ଜଗନ୍ନାଥ ବିଶ୍ୱବିଦ୍ୟାଳୟ
ଜଗନ୍ନାଥ ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | "ଶିକ୍ଷା ଇମାନ ଶୃଙ୍ଖଳା" |
ପ୍ରତିଷ୍ଠା | ୨୦୦୫ |
ପ୍ରକାର | ସାର୍ବଜନୀନ |
କୁଳାଧିପତି | ଅବଦୁଲ ହମିଦ |
କୁଳପତି | ମିଜାନୁର ରହମାନ[୧] |
ଅବସ୍ଥାନ | ଢାକା, ବଙ୍ଗଳାଦେଶ |
ପରିସର | ସଦରଘାଟ |
ଅନୁବନ୍ଧନ | ୟୁଜିସି, ବଙ୍ଗଳାଦେଶ |
ୱେବସାଇଟ | jnu.ac.bd/ |
ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ବଙ୍ଗଳାଦେଶର ରାଜଧାନୀ ଢାକାର ସଦରଘାଟଠାରେ ଅବସ୍ଥିତ ।[୨] ୧୮୫୮ମସିହାରୁ ଏକ ବିଦ୍ୟାଳୟରୁ ଆରମ୍ଭ ହୋଇ, ୨୦୦୫ମସିହାରେ ଏହା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା । ବଙ୍ଗଳାଦେଶର ୟୁନିଭରସିଟି ଗ୍ରାଣ୍ଟ କମିସନ ସହିତ ଏହି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ । ମିଜାନୁର ରହମାନ ବର୍ତ୍ତମାନ କୁଳପତି ଭାବରେ କାର୍ଯ୍ୟରତ ।[୩] ଏଯାବତ କାର୍ଯ୍ୟ କରିଥିବା ସମସ୍ତ କୁଳପତି ମୁସଲମାନ ଅଟନ୍ତି । ୩୩ଟି ବିଭାଗରେ ଏହି ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରାଯାଏ ।[୪]
ଇତିହାସ[ସମ୍ପାଦନା]
୧୮୫୮ ମସିହାରେ ପ୍ରଭାତୀଚରଣ ରୟ, ଅନନ୍ତବଂଧୁ ମଲ୍ଲିକ ଓ ବ୍ରଜସୁନ୍ଦର କଇତ୍ରଙ୍କ ପ୍ରଚେଷ୍ଟାରେ "ଢାକା ବ୍ରାହ୍ମ ସ୍କୁଲ" ପ୍ରତିଷ୍ଠିତ ହୋଇଥିଲା । ମାଣିକଗଂଜର ଜମିଦାର କିଶୋରୀଲାଲ ଚୌଧୁରୀ ୧୮୭୨ରେ ଅଧିଗ୍ରହଣ କରି, ଏହାର ନାମ ପରିବର୍ତ୍ତନ କରି "ଜଗନ୍ନାଥ ସ୍କୁଲ" ରଖିଥିଲେ । ପରେ ଏହା ଇଣ୍ଟରମିଡିଏଟ ଓ ଡିଗ୍ରୀ କଲେଜର ପରିଣତ ହୋଇଥିଲା । ୧୯୨୧ ମସିହାରେ ଢାକା ବିଶ୍ୱବିଦ୍ୟାଳୟ ଖୋଲିବାରୁ, ଏହି କଲେଜରୁ ଡିଗ୍ରୀ ପାଠ୍ୟକ୍ରମ ଉଠି ଯାଇଥିଲା ଓ ଏହାର ନାମ ପରିବର୍ତ୍ତିତ ହୋଇ ହୋଇଥିଲା "ଜଗନ୍ନାଥ ଇଣ୍ଟରମିଡ଼ିଏଟ କଲେଜ" । ୧୯୪୯ ମସିହାରେ ଏହା ପୁଣି ଡିଗ୍ରୀ କଲେଜର ମର୍ଯ୍ୟଦା ପାଇଥିଲା । ୧୯୬୮ମସିହାରେ ସରକାର ଏହି କଲେଜକୁ ହାତକୁ ନେଇଥିଲେ । ୧୯୮୨ରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରାଗଲା । ୨୦୦୫ ମସିହାରେ ବାଂଲାଦେଶ ଜାତୀୟ ସଂସଦରେ ୨୦୦୫ରେ "ଜଗନ୍ନାଥ ବିଶ୍ୱବିଦ୍ୟାଳୟ ଅଧିନିୟମ ୨୦୦୫" ବଳରେ ଏହା ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତିତ ହୋଇଥିଲା ।[୫] କୁଳପତି ଭାବରେ କାର୍ଯ୍ୟ କରିଥିବା ବ୍ୟକ୍ତିମାନେ :
- ଶିରଜୁଲ ଇସଲାମ ଖାନ(୨୦/୧୦/୨୦୦୫-୨୦୦୮)
- ଅବୁ ହୁସେନ ସିଦ୍ଦିକ(୨୦୦୮-୨୦୦୯)
- ମିସବା ଉଦ୍ଦିନ ଅହମଦ(୨୦୦୯-୨୦୧୩)
- ମିଜାନୁର ରହମାନ(୨୦୧୩ରୁ କାର୍ଯରତ)
ଆଧାର[ସମ୍ପାଦନା]
- ↑ http://www.universityworldnews.com/article.php?story=20160714164009803
- ↑ http://www.dhakatribune.com/bangladesh/2016/apr/07/jnu-students-take-streets-protesting-samad-murder
- ↑ http://www.ugc.gov.bd/en/home/universityDetails/64
- ↑ http://www.observerbd.com/2015/02/15/72677.php
- ↑ http://www.samanyakathan.com/readmore.php?sid=711