଥିଲା । ୧୯୯୬ ମସିହାରେ ସେ ରାଜଧାନୀ ଢାକାକୁ ଯାଇଥିଲେ ଏବଂ ସେଠାରେ ସେ ବିଶ୍ୱବିଦ୍ୟାଳୟରେ ପଢ଼ିବା ସହିତ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ରାତିବେଳା ଜଗନ୍ନାଥ କଲେଜରେ (ବର୍ତ୍ତମାନ ଜଗନ୍ନାଥ ବିଶ୍ୱବିଦ୍ୟାଳୟ) ପାଠ ପଢ଼ୁଥିଲେ ଏବଂ ଦିନ ସମୟରେ ଅଭିନୟ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । ଜଗନ୍ନାଥ କଲେଜରେ ସେ "ଦେଶ ଥିଏଟର ଗ୍ରୁପ୍"ରେ ଯୋଗ ଦେଇଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

୧୯୯୯ ମସିହାରେ, ସେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ପାରିଜାତ ନାମକ ଏକ ନାଟକ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ଏବଂ ଯେତେ ଯେତେ ଅବଶେଷେ ଭଳି ଧାରାବାହିକରେ ଅଭିନୟ କରିଥିଲେ । ଏହି ଧାରାବାହିକ ପ୍ରସାରଣ ପୂର୍ବରୁ ତାଙ୍କ ମାତାପିତା ଏ ବିଷୟରେ ଜାଣିନଥିଲେ । ଏହାପରେ ସେ ବଙ୍ଗଳାଦେଶି ଚଳଚ୍ଚିତ୍ର ଜଗତରେ ମଧ୍ୟ ଅଭିନୟ କରିବା ଆରମ୍ଭ କରିଥିଲେ । ସେ କଥାଚିତ୍ରରେ ଅଭିନୟ କରିବା ସହିତ ମଞ୍ଚ କାର୍ଯ୍ୟକ୍ରମରେ ଉପସ୍ଥାପନା କରୁଛନ୍ତି । କାହାଣୀ ରଚନା କରିବା ସହିତ କିଛି ଦୂରଦର୍ଶନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି ।[୬]

୨୮ ଜାନୁୟାରୀ ୨୦୨୨ରେ, ସେ ୫୦୦ ଭୋଟ୍ ପାଇ ବଙ୍ଗଳାଦେଶର ଆକ୍ଟର୍ସ ଇକ୍ୱିଟିର ଯୁଗ୍ମ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ନିର୍ଦ୍ଦେଶକ ସହ-କଳାକାର ମନ୍ତବ୍ୟ
୨୦୦୪ ଲାଲୋନ ତନଭୀର ମୋକାମ୍ମେଲ ରାଇସୁଲ ଇସଲାମ ଆସାଦ, ଅବୁଲ କଲାମ ଆଜାଦ, ସୋମି କୈସର
୨୦୦୬ ଘନି କାଜୀ ମୋର୍ଶେଦ ମାସୁମ୍ ଅଜିଜ୍, ରାଇସୁଲ ଇସଲାମ ଆସାଦ, ଅରମାନ ପରଭେଜ ମୁରାଦ [୩]
୨୦୧୩ ଇକୋଇ ବ୍ରିଟ୍ଟେ କାଜୀ ମୋର୍ଶେଦ ରାଇସୁଲ ଇସଲାମ ଆସାଦ
ପୁତୁଲ କଥା ରୋନି ଜୟରାଜ, ଜୟନ୍ତ ଚଟ୍ଟୋପାଧ୍ୟାୟ କାନାଡାରେ ମୁକ୍ତିଲାଭ କରିଥିଲା [୭]

ପୁସ୍ତକ[ସମ୍ପାଦନା]

  • ବିନିତା (ଗଳ୍ପ) ୨୦୨୦[୮]

ପୁରସ୍କାର[ସମ୍ପାଦନା]

ଜାତୀୟ ଚଳଚ୍ଚିତ୍ର ପୁରସ୍କାର |

  • ଶ୍ରେଷ୍ଠ ଅଭିନେତ୍ରୀ - ଘାନି (୨୦୦୬)[୯]

ମେରିଲ୍ ପ୍ରଥମ ଆଲୋ ପୁରସ୍କାର

  • କ୍ରିଟିକ୍ ଚଏସ୍ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତ୍ରୀ - ଏକୋଇ ବ୍ରିଟ୍ଟେ (୨୦୧୩)[୧୦]

ଆଧାର[ସମ୍ପାଦନା]

  1. "Chumki's three in one". 2015-05-31. Archived from the original on 2015-06-18. Retrieved 2015-06-18.
  2. Shah Alam Shazu (2012-05-24). "Naznin Hasan Chumki: Acting, scriptwriting and anchoring". The Daily Star. Archived from the original on 2015-06-18. Retrieved 2015-06-18.
  3. ୩.୦ ୩.୧ "National Film Awards for the last fours years announced". The Daily Star. 2008-09-01. Archived from the original on 2016-01-29. Retrieved 2015-06-18.
  4. ୪.୦ ୪.୧ অভিনয় শিল্পী সংঘের সভাপতি নাসিম, সম্পাদক রওনক. Bangladesh Pratidin (in Bengali). 2022-01-28. Retrieved 2022-01-28.
  5. "In Conversation with Naznin Chumki". Priyo News. 2011-11-28. Archived from the original on 2015-06-20. Retrieved 2015-06-19.
  6. "Naznin Hasan Chumki: Acting, scriptwriting and anchoring". Dhaka Mirror. 2012-05-25. Retrieved 2015-06-19.
  7. Kafi Aman (2013-03-03). কানাডার বড় পর্দায় চুমকি. risingbd (in Bengali). Retrieved 2015-10-05.
  8. বইমেলায় তারকাদের বই. The Daily Star. Archived from the original on 2021-04-22. Retrieved 8 February 2020.
  9. জাতীয় চলচ্চিত্র পুরস্কার প্রাপ্তদের নামের তালিকা (১৯৭৫-২০১২) [List of the winners of National Film Awards (1975-2012)]. Government of Bangladesh (in Bengali). Bangladesh Film Development Corporation. Archived from the original on 2018-12-23. Retrieved 2019-03-25.
  10. মেরিল-প্রথম আলো পুরস্কার-২০১৩: পুরস্কার দিলেন এবং নিলেন তারকারা - পার্ট - ১. Prothom Alo (in Bengali). 2014-04-26. Archived from the original on 2015-10-02. Retrieved 2015-10-05.

ବାହାର ଆଧାର[ସମ୍ପାଦନା]