ଶାହିଦ କପୁର

ଉଇକିପିଡ଼ିଆ‌ରୁ
ଶାହିଦ କପୁର
An upper body shot of Shahid Kapoor, looking away from the camera
୨୦୧୭ରେ ଶାହିଦ
Born (1981-02-25) ୨୫ ଫେବୃଆରୀ ୧୯୮୧ (ବୟସ ୪୩)
Occupationଅଭିନେତା
Years active୨୦୦୩-ଏବେଯାଏଁ
Spouse
ମୀରା ରାଜପୁତ
(m. ୨୦୧୫)
Children
Parent(s)ପଙ୍କଜ କପୁର
ନୀଳିମା ଆଜିମ୍
Relativesଇଶାନ୍ ଖତେର୍ (ସାବତ ଭାଇ)

ଶାହିଦ କପୁର (pronounced [ʃaːɦɪd̪ kəˈpuːr]; ଜନ୍ମ: ୨୫ ଫେବୃଆରୀ ୧୯୮୧), ଜଣେ ଭାରତୀୟ କଥାଚିତ୍ର ଅଭିନେତା । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ କରିଥାନ୍ତି । ଗଣମାଧ୍ୟରେ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ଶାହିଦ ଆରମ୍ଭରୁ ତାଙ୍କର ଲୋକପ୍ରିୟତା ବଜାଇ ରଖିଛନ୍ତି । ସେ ତାଙ୍କର ଚଳଚ୍ଚିତ୍ରର ଆରମ୍ଭ ଦିନରେ ଜଣେ ରୋମାଣ୍ଟିକ ନାୟକ ଭାବରେ ଅଭିନୟ ଆରମ୍ଭ କରିଥିଲ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଶାହିଦଙ୍କୁ ତିନିଥର ଫିଲ୍ମ‌ଫେୟାର ପୁରସ୍କାର ସ‌ହ ଅନେକ ପୁରସ୍କାର ମିଳିଛି ।

ଶାହିଦଙ୍କର ଜନ୍ମ ଦିଲ୍ଲୀରେ ହୋଇଥିଲା । ତାଙ୍କ ବାପା ପଙ୍କଜ କପୁର ଜଣେ ଅଭିନେତା ଏବଂ ମାଆ ନୀଲିମା ଅଜୀମ୍ ଜଣେ ଅଭିନେତ୍ରୀ ।[୧][୨] ଶାହିଦଙ୍କୁ ମାତ୍ର ତିନି ବର୍ଷ ହୋଇଥିବାବେଳେ ତାଙ୍କର ପିତାମାତାଙ୍କର ବିବାହ ବିଚ୍ଛେଦ ଘଟିଥିଲା ।[୩] ତେଣୁ ଶାହିଦ ସବୁବେଳେ ତାଙ୍କ ମାଆଙ୍କ ପାଖରେ ହିଁ ରହିଥିଲେ ।[୪] ୧୦ ବର୍ଷ ବୟସ ହୋଇଥିବାବେଳେ ଶାହିଦଙ୍କୁ ନେଇ ତାଙ୍କ ମାଆ ମୁମ୍ବାଇ ଆସିଯାଇଥିଲେ ।[୫] ମୁମ୍ବାଇ ଆସିବାପରେ ଶାହିଦ ଶିଆମାକ୍ ଦବାର୍ ନୃତ୍ୟ ସ୍କୁଲରେ ଯୋଗଦେଇଥିଲେ ।[୬] ୯୦ ଦଶକର କିଛି ହିନ୍ଦୀ କଥାଚିତ୍ରର ଗୀତଗୁଡ଼ିକରେ ଶାହିଦ ସ‌ହ‌କଳାକାର ଭାବରେ ନୃତ୍ୟ କରିଥିଲେ । ଏହିସ‌ହ ସେ କିଛି ଦୂରଦର୍ଶନ ବିଜ୍ଞାପନରେ ମଧ୍ୟ କାର୍ଯ୍ୟ କରିଥିଲେ ।[୭] ୨୦୦୩ ମସିହାରେ ହିନ୍ଦୀ କଥାଚିତ୍ର ଇସ୍କ ଭିସ୍କ ଜରିଆରେ ଶାହିଦ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୮] ଏହି କଥାଚିତ୍ରଟିର ଆରମ୍ଭ ସେତେ ଅଧିକ ବ୍ୟବସାୟ କରିନଥିଲେ ମଧ୍ୟ କିଛିଦନରେ ଭଳ ବ୍ୟବ‌ସାୟ କରି ସ‌ଫଳ ହୋଇଥିଲା । ଏହି କଥାଚିତ୍ର ପାଇଁ ଶାହିଦଙ୍କୁ ଫିଲ୍ମ‌ଫେୟାରର ଶ୍ରେଷ୍ଠ ନବାଗତ ନାୟକ ପୁରସ୍କାର ମିଳିଥିଲା ।[୯][୧୦] ଏହାପରେ ଶାହିଦଙ୍କର କିଛି ଚଳଚ୍ଚିତ୍ର ଲଗାତାର ଅସଫଳ ହେବାପରେ ୨୦୦୬ ମସିହାରେ ସୁରଜ ବଡ଼ଜାତ୍ୟାଙ୍କର ଚଳଚ୍ଚିତ୍ର ବିବାହରେ ଶାହିଦଙ୍କୁ ମିଳିଥିଲା ବଡ଼ ସଫଳତା ।[୧୧] ଏହି କଥାଚିତ୍ରଟି ବ‌ହୁତ ଆୟ କରିଥିଲା ।[୧୨][୧୩]

ଏହାପରେ ୨୦୦୭ରେ ମୁକ୍ତିଲାଭ କରିଥିବା ଇନ୍ତିଆଜ ଅଲ୍ଲୀଙ୍କର ହିନ୍ଦୀ କଥାଚିତ୍ର ଜବ୍ ଉଇ ମିଟ୍‌[୧୪] ଏବଂ ୨୦୦୯ରେ ମୁକ୍ତିଲାଭ କରିଥିବା ବିଶାଳ ଭରଦ୍ୱାଜଙ୍କର ଚଳଚ୍ଚିତ୍ର କମିନେ[୧୫][୧୬] ପାଇଁ ଶାହିଦଙ୍କୁ ଫିଲ୍ମ‌ଫେୟାରେ ଶ୍ରେଷ୍ଠନାୟକ ଭାବରେ ମନୋନୀତ କରାଯାଇଥିଲା ।[୧୦] ଏହାପରେ ଶାହିଦଙ୍କୁ ସେତେଟା ସଫଳତା ମିଳିନଥିଲା । ୨୦୧୩ ମସିହାରେ ମୁକ୍ତିଲାଭ କରିଥିବା ଆର୍... ରାଜ୍‌କୁମାର ଚଳଚ୍ଚିତ୍ରଟି ଶାହିଦଙ୍କୁ କିଛିବର୍ଷର ବ୍ୟବଧାନ ପରେ ସଫଳତା ଦେଇଥିଲା ।[୧୭][୧୮] ୨୦୧୪ ମସିହାରେ ଶାହିଦ ଜଣେ ଆତଙ୍କବାଦୀ ଭୂମିଅରେ ହାଇଦର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ[୧୯][୨୦] ଏବଂ ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ‌ଫେୟାରେ ଶ୍ରେଷ୍ଠ ନାୟକ ପୁରସ୍କାର ସ‌ହ ଅନେକ ପୁରସ୍କାର ପାଇଥିଲେ ।[୨୧][୨୨][୨୩] ୨୦୧୬ରେ ମୁକ୍ତିଲାଭ କରିଥିବା ବିବାଦୀୟ ଚଳଚ୍ଚିତ୍ର ଉଡ୍‌ତା ପଞ୍ଜାବ[୨୪] ପାଇଁ ଶାହିଦଙ୍କୁ ୩ୟ ଥର ପାଇଁ ଫିଲ୍ମ‌‌ଫେୟାର ପୁରସ୍କାର ମିଳିଥିଲା ।[୨୫][୨୬] ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ପଦ୍ମାବତ୍‌‌ ମଧ୍ୟ ବିବାଦୀୟ ହୋଇପଡ଼ିଥିଲା, ତ‌ଥାପି ଏହି କଥାଚିତ୍ରଟି ଶାହିଦଙ୍କର ଚଳଚ୍ଚିତ୍ର ଜୀବନରେ ସବୁଠାରୁ ଅଧିକ ଆୟ କରିଥିଲା ।[୨୭]

ଅଭିନୟ ବ୍ୟତୀତ ଶାହିଦ ବିଭିନ୍ନ ସମାଜସେବା ସଂସ୍ଥା ସ‌ହ ଜଡ଼ିତ ଅଛନ୍ତି[୨୮][୨୯] ଏବଂ ବିଭିନ୍ନ ପୁରସ୍କାର ବିତରଣ ସଭାର ଉପସ୍ଥାପକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩୦][୩୧] ୨୦୧୫ ମସିହାରେ ଶାହିଦ ଭାରତୀୟ ଦୂରଦର୍ଶନ ଚେନାଲ କଲର୍ସରେ ପ୍ରସାରିତ କାର୍ଯ୍ୟକ୍ରମ ଝଲକ୍ ଦିଖ୍‌ଲା ଜାରେ ବିଚାରକ ଭାବରେ କରଣ ଜୋହରଙ୍କ ସ‌ହ କାର୍ଯ୍ୟ କରିଥିଲେ ।[୩୨] ଶାହିଦ ୨୦୧୫ ମସିହାରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ ।[୩୩][୩୪][୩୫][୩୬] ମୀରା ଶାହିଦଙ୍କର ଜଣେ ପ୍ରଶଂସକ । ଉଭୟଙ୍କର ମୀଶା ନାମରେ ଗୋଟିଏ ଝିଅ ଅଛି ।[୩୭] ପତ୍ନୀ ମୀରା ରାଜପୁତ ବୁଧବାର, ୫ ସେପ୍ଟେମ୍ବର ୨୦୧୮ରେ ମୁମ୍ବାଇର ହିନ୍ଦୁଜା ହସ୍ୱିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଶାହିଦ ନିଜ ପୁଅ ନାଁ ରଖିଛନ୍ତି ଜୈନ କପୁର। [୩୮]

ଆଧାର[ସମ୍ପାଦନା]

  1. "Happy Birthday Shahid Kapoor: Simply Shaandaar@35". NDTV. 25 February 2016. Archived from the original on 7 March 2016. Retrieved 7 March 2016.
  2. Masand, Rajeev (19 November 2006). "Kareena says I oversleep: Shahid". CNN-IBN. Retrieved 7 March 2016.
  3. Olivera, Roshni K (30 November 2007). "Ishaan's not a Kapur: Rajesh Khattar". The Times of India. Archived from the original on 30 July 2013. Retrieved 23 June 2013.
  4. Gupta, Priya (5 September 2013). "I am tired of dating heroines: Shahid Kapoor". The Times of India. Archived from the original on 13 November 2015. Retrieved 5 July 2015.
  5. "Dual identities". The Times of India. 14 December 2014. Archived from the original on 25 August 2013. Retrieved 31 July 2013.
  6. Bhattacharya, Roshmila (14 January 2010). "Come dance with me: Shahid Kapoor". Hindustan Times. Archived from the original on 7 July 2015. Retrieved 4 July 2015.
  7. "All smiles and success..." The Hindu. 26 May 2003. Archived from the original on 7 November 2005. Retrieved 4 July 2015.
  8. "Shahid, Shehnaz start Ishq Vishk with showbiz". The Tribune (Chandigarh). 18 May 2003. Archived from the original on 4 March 2016. Retrieved 5 July 2015. {{cite news}}: Text "The Tribune" ignored (help)
  9. Lalwani, Vickey (18 August 2004). "'I am not insecure about Kareena!'". Rediff.com. Archived from the original on 19 June 2015. Retrieved 4 July 2015.
  10. ୧୦.୦ ୧୦.୧ Khan, Ujala Ali (27 January 2015). "Trophy time at Filmfare Awards". The National (Abu Dhabi). Archived from the original on 29 April 2015. Retrieved 4 July 2015. {{cite news}}: Text "The National" ignored (help)
  11. Sen, Raja (10 November 2006). "Vivah needs Salman and a script". Rediff.com. Archived from the original on 24 June 2015. Retrieved 5 July 2015.
  12. "'Vivah will not enjoy a houseful opening'". The Indian Express. 13 November 2006. Archived from the original on 6 March 2016. Retrieved 17 December 2009.
  13. "Top Lifetime Grossers Worldwide". Box Office India. Archived from the original on 21 October 2013. Retrieved 28 September 2014.
  14. "Box Office 2007". Box Office India. Archived from the original on 14 October 2013. Retrieved 8 January 2008.
  15. "Shahid Kapoor and Vishal Bhardwaj team up for Kaminey 2". Bollywood Hungama. 24 September 2014. Archived from the original on 5 July 2015. Retrieved 4 July 2015.
  16. Lalwani, Vickey (10 March 2009). "Shahid's speech therapy". The Times of India. Retrieved 4 July 2015.
  17. "R... Rajkumar rules at box office, defies critics' verdict". Hindustan Times. 9 December 2013. Archived from the original on 9 December 2013. Retrieved 12 February 2014.
  18. "Top Worldwide Grossers All Time". Box Office India. Archived from the original on 19 September 2015. Retrieved 23 July 2015.
  19. Gera, Sonal (6 October 2014). "From chocolate boy to 'Haider', Shahid Kapoor has finally arrived". The Indian Express. Archived from the original on 10 October 2014. Retrieved 12 October 2014.
  20. Vats, Vaibhav (27 October 2014). "Kashmiri 'Hamlet' Stirs Rage in India". The New York Times. Archived from the original on 14 April 2015. Retrieved 17 July 2015.
  21. Sharma, Sarika (14 January 2015). "Highlights: 21st Life OK Screen Awards: Shahid Kapoor, Priyanka Chopra win Best Actor, 'Queen' Best Film". The Indian Express. Archived from the original on 14 January 2015. Retrieved 14 January 2015.
  22. "Winners of 10th Renault Star Guild Awards". Bollywood Hungama. 12 January 2015. Archived from the original on 13 January 2015. Retrieved 14 January 2015.
  23. "60th Britannia Filmfare Awards 2014: Complete list of winners". The Times of India. 31 January 2015. Archived from the original on 3 February 2015. Retrieved 31 January 2015.
  24. Parussini, Gabriele (9 June 2016). "How the Movie Udta Punjab Sparked a Debate About Drug Use in India". The Wall Street Journal. Archived from the original on 19 June 2016. Retrieved 15 June 2016.
  25. "62nd Jio Filmfare Awards 2017 Nominations". Filmfare. 9 January 2017. Archived from the original on 13 January 2017. Retrieved 13 January 2017.
  26. "62nd Filmfare Awards 2017: Winners' list". The Times of India. 15 ଜାନୁଆରୀ 2017. Archived from the original on 14 ଜାନୁଆରୀ 2017. Retrieved 15 ଜାନୁଆରୀ 2017.
  27. "Padmavati Being Aimed For A February Release". Box Office India. 8 December 2017. Archived from the original on 8 December 2017. Retrieved 8 December 2017.
  28. "Song-n-dance for charity". The Indian Express. 25 March 2010. Archived from the original on 3 January 2018. Retrieved 9 July 2015.
  29. "Shahid, Amrita's noble cause". Rediff.com. 12 January 2010. Archived from the original on 21 July 2015. Retrieved 17 July 2015.
  30. "Bipasha on his lips, Maria on the lap for John at Rock Star". Daily News and Analysis. 2 June 2006. Archived from the original on 10 July 2015. Retrieved 9 July 2015.
  31. "Rockstars overseas concert postponed". Daily News and Analysis. 17 April 2006. Archived from the original on 2 February 2014. Retrieved 30 January 2014.
  32. "Shahid Kapoor starts shooting for 'Jhalak Dikhhla Jaa 8'". The Times of India. 3 July 2015. Archived from the original on 5 July 2015. Retrieved 4 July 2015.
  33. "Archived copy". Archived from the original on 19 September 2016. Retrieved 2016-09-19.{{cite web}}: CS1 maint: archived copy as title (link)
  34. "Shahid Kapoor confirms marriage!". Filmfare. 26 March 2015. Archived from the original on 29 March 2015. Retrieved 27 March 2015.
  35. "Shahid Kapoor to marry Mira Rajput in June, not December". India Today. 8 April 2015. Archived from the original on 13 July 2015. Retrieved 5 July 2015.
  36. Gera, Sonal (7 July 2015). "And they're married: Shahid Kapoor ties the knot with Mira Rajput". The Indian Express. Archived from the original on 8 July 2015. Retrieved 7 July 2015.
  37. Bollywood Hungama News Network (26 August 2016). "Shahid Kapoor and Mira Rajput blessed with a baby girl". Bollywood Hungama. Archived from the original on 27 August 2016. Retrieved 27 August 2016.
  38. http://www.dharitri.com/main/news/69323

ବାହାର ଆଧାର[ସମ୍ପାଦନା]