Jump to content

ନୌହୀଦ ସେରୁସୀ

ଉଇକିପିଡ଼ିଆ‌ରୁ
(Nauheed Cyrusiରୁ ଲେଉଟି ଆସିଛି)
ନୌହୀଦ ସେରୁସୀ
Nauheed Cyrusi in 2014
୨୦୧୪ ମସିହାରେ ନୌହୀଦ ସେରୁସୀ
ଜନ୍ମ୧୯୮୩ କିମ୍ବା ୧୯୮୪[]
ଜାତୀୟତାଭାରତୀୟ
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
  • ଭିଜେ
ସକ୍ରିୟ ବର୍ଷ୧୯୯୯–୨୦୧୫
୨୦୨୧
ବୈବାହିକ-ସାଥୀ
ରୁସ୍ତମ କଣ୍ଟ୍ରାକ୍ଟର
(m. ୨୦୧୭)

ନୌହୀଦ ସେରୁସୀ ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ୍ ଓ ଭିଡିଓ ଜକି ।[] ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ । ଏହା ବ୍ୟତୀତ, ଇଂରାଜୀ ଓ ତେଲୁଗୁ କଥାଚିତ୍ରରେ କାମ କରିବା ସହିତ ସେ କିଛି ମ୍ୟୁଜିକ୍ ଆଲବମ୍‌ରେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସେ ଏକ ପାର୍ସି ପରିବାରରେ ଉତ୍ତର ଆୟାରଲ୍ୟାଣ୍ଡର ବେଲଫାଷ୍ଟଠାରେ ଜନ୍ମଗ୍ରହଣ କରିଥିଲେ ।[] ମୁମ୍ବାଇରେ ତାଙ୍କ ପିଲାଦିନ କଟିଥିଲା । ସେ ଜେ.ବି. ବାଛା ଗାର୍ଲସ୍ ହାଇ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ ଏବଂ ଜୟ ହିନ୍ଦୀ କଲେଜରୁ ବିଜେନେସ୍ ମ୍ୟାନେଜ୍‌ମେଣ୍ଟରେ ସ୍ନାତକ କରିଥିଲେ ।[][] ୫ ଜାନୁଆରୀ ୨୦୧୭ରେ, ସେ ରୁସ୍ତମ କଣ୍ଟ୍ରାକ୍ଟରଙ୍କୁ ବିବାହ କରିଥିଲେ ।[]

ଅଭିନୟ ଜୀବନ

[ସମ୍ପାଦନା]

ସ୍କୁଲରେ ପଢ଼ୁଥିବାବେଳେ ଜଣେ ମଡେଲ୍ ଭାବରେ, ସେ ପ୍ରଥମେ ଧାରା ରିଫାଇନ୍ ତେଲ ପାଇଁ ବିଜ୍ଞାପନରେ କାମ କରିଥିଲେ । ଏହାପରେ, ସେ ବିଭିନ୍ନ ବିଜ୍ଞାପନରେ କାମ କରିଥିଲେ ।[] ପିୟା ବାସନ୍ତି ଭଳି ଜଣାଶୁଣା ଆଲବମ୍ ସହିତ କଛି ମ୍ୟୁଜିକ୍ ଆଲବମ୍‌ରେ ସେ କାମ କରିଥିଲେ ।[]

୨୦୦୩ ମସିହାରେ, ପାଦମ କୁମାରଙ୍କ ହିନ୍ଦୀ କଥାଚିତ୍ର ସୁପାରୀ ଜରିଆରେ ସେ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ କଥାଚିତ୍ର ଇନ୍ତେହା, ଟିଭି ଧାରାବାହିକ ହିପ୍ ହିପ୍ ହୁରେ କାମ କରିଥିଲେ ।[] ୨୦୦୪ ମସିହାରେ, ସେ ତେଲୁଗୁ କଥାଚିତ୍ର ସଖିୟାରେ କାମ କରିଥିଲେ । ୨୦୧୫ ମସିହା ଯାଏଁ, ସେ କଥାଚିତ୍ରରେ କାମ କରିଥିଲେ ।

ଅଭିନୀତ ଆଲବମ୍

[ସମ୍ପାଦନା]
ବର୍ଷଆଲବମ୍ଗୀତସହ-ଅଭିନେତାକଣ୍ଠଶିଳ୍ପୀ
୧୯୯୯ଚାହାତତେରି ଚାହାତ ମେଁଆରତୀ ଛବ୍ରିଆହ୍ୟାରି ଆନନ୍ଦ
୨୦୦୦ପିୟା ବାସନ୍ତୀପିୟା ବାସନ୍ତୀରେଦନବନ ୱୋଡେହାଉସ୍ସୁଲତାନା ଖାନ, କେ.ଏସ୍. ଚିତ୍ରା
କେହେନା ତୋ ହୈଶାହିଦ କପୁରକୁମାର ସାନୁ
୨୦୦୨ମୁସ୍କାନ"ୱୋ ବନ୍ ସୱାର କେ"ପଙ୍କଜ ଉଧାସ

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷା
୨୦୦୩ସୁପାରୀଦିଲୁହିନ୍ଦୀ
ଇନ୍ତେହାଟିନା ସକ୍ସେନା
୨୦୦୪ଲକୀରବିନ୍ଦିୟା
ସଖିୟାଚନ୍ଦନାତେଲୁଗୁ
୨୦୦୬ହଲିଡେସମାରାହିନ୍ଦୀ
ରକିନ' ମୀରାମୀରାଇଂରାଜୀ
୨୦୦୭ଅନୱରମେହରୀନ "ମେହରୁ"ହିନ୍ଦୀ
ଲାଇଫ୍ ମେଁ କଭି କଭିମୋନିକା ସେଠ
ଅଗର୍ରିତୁ ଚୌଧୁରୀ
୨୦୦୮ସିର୍ଫଶାଲୁ
ଭୂତନାଥଟିନା
ରଫୁ ଚକ୍କର: ଫନ୍ ଓନ୍ ଦି ରନ୍ଜୁଲି ବିପୁନ ପଟେଲ
୨୦୦୯୪୨ କିମିଦିବ୍ୟା
ଆସ୍‌ମା: ଦି ସ୍କାଏ ଇଜ୍ ଦି ଲିମିଟ୍ଦିୟା
ଲଭ୍ କା ତଡ଼କା
ମିଟିଂ ସେ ମିଟିଂ ତକ୍
ବ୍ୟାଚେଲର୍ ପାର୍ଟିତନୁ
କିସାନତିତ୍‌ଲି କୌର୍
ମେଁ ଔର୍ ମିଷ୍ଟ୍ରେସ୍ ଖାନ୍ନାନୀନା
କୁର୍‌ବାନ୍ସଲ୍ମା
୨୦୧୦ଅଡା... ଏ ୱେ ଅଫ୍ ଲାଇଫ୍ଗୁଲ୍
୨୦୧୨ଶେରିନ୍ ଫରହାଦ କି ତୋ ନିକଲ୍ ପଡ଼ିଅନହିତା
କୁଛ୍ ସ୍ପାଇସ୍ ତୋ ମେକ୍ ଇଟ୍ ମିଠା ତରାନା
୨୦୧୪ଜୟ ହୋସିମରନ୍ ଚୌଧୁରୀ
୨୦୧୫ଜାନ୍ କି ବାଜି

ଅଭିନୀତ ଧାରାବାହିକ/କାର୍ଯ୍ୟକ୍ରମ

[ସମ୍ପାଦନା]
ବର୍ଷଧାରାବାହିକଭୂମିକା
୧୯୯୯–୨୦୦୧ହିପ୍ ହିପ୍ ହୁରେମୀରା
୨୦୦୦ଜଷ୍ଟ ମହବତ୍ଅତିଥି କଳାକାର
୨୦୦୯ଫିଅର୍ ଫ୍ୟାକ୍ଟର୍: ଖତ୍‌ରୋଁ କେ ଖିଲାଡ଼ି (ସିଜିନ୍ ୨)ନିଜେ
୨୦୧୩ୱେଲ୍‌କମ୍ - ବାଜି ମେହମାନ-ନୱାଜି କି

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷସିରିଜ୍ଭୂମିକା
୨୦୨୧ଦେବ୍ ଡିଡି ୨ଅଦିତି କପାଡ଼ିଆ
ବମ୍ବେ ବେଗମ୍‌ସ୍ପିୟା ପୁନ୍ୱାନି
ସିକ୍ସଓର୍ବନା ଜୋସେଫ୍
  1. 1 2 3 4 5 Monika Baldwa, "'My idols are Kajol and Madhuri'" (June 05, 2003).
  2. "Amyra Dastur to Farhan Akhtar: Prominent Parsis in Bollywood". News18. 15 May 2014. Retrieved 2019-10-10.
  3. Singh, Dipti (2023-11-05). "Sau saal pehle..." Mid-day (in ଇଂରାଜୀ). Retrieved 2024-01-20.
  4. "Popular VJ and Hip Hip Hurray actress Nauheed Cyrusi ties the knot". The Times of India (in ଇଂରାଜୀ). 6 January 2017. Retrieved 2019-10-10.
  5. Sharma, Saubhagya (5 October 2019). "Remember Nauheed Cyrusi? Here's what the 'Piya Basanti' actress is up to". Mid Day (in ଇଂରାଜୀ). Retrieved 2019-10-10.

ବାହାର ଲିଙ୍କ୍

[ସମ୍ପାଦନା]