ନ‌ଖ କ୍ଲବିଙ୍ଗ

ଉଇକିପିଡ଼ିଆ‌ରୁ
(Nail clubbingରୁ ଲେଉଟି ଆସିଛି)
Nail clubbing
Clubbing, drumstick fingers, Hippocratic fingers,[୧] digital clubbing, watch-glass nails,[୨] acropachy[୩]
Clubbing
ବିଭାଗPulmonology
ଆକ୍ରାନ୍ତ ସମୟOver weeks[୧]
ବିପଦ କାରକLung cancer, lung infections, COPD, interstitial lung disease, cystic fibrosis, cardiovascular disease, inflammatory bowel disease, cirrhosis, certain medications, genetics, unknown[୧][୪]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୪]
ଚିକିତ୍ସାBased on the underlying cause[୧]
ପୁନଃପୌନିକ1% of internal medicine patients[୧]

ନ‌ଖ କ୍ଲବିଙ୍ଗ, ଅନ୍ୟ ନାମ ଡିଜିଟାଲ କ୍ଲବିଙ୍ଗ, କୁହାଯାଏ ଯେତେବେଳେ ହାତ ବା ପାଦ ଆଙ୍ଗୁଠିମାନଙ୍କରେ ଥିବା ନ‌ଖର ଗୋଲାକାର ବୃଦ୍ଧି ହୁଏ | [୧] [୩] ସାଧାରଣତଃ ଉଭୟ ପାର୍ଶ୍ୱ ଜଡ଼ିତ ହୁଅନ୍ତି ଏବଂ କ କୌଣସି ଯନ୍ତ୍ରଣା ହୁଏ ନାହିଁ । ଦୁଇ ସପ୍ତାହ ମଧ୍ୟରେ ଆରମ୍ଭ ହୋଇପାରେ ଏବଂ ଯଦି ଏହାର ମୂଳ କାରଣ ସଂଶୋଧିତ ହୁଏ ତେବେ ସମାନ ସମୟ ମଧ୍ୟରେ ସମାଧାନ ହୋଇପାରେ | [୧] ଏହା ସ‌ହିତ ଗଣ୍ଠି ଯନ୍ତ୍ରଣା, ଫୁଲା ଏବଂ ଅସ୍ୱାଭାବିକ ଚର୍ମ ଏବଂ ହାଡ଼ର ବୃଦ୍ଧି ହେଲେ ତାହାକୁ ହାଇପରଟ୍ରୋଫିକ ଔଷ୍ଟିଓଆର୍ଥ୍ରୋପାଥି କୁହାଯାଏ । [୫]

ଫୁସଫୁସ କର୍କଟ, ଫୁସଫୁସ ସଂକ୍ରମଣ, ସିଓପିଡି, ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ,ସିଷ୍ଟିକ୍ ଫାଇବ୍ରୋସିସ୍, ହୃଦରକ୍ତନାଳୀ ରୋଗ, ଇନଫ୍ଲାମେଟୋରୀ ବାୱେଲ ରୋଗ ଏବଂ କେତେକ ଔଷଧ ସହିତ କ୍ଲବିଙ୍ଗ ଜଡ଼ିତ ଥାଏ | [୧] [୪]ପରିବାରରେ ମଧ୍ୟ ଚିହ୍ନଟ ଯୋଗ୍ୟ କାରଣ ବିନା କ୍ଲବିଙ୍ଗ ଘଟିପାରେ | [୧] ମୁଖ୍ୟତଃ ନଖ ଶଯ୍ୟାର ପ୍ରାରମ୍ଭିକ ଅଂଶଟି ଏହି ରୋଗରେ ମୋଟା ହୋଇଯାଏ | [୪] ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ | [୪]

ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [୧] କ୍ଲବିଙ୍ଗ ହାର ଅଜ୍ଞାତ ଅଟେ; ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧% ଲୋକଙ୍କ ମଧ୍ୟରେ ଏହା ଉପସ୍ଥିତ ଥିବା ଏକ ଅନୁଶୀଳନରେ ଜଣାଯାଇଥିଲା | [୧] ହିପୋକ୍ରେଟସ ସମୟରୁ କ୍ଲବିଙ୍ଗ ବର୍ଣ୍ଣନା ରହିଛି | [୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Burcovschii, S; Aboeed, A (January 2020). "Nail Clubbing". PMID 30969535. {{cite journal}}: Cite journal requires |journal= (help)
  2. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 978-1-4160-2999-1.
  3. ୩.୦ ୩.୧ McPhee, SJ; Walker, HK; Hall, WD; Hurst, JW (1990). "Clubbing". PMID 21250207. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ ୪.୪ Tully, AS; Trayes, KP; Studdiford, JS (15 April 2012). "Evaluation of nail abnormalities". American family physician. 85 (8): 779–87. PMID 22534387.
  5. Krugh, M; Vaidya, PN (January 2019). "Osteoarthropathy Hypertrophic". PMID 31082012. {{cite journal}}: Cite journal requires |journal= (help)